ଟ୍ରଲରକୁ ପିଟିଲା ବୋଲେରୋ, ଜଣେ ମୃତ

ପାରାଦୀପ : କଟକ-ପାରାଦୀପ ରାସ୍ତାର ଖଣ୍ଡତରି ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଛିଡା ହୋଇଥିବା ଏକ ଟରଲର ସହ ବୋଲେରୋ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣାରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନା ମୁତାବକ, ବୋଲେରୋଟି ଗୋଟିଏ ପରିବାରକୁ ନେଇ ଯାଉଥିଲା । ଏହି ସମୟରେ ବୋଲେରୋଟି ଭାରସାମ୍ୟ ହରାଇ  ଛିଡା ହୋଇଥିବା ଏକ ଟରଲର ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୮ ବର୍ଷର ପୁଅ  ପ୍ରାଣ ହରାଇଥିବା ବେଳେ ଡ୍ରାଇଭର ଏବଂ ପରିବାରର ୩ ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

ବ୍ରେକିଂ