ସୁଇଟ୍ କର୍ଣ୍ଣ ଚାଟ୍

ଆବଶ୍ୟକ ସାମଗ୍ରୀ 

ଗ୍ରୀନ୍ ମଟର, ସୁଇଟ୍ କର୍ଣ୍ଣ, ପିଆଜ, ଗୋଟା ଜିରା, ତେଲ, ଲୁଣ, କଂଚାଲଙ୍କା, ଲେମ୍ବୁ ରସ, ଧନିଆ ପତ୍ର, ଚାଟ୍ ମସଲା, ଲଙ୍କା ପାଉଡର, ଚିନି ।

ପ୍ରସ୍ତୁତି ପ୍ରଣାଳୀ 

ପ୍ରଥମେ ଗ୍ରୀନ୍ ମଟରର ଚୋପା ଛଡେଇ ଏକ ପାତ୍ରରେ ରଖିବେ । ଏହାପରେ ସୁଇଟ କର୍ଣ୍ଣ ଏବଂ ଗ୍ରୀନ୍ ମଟରକୁ ନେଇ ଗ୍ୟାସ୍‌ରେ କଡେଇ ବସେଇ , ସେଥିରେ ପାଣି ଢାଳି ୧୦ ମିନିଟ ସିଝାଇବେ । ତାପରେ ଗ୍ୟାସ୍‌ରେ ପ୍ୟାନ୍ ବସେଇ ତେଲ ପକାଇବେ । ତେଲ ଗରମ ହେବାପରେ ସେଥିରେ ଗୋଟା ଜିରା ପକାଇବେ । ତାପରେ ସେଥିରେ କଟା ପିଆଜ ପକାଇ ଫ୍ରାଏ କରିବେ । ପିଆଜ ଫ୍ରାଏ ହୋଇ ଆସିଲେ , ସେଥିରେ ସିଝାଇ ରଖିଥିବା ଗ୍ରୀନ୍ ମଟର ଏବଂ ସୁଇଟ କର୍ଣ୍ଣ ପକାଇ ମିକ୍ସ କରିବେ ।

ଏହାପରେ ସେଥିରେ କଟା କଂଚା ଲଙ୍କା, ଲୁଣ,ଏବଂ ଚିନି ପକାଇ ଭଲଭାବେ ପୁଣି ମିକ୍ସ କରିବେ । ତାପରେ ସେଥିରେ ଚାଟ୍ ମସଲା, ଲଙ୍କା ପାଉଡର ପକାଇ ଗୋଳାଇ ଗ୍ୟାସ୍ ବନ୍ଦ କରିବେ । ପ୍ରସ୍ତୁତ ହୋଇଗଲା ସୁଇଟ କର୍ଣ୍ଣ  ଚାଟ୍ । ଏବେ ଏଥିରେ ଲେମ୍ବୁ ରସ ଏବଂ କିଛି କଟା ଧନିଆ ପତ୍ର ପକାଇ ଏହାର ମଜା ନେଇ ପାରିବେ ।

Leave A Reply

Your email address will not be published.

ବ୍ରେକିଂ