ଅକ୍ଟୋବର ୨୪ରେ ଭାରତ-ପାକିସ୍ତାନ ମୁହାଁମୁହିଁ

ଦୁବାଇ: ଅକ୍ଟୋବର ୧୭ରୁ ଆରମ୍ଭ ହେବ ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୧ । ହେଲେ ଏହାରି ମଧ୍ୟରେ କ୍ରିକେଟ ପ୍ରେମୀଙ୍କ ପାଇଁ ଆସିଛି ବଡ଼ ଖବର । ଅକ୍ଟୋବର ୨୪ ତାରିଖରେ ପୁଣି କ୍ରିକେଟ୍ ମଇଦାନରେ ମୁହାଁମୁହିଁ ହେବେ ଭାରତ ଓ ପାକିସ୍ତାନ ।

ସୂଚନା ଅନୁସାରେ ଆଇସିସି ପକ୍ଷରୁ ଘୋଷଣା କରାଯାଇଥିବା ରାଉଣ୍ଡ-୧ ମୁକାବିଲା ବା ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ୮ଟି ଟିମ୍‌ ସାମିଲ ହୋଇଛନ୍ତି । ସେମାନଙ୍କୁ ଗ୍ରୁପ୍‌ ଏ ଓ ଗ୍ରୁପ୍‌ ବିରେ ବିଭକ୍ତ କରାଯାଇଛି। ଗ୍ରୁପ୍‌ ଏରେ ଶ୍ରୀଲଙ୍କା, ଆୟର୍ଲାଣ୍ଡ, ନେଦରଲାଣ୍ଡ ଓ ନାମ୍ବିବିଆ ଥିବା ବେଳେ ଗ୍ରୁପ୍‌ ବିରେ ବାଂଲାଦେଶ, ସ୍କଟଲାଣ୍ଡ, ପାପୁଆ ନ୍ୟୁ ଗୁନିଆ, ଓମାନ ରହିଛନ୍ତି। ଗ୍ରୁପ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଉଭୟ ଗ୍ରୁପର ଟପ୍‌-୨ ଟିମ୍‌ ସୁପର ୧୨ ମୁକାବିଲାରେ ପ୍ରବେଶ କରିବେ।

ଏଥିସହିତ ସୁପର-୧୨ ମୁକାବିଲାକୁ ୨ଟି ଗ୍ରୁପରେ ବିଭକ୍ତ କରିଛି ଆଇସିସି। ଗ୍ରୁପ୍‌-ଏରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ସାଉଥ ଆଫ୍ରିକା, ଓ୍ବେଷ୍ଟଇଣ୍ଡିଜ ଥିବାବେଳେ ଆଉ ୨ଟି ଟିମ୍‌ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ ପରେ ସାମିଲ ହେବେ। ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଗ୍ରୁପ୍‌-ଏର ବିଜେତା ଓ ଗ୍ରୁପ୍‌-ବିର ରନର ଅପ୍‌ ସୁପର-୧୨ ପର୍ଯ୍ୟାୟର ଗ୍ରୁପ୍-ଏରେ ସାମିଲ ହେବେ।

ସେହିପରି ଗ୍ରୁପ୍-ବିରେ ଭାରତ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଆଫଗାନିସ୍ତାନ ଅଛନ୍ତି। ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଗ୍ରୁପ୍‌-ଏର ରନର ଅପ୍ ଓ ଗ୍ରୁପ୍‌-ବିର ବିଜୋତା ସୁପର-୧୨ ପର୍ଯ୍ୟାୟର ଗ୍ରୁପ୍-ବି ରେ ସାମିଲ ହେବେ। ଏନେଇ ଶୁକ୍ରବାର ଆଇସିସି ପକ୍ଷରୁ ଘୋଷଣା କରାଯାଇଛି।

ଟି-୨୦ ବିଶ୍ୱକପ୍ ଚଳିତ ବର୍ଷ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ତାରିଖ ଯାଏ ୟୁଏଇ ଓ ଓମାନରେ ଆୟୋଜିତ ହେବ।

Leave A Reply

Your email address will not be published.

ବ୍ରେକିଂ