ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ମ୍ୟାଥ୍ୟୁ ହେଡେନ ପାକିସ୍ତାନର ମୁଖ୍ୟ କୋଚ୍ ହେଲେ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୧୭ ରୁ ୟୁଏଇ ଏବଂ ଓମାନରେ ଆୟୋଜିତ ହେବ ଟି-୨୦ ବିଶ୍ୱକପ୍ । ଏଥିପାଇଁ ପାକିସ୍ତାନର ହେଡ୍ କୋଚ୍ ଭାବେ ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳୀ ମ୍ୟାଥ୍ୟୁ ହେଡେନଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଦକ୍ଷିଣ ଆଫ୍ରିକାର ଭେର୍ନନ୍ ଫିଲାଣ୍ଡରଙ୍କୁ ପାକିସ୍ତାନର ବୋଲିଂ କୋଚ୍ ଦାୟିତ୍ୱ ମିଳିଛି । ଏନେଇ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ସୂଚନା ମିଳିଛି ।

ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଭାବେ ତାଙ୍କର ଅନେକ ଖ୍ୟାତି ରହିଥିବା ବେଳେ ପାକିସ୍ତାନର ହେଡ୍ କୋଚ୍ ଭାବେ ତାଙ୍କୁ ଦାୟିତ୍ୱ ମିଳିବା ପାକିସ୍ତାନ ଖେଳାଳୀଙ୍କ ମନୋବଳ ବଢାଇବ । ତେବେ ଏହାରି ମଧ୍ୟରେ ପାକିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ରମିଜ ରାଜାଙ୍କୁ ସର୍ବସମ୍ମତି କ୍ରମେ ପାକିସ୍ତାନ କ୍ରିକେଟ୍ ବୋର୍ଡର ନୂଆ ଅଧ୍ୟକ୍ଷ ଭାବେ ଚୟନ କରାଯାଇଛି । ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ, ସେ ଏହି ଦାୟିତ୍ୱ ତୁଳାଇବେ ।

ସୂଚନାଯୋଗ୍ୟ ଅକ୍ଟୋବର ୧୭ ରୁ ଟି-୨୦ ବିଶ୍ୱକପ୍ ଆରମ୍ଭ ହେବ । ତେବେ ଅକ୍ଟୋବର ୨୪ରେ ଭାରତ ସହ ପ୍ରଥମ ମ୍ୟାଚ ଦୁବାଇରେ ଖେଳିବ ପାକିସ୍ତାନ ।

Leave A Reply

Your email address will not be published.

ବ୍ରେକିଂ