ତାଳଚେର ଓ ଅନୁଗୁଳ ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର: ରାଜ୍ୟରେ ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ତାପମାତ୍ରା ହ୍ରାସ ପାଇଥିଲେ ବି ଭୁବନେଶ୍ୱରରେ ଆଜି ତାପମାତ୍ରା ୩୯.୮ ଡିଗ୍ରୀ ରହିଥିବା ବେଳେ ଆଜି ବି ରାଜ୍ୟର ୧୫ଟି ସହରରେ ତାପମାତ୍ରା ୪୦ ଉପରେ ରହିଛି ।

୧୫ଟି ସହର ମଧ୍ୟରୁ ୭ଟିରେ ତାପମାତ୍ରା ୪୨ଟି ଡିଗ୍ରୀ ଉପରେ ରହିଥିବା ବେଳେ ୪ଟିରେ ୪୧ ଡିଗ୍ରୀ ଉପରେ ରହିଛି। ଉଭୟ ଅନୁଗୋଳ ଓ ତାଳଚେର ସହରରେ ଆଜି ସବୁଠୁ ଅଧିକ ଖରା ଅନୁଭବ ହୋଇଥିଲା। ଏହି ଦୁଇ ସହରରେ ତାପମାତ୍ରା ୪୨.୭ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।

ସେହିପରି  ବାରିପଦା, ଟିଟିଲାଗଡ ଏବଂ ପାରଳାଖେମୁଣ୍ଡିରେ ତାପମାତ୍ରା ୪୨.୨ ଡିଗ୍ରୀ ରହିଛି । ବୌଦ୍ଧ ଓ ମାଲକାନଗିରିରେ ୪୨, ନୟାଗଡ ୪୧.୦୭, ଭବାନୀପାଟଣା ୪୧.୬, ସୁନ୍ଦରଗଡ ୪୧.୫, ସମ୍ବଲପୁର ୪୧.୪, ସୋନପୁର ୪୦.୮, ହୀରାକୁଦ ୪୦.୭, ଝାରସୁଗୁଡା ୪୦.୬, ଫୁଲବାଣୀ ୪୦ ଓ କଟକରେ ତାପମାତ୍ରା ୩୯.୨ ଡିଗ୍ରୀ ରହିଛି ।

ସୂଚନାଯୋଗ୍ୟ, ଗତକାଲି ରାଜଧାନୀ ଭୁବନେଶ୍ୱର ୪୪.୨ ଡିଗ୍ରୀ ତାପମାତ୍ରା ସହ ସର୍ବାଧିକ ଉତ୍ତପ୍ତ ସହର ହୋଇଥିଲା ।

Leave A Reply

Your email address will not be published.

ବ୍ରେକିଂ