କାବୁଲ୍‌ରେ ବନ୍ଧୁକ ମୁନରେ ଭାରତୀୟ ନାଗରିକଙ୍କୁ ଅପହରଣ

କାବୁଲ: ତାଲିବାନ କ୍ଷମତା ଗ୍ରହଣ କରିବା ମାତ୍ରେ ଘୋଷଣା କରିଥିଲା ଯେ ସେମାନେ କାହାରିଠାରୁ ପ୍ରତିଶୋଧ ନେବେ ନାହିଁ।  କିନ୍ତୁ ତାଲିବାନର ବର୍ବରତା ଦିନକୁ ଦିନ ବଢିବାରେ ଲାଗିଛି । ତାଲିବାନ ଆଫଗାନିସ୍ତାନ ସରକାରଙ୍କ ସହ ଥିବା ସମସ୍ତଙ୍କଠାରୁ ପ୍ରତିଶୋଧ ନେଉଛି।  ଆଫଗାନିସ୍ତାନର ଜଣେ ଭାରତୀୟ ନାଗରିକ କାବୁଲରେ  ଅପହରଣ ହୋଇଥିବା ସୂଚନା ମିଳିଛି । ବାଂଶରୀ ଲାଲ୍‌ ଅରେନ୍ଦେ ନାମରେ ଆଫଗାନିସ୍ତାନ-ଜନ୍ମିତ ଜଣେ ୫୦ ବର୍ଷିୟ ଭାରତୀୟ ନାଗରିକଙ୍କୁ ତାଲିବାନ ବନ୍ଧୁକ ମୁନରେ ଅପହରଣ କରିଥିବା ଜଣାପଡିଛି। ଏହି ଘଟଣା ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟକୁ ଯୋଗାଯୋଗ କରାଯାଇଛି ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି।

ଇଣ୍ଡିଆନ୍‌ ୱାର୍ଲ୍ଡ ଫୋରମର ଅଧ୍ୟକ୍ଷ ପୁନିତ୍‌ ସିଂ ଚା‌ନ୍ଧୋକ୍ କହିଛନ୍ତି, ତାଲିବାନୀ ବନ୍ଧୁକଧାରୀମାନେ କାବୁଲରେ ଆଫଗାନିସ୍ତାନର ଜଣେ ଭାତରୀୟ ବ୍ୟବସାୟୀଙ୍କୁ ବନ୍ଧୁକ ମୁନରେ ଅପହରଣ କରିନେଇଛନ୍ତି। କାବୁଲର ୧୧ଶ ପୁଲିସ ଡିଷ୍ଟ୍ରିକ୍ଟ ଅଞ୍ଚଳରେ ଏହି ଘଟଣାଟି ଘଟିଛି।  ସେ କହିଛନ୍ତି, କାବୁଲରେ ବଂସରୀ ଲାଲଙ୍କ ଏକ ଔଷଧ ଦୋକାନ ରହିଛି। ତାଙ୍କୁ ତାଲିବାନୀମାନେ ମଙ୍ଗଳବାର ସକାଳ ୮ଟାରେ ଦୋକାନ ନିକଟରୁ ହିଁ ଅପହରଣ କରିନେଇଛନ୍ତି। ଅପହୃତ ହେବା ପୂର୍ବରୁ ସେ ତାଙ୍କର କର୍ମଚାରୀଙ୍କ ସହ ସବୁଦିନ ଭଳି ଦୋକାନ ଖୋଲିବାକୁ ଯାଉଥିଲେ।

ବଂସରୀଙ୍କ ପରିବାର ଦିଲ୍ଲୀ-ଏନ୍‌ସିଆର୍‌ରେ ରୁହନ୍ତି। ସ୍ଥାନୀୟ ଅନୁସନ୍ଧାନକାରୀ ସଂସ୍ଥା ତାଙ୍କ ଅପହରଣ ମାମଲା ରୁଜୁ କରିଛି ଏବଂ ତାଙ୍କୁ ଖୋଜା ଚାଲିଛି।

Leave A Reply

Your email address will not be published.

ବ୍ରେକିଂ