ଦୈନିକ ଭାସ୍କର’ ଅଫିସରେ ଆୟକର ବିଭାଗର ଚଢ଼ାଉ

ନୂଆଦିଲ୍ଲୀ: କର ଚୋରୀ ଅଭିଯୋଗରେ ଦୈନିକ ଖବର କାଗଜ ‘ଭାସ୍କର’ ର ବିଭିନ୍ନ ଅଫିସରେ ଆଜି ଆୟକର ବିଭାଗ ରେଡ୍ କରିଛି।  ଏହି ଚଢାଉରେ ଆୟକର ବିଭାଗ,ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସହ ସ୍ଥାନୀୟ ପୋଲିସ ସହଯୋଗ କରିଛନ୍ତି । ପୁରା ସର୍ଚ୍ଚ ଅପରେଶନ ଦିଲ୍ଲୀ ଓ ମୁମ୍ବାଇ ଟିମ୍ ଦ୍ୱାରା କରାଯାଉଛି । ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ଆୟକର ବିଭାଗ ଗୁରୁବାର ସକାଳେ ମହାରାଷ୍ଟ୍ର, ଗୁଜରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଦିଲ୍ଲୀ କାର୍ଯ୍ୟାଳୟରେ ଏହି ରେଡ୍ କରିଛି। ଅନ୍ୟପଟେ ଏହି ଚଢାଉକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି ।  ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ସରକାରଙ୍କ ବିରୋଧରେ ଏକଜୁଟ ହୋଇଛନ୍ତି । ପ୍ରଥମେ ରାଜ୍ୟସଭାରେ ଏହି ପ୍ରସଙ୍ଗକୁ ନେଇ ହଙ୍ଗାମା ସୃଷ୍ଟି ହୋଇଥିଲା ଏବଂ ପରେ ଟ୍ୱିଟ୍ କରି ମୋଦୀ ସରକାରଙ୍କୁ ଟାର୍ଗେଟ କରିଥିଲେ।

ଆୟକର ବିଭାଗ ରେଡ୍ କରିବା ବେଳେ ଦୈନିକ ଭାସ୍କରର ମୁଖ୍ୟ ସମ୍ପାଦକ ଏଲପି ପନ୍ତ ଟ୍ୱିଟ୍ କରି ଗୋଟିଏ ଶାୟରୀ ଲେଖିଛନ୍ତି, ‘ ସତ ବଢ଼ୁ କିମ୍ବା କମୁ ସତ୍ୟ ରହିବ ନାହିଁ, ହେଲେ ମିଛର ଅନ୍ତ ନାହିଁ।’

କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେୱାଲା ଟ୍ୱିଟ୍ କରି କହିଛନ୍ତି ଯେ ଭାସ୍କରଙ୍କ ସହ ବର୍ତ୍ତମାନ ଭାରତ ସମାଚାର ଚ୍ୟାନେଲର ମୁଖ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ବ୍ରିଜେଶ ମିଶ୍ରଙ୍କ ଘରେ ଆୟକର ବିଭାଗର ଚଢ଼ଉ ହୋଇଛି। ସରକାର ଯଦି କଲମ ଏବଂ କ୍ୟାମେରାକୁ ଏତେ ଭୟ କରନ୍ତି ତେବେ ଏପରି ସରକାରର ପତନ ନିଶ୍ଚିତ।

ସେହିପରି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କହିଛନ୍ତି, ମୋଦି ସରକାରରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭକୁ ଦମନ କରି ଆରମ୍ଭରୁ ସତକୁ ରୋକିବା କାମ ଆରମ୍ଭ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ପେଗାସସ୍ ମାମଲାରେ ଅନେକ ଗଣମାଧ୍ୟମ ସଂଗଠନ ଏବଂ ଏହା ସହିତ ଜଡିତ ଲୋକମାନେ ଅଛନ୍ତି। ସାରା ଦେଶରେ ସାହସର ସହିତ ସତ୍ୟର ଖୁଲାସା କରୁଥିବା ଦୈନିକ ଭାସ୍କର ମିଡିଆ ଗୋଷ୍ଠୀକୁ ଦମନ କରିବାକୁ ସରକାର କାମ ଆରମ୍ଭ କରିଛନ୍ତି କି ବୋଲି ସେ ପ୍ରଶ୍ନ କରିଛନ୍ତି। ବିରୋଧୀଙ୍କୁ ଦମନ କରିବା, ସତକୁ ରୋକିବା ପାଇଁ ଏହି ସରକାର ଆରମ୍ଭରୁ ଇଡି, ଆଇଟି ଏବଂ ଅନ୍ୟାନ୍ୟ ଏଜେନ୍ସିର ଅପବ୍ୟବହାର କରିଆସୁଛନ୍ତି ଏବଂ ଏହି କାର୍ଯ୍ୟ ଆଜି ମଧ୍ୟ ଜାରି ରହିଛି କି ବୋଲି ଗେହଲୋଟ ପ୍ରଶ୍ନ କରିଛନ୍ତି।  କିନ୍ତୁ ସତ ବିଚଳିତ ହୋଇପାରେ କିନ୍ତୁ ପରାଜୟ କରିପାରିବ ନାହିଁ ବୋଲି ସେ ଟ୍ୱିଟ୍ କରି ଲେଖିଛନ୍ତି।

ଟିଏମସି ମୁଖ୍ୟ ମମତା ବାନାର୍ଜୀ ଏକ ଟ୍ୱିଟରେ କହିଛନ୍ତି, “ସାମ୍ବାଦିକ ତଥା ମିଡିଆ ହାଉସ ଉପରେ ଆକ୍ରମଣ ଗଣତନ୍ତ୍ରକୁ ଦମନ କରିବାର ଆଉ ଏକ ନିଷ୍ଠୁର ପ୍ରୟାସ। ଦୈନିକ ଭାସ୍କର ସାହସର ସହିତ କହିଥିଲା ଯେ ନରେନ୍ଦ୍ର ମୋଦୀ ଜି କିପରି କୋଭିଡ ସଙ୍କଟକୁ ଭୁଲ ତରିକାରେ ପରିଚାଳନା କରିଥିଲେ ଏବଂ ମହାମାରୀ ମଧ୍ୟରେ ଦେଶକୁ ଖରାପ ସ୍ଥିତି ଆଡକୁ ନେଇଗଲେ। ମୁଁ ଏହି ପ୍ରତିଶୋଧପରାୟଣ କାର୍ଯ୍ୟକୁ ଦୃଢର ସହ ନିନ୍ଦା କରୁଛି ଯାହା ସତ୍ୟକୁ ଆଣୁଥିବା ସ୍ୱରକୁ ଚପାଇବାକୁ ଲକ୍ଷ୍ୟ ରଖିଛି।”

Leave A Reply

Your email address will not be published.

ବ୍ରେକିଂ