୩ ଲକ୍ଷ ଟଙ୍କାର ଶାଗୁଆନ କାଠ ଜବତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଁଳାବେରେଣୀ ଫରେଷ୍ଟ ସେକ୍ସନ ତୁମୁସିଙ୍ଗା ଗାଁରୁ ବନ ବିଭାଗ ୧୮୦ ସିଫଟ ଶାଗୁଆନ କାଠ ଜବତ କରିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୩ ଲକ୍ଷ ଟଙ୍କା ହେବ । ତେବେ ଏଥିରେ କାହାକୁ ଗିରଫ କରିନାହିଁ ବନବିଭାଗ ।

ଖବର ପାଇ ଢେଙ୍କାନାଳ ମୋବାଇଲ ସ୍କ୍ୱାର୍ଡ ଓ ଅଁଳାବେରେଣୀ ଫରେଷ୍ଟ ଟିମ ମିଳିତ ଭାବେ ଏହି ଚଢ଼ାଉ କରିଥିଲେ । ଘଟଣାରେ ବନ ବିଭାଗ କାହାକୁ ଅଟକ ରଖି ନଥିବା ବେଳେ କାଠ ଗୁଡିକ ଜବତ କରି ଅଁଳାବେରେଣୀ ବନ କାର୍ଯ୍ୟାଳୟକୁ ନେଇ ଅଧିକ ତଦନ୍ତ ଜାରିରଖିଛି ।

Leave A Reply

Your email address will not be published.

ବ୍ରେକିଂ