ଚିନ୍ତା ବଢାଉଛି କରୋନା ଟିକା, ଭ୍ୟାକ୍ସିନ୍‌ ନେଇ ତେଲେଙ୍ଗାନାରେ ଡ୍ରାଇଭର ମୃତ

ତେଲେଙ୍ଗାନା: ସାରା ଦେଶରେ କରୋନାର ପ୍ରଥମ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଯାଇଛି । ଟୀକା ନେବା ପରେ ଧିରେ ଧିରେ ଲୋକଙ୍କ ପାଖରେ ପାଶ୍ୱର୍ପ୍ରତିକ୍ରିୟା ଦେଖାଯିବା ଆରମ୍ଭ କରିଲାଣି । କରୋନା ଟିକା ନେଇ ତେଲେଙ୍ଗାନାରେ ଜଣେ ୪୨ ବର୍ଷୀୟ ଆମ୍ବୁଲାନ୍ସ ଡ୍ରାଇଭର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ଏହି ବ୍ୟକ୍ତି ଜଣକ ଜାନୁଆରି ୧୯ ତାରିଖରେ ଟିକା ନେଇଥିଲେ । ହଠାତ ରାତିରେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲା ବେଳେ ୨୦ ତାରିଖ ସକାଳେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଟିକା ନେବା ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି ବୋଲି ପରିବାର ପକ୍ଷରୁ ସନ୍ଦେହ କରାଯାଇଛି ।  ପ୍ରାରମ୍ଭିକ ତଦନ୍ତରୁ ଟିକାକରଣ ସହ ଏହାର କୌଣସି ସମ୍ପର୍କ ନାହିଁ ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ