ଆଜି ଓଡିଶାର ସମସ୍ତ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ତଳେ

ଭୁବନେଶ୍ୱର : କାଳବୈଶାଖୀ ବର୍ଷା ପାଇଁ ରାଜ୍ୟରେ ଗତ କିଛି ଦିନ ହେଲା ତାପମାତ୍ରା ହ୍ରାସ ପାଉଛି । ପ୍ରଚଣ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଡହଳ ବିକଳ ହେଉଥିବା ରାଜ୍ୟବାସୀ ଆଶ୍ୱସ୍ତି ଅନୁଭୁବ କରିଛନ୍ତି । ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ଫଳରେ ସମସ୍ତ ଜିଲ୍ଲାର ତାପମାତ୍ରା ୪୦ ଡିଗ୍ରୀ ତଳକୁ ହ୍ରାସ ପାଇଛି । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଜି ବାଲେଶ୍ୱରରେ ତାପମାତ୍ରା ୩୪.୭ ଡିଗ୍ରୀ ଥିବା ବେଳେ, ଚାନ୍ଦବାଲିରେ ୩୫.୪, କଟକରେ ୩୪.୨, ପାରାଦୀପରେ ୩୨.୮, ଭୁବନେଶ୍ୱରରେ ୩୬.୧, ଗୋପାଳପୁରରେ ୩୩, ପୁରୀରେ ୩୪.୮, ଅନୁଗୁଳରେ ୩୩.୭, ବାରିପଦାରେ ୩୪.୨, ଝାରସୁଗୁଡ଼ାରେ ୩୦.୪, କେନ୍ଦୁଝରରେ ୩୦.୮, ସମ୍ବଲପୁରରେ ୨୮.୮, ସୁନ୍ଦରଗଡ଼ରେ ୩୯, ହୀରାକୁଦରେ ୨୮.୩, ତାଳଚେରରେ ୩୫.୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

ସେହିପରି ଭବାନୀପାଟଣାରେ ତାପମାତ୍ରା ୩୫.୫ ଡିଗ୍ରୀ ଥିବା ବେଳେ, ବଲାଙ୍ଗିରରେ ୩୮.୩, କୋରାପୁଟରେ ୩୨, ଫୁଲବାଣୀରେ ୩୧, ଟିଟିଲାଗଡ଼ରେ ୩୩.୫, ମାଲକାନଗିରିରେ ୩୭, ସୋନପୁରରେ ୩୩.୬, ନୟାଗଡ଼ରେ ୩୪.୫, ବୌଦ୍ଧରେ ୩୨.୫, ଛତ୍ରପୁରରେ ୩୪.୩, ପାରଳାଖେମୁଣ୍ଡିରେ ୩୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

Leave A Reply

Your email address will not be published.

ବ୍ରେକିଂ