ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ରୋଗୀଙ୍କ ମୃତ ଅଭିଯୋଗ

ସଇଁତଲା : ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ଚାଲିଗଲା ରୋଗୀଙ୍କ ଜୀବନ । ବଲାଙ୍ଗୀର ଜିଲ୍ଲା ସଇଁତଲା ଡାକ୍ତରଖାନାରେ ଜଣେ ରୋଗୀ ଚିକିତ୍ସା  ଅବହେଳାରୁ ମୃତ୍ୟୁ ଘଟିଥିବା ଅଭିଯୋଗ ଆସିଛି । ମୃତଙ୍କ ନାମ ଦୀର୍ଜୁ ଭୋଇ ବୋଲି ଜଣାପଡିଛି  । ଏଭଳି ନିନ୍ଦନୀୟ ଘଟଣାକୁ ନେଇ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି  l

ପ୍ରକାଶ ଯେ , ଘୁନସର ପଂଚାୟତ କନ୍ଦଉଲବା ଗ୍ରାମର ଦୀର୍ଜୁ  ନାମକ ଜଣେ ବ୍ୟକ୍ତି  ଆଜି ସକାଳେ ଛାତି ଯନ୍ତ୍ରଣା ଅନୁଭବ ହେବାରୁ ବାଇକ ଯୋଗେ  ସଇଁତଲା ଡାକ୍ତରଖାନାକୁ ଆସିଥିଲେ । ଦୀର୍ଘ ସମୟ ଧରି ଡାକ୍ତରଖାନା କୋଣସି ଡାକ୍ତର ନଥିବା ଏବଂ ବିଳମ୍ୱରେ ପହଞ୍ଚିବାରୁ ଦୀର୍ଜୁଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ସେହିପରି ଏହି ସମୟରେ ଅକ୍ସିଜେନ  ନ ଦେବା ସହ ଚିକିତ୍ସା ଅବହେଳା  ଯୋଗୁଁ ମୃତ୍ୟୁ ଘଟିଥିଲା ବୋଲି ଦୀର୍ଜୁର ପୁଅ ମଦନ ଭୋଇ ଅଭିଯୋଗ କରିଛନ୍ତି  l  ତେବେ ଏବାବଦରେ  ଡାକ୍ତର ଜ୍ୟୋତିରଞ୍ଜନ ବାଗଙ୍କୁ ପଚାରିବାରୁ ତାଙ୍କ ଛାତିରେ ଯନ୍ତ୍ରଣା ହେଉଥିଲା ତେଣୁ ବଲାଙ୍ଗୀର ମେଡିକାଲକୁ ସ୍ଥାନାନ୍ତରିତ କରୁଥିଲି ବୋଲି କହିଛନ୍ତି  l  ଏହି ଡାକ୍ତରଖାନାରେ ଡାକ୍ତର ଅଭାବ ସାଙ୍ଗକୁ ଠିକ ଭାବରେ ରୋଗୀଙ୍କୁ ଚିକିତ୍ସା ମିଳିପାରୁନାହିଁ  ବୋଲି ବାରମ୍ବାର ଅଭିଯୋଗ କଲେ ସୁଦ୍ଧା କୌଣସି ସଫଳ ମିଳୁପାରୁନି । ବରଂ  ଲୋକଙ୍କ ଜୀବନ ଯାଉଛି ବୋଲି ଅଭିଯୋଗ ହେଉଛି l

ଏ ସମସ୍ୟା ନେଇ ବାରମ୍ବାର ବଲାଙ୍ଗୀର ସିଡିଏମଓ ଙ୍କୁ ଅଭିଯୋଗ କଲେ ମଧ୍ୟ ସଇଁତଲା ଡାକ୍ତଖାନା ପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି l ଯଦି ଏହା  ପ୍ରତି ଦୃଷ୍ଟି ଦିଆଯାଏ ତେବେ ଅନେକ ଲୋକଙ୍କ ଜୀବନ ବଞ୍ଚବା ସହ ସୁବିଧାରେ ଲୋକେ ଚିକିତ୍ସା ପାଇପାରନ୍ତେ । ତେଣୁ  ଏ ଦିଗରେ ଜିଲ୍ଲା ପ୍ରଶାସନ କୋଣସି ପଦକ୍ଷେପ ଗ୍ରହଣ ନ କଲେ ଆଇନଗତ କାଯ୍ୟନୁଷ୍ଠାନ ନିଆଯିବ ବୋଲି ସଇଁତଲା ଓକିଲ ସଂଘ ସଭାପତି ହିଜକ୍ଷ ତାଣ୍ଡି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.

ବ୍ରେକିଂ