ପ୍ରଶାସନ ଦୃଷ୍ଟି ଆଢୁଆଳରେ ଟେଣ୍ଟେଇନଳୀ ଜଳପ୍ରପାତ, ପର୍ଯ୍ୟଟନ ସ୍ଥଳୀ ମାନ୍ୟତା ପାଇଁ ଦାବୀ 

ତେଲକୋଇ: କେନ୍ଦୁଝର ଜିଲ୍ଲା ଉପାନ୍ତ ତେଲକୋଇ ବ୍ଲକ ପଡାଙ୍ଗ ପଞ୍ଚାୟତ ଟେଣ୍ଟେଇନଳୀ ଗ୍ରାମରେ ଲୁକ୍କାୟିତ ଅବସ୍ଥାରେ ରହିଛି ଟେଣ୍ଟେଇନଳୀ ଜଳପ୍ରପାତ । ପର୍ଯ୍ୟଟନ ଋତୁ ଆସିଲେ ଏଠାକୁ ଜିଲ୍ଲା ତଥା ବାହାର ଜିଲ୍ଲାରୁ ବହୁ ପର୍ଯ୍ୟଟକ ମାନେ ଆସିଥାନ୍ତି । ଏହା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇଲେ ସ୍ଥାନୀୟ ଅଞ୍ଚଳର ଆର୍ଥିକ ଓ ସାମାଜିକ ବିକାଶର ସହାୟକ ହୋଇ ପାରନ୍ତା । ସେହିପରି ଜଳପ୍ରପାତ କୁ ଯିବା ପାଇଁ କୈଣସି ସୂଚନା ଫଳକ ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଲଗା ଯାଇନଥିବାରୁ ଏହା କେଉଁ ସ୍ଥାନରେ ରହିଛି ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ ଜାଣି ପାରୁ ନାହାଁନ୍ତି।

ତେଲକୋଇ ମୁଖ୍ୟାଳୟଠାରୁ ତେଲକୋଇ-ତାଳଚେର ପୂର୍ତ୍ତ ରାସ୍ତାରେ ସଡ଼କ ପଥରେ ମାତ୍ର ୧୦କିମି ଗଲେ ପଡ଼ିବଏହି ଜଳପ୍ରପାତ । ଖୁଣ୍ଟାପଡା ବ୍ରହ୍ମେଶ୍ୱର ମନ୍ଦିର ଛକରୁ ବାମକୁ ଖୁଣ୍ଟାପଡା-ପଡାଙ୍ଗ ରାସ୍ତାରେ ୨କିମି ଗଲା ପରେ ବେଣା ସାପ୍ତାହିକ ହାଟ ଛକ ସେଠାରୁ ବାମକୁ ବେଣା ପ୍ରଧାନମନ୍ତ୍ରୀ ରାସ୍ତାରେ ୨କିମି ଯାଇ ବେଣା ଗ୍ରାମ ପୀଢ଼ଶାଳଠାରୁ ଡ଼ାହାଣ ପାର୍ଶ୍ଵ ୨କିମି ମାଟି ମୋରମ ରାସ୍ତା ଅତିକ୍ରମ କରିବା ପରେ ପଡିବ ଟେଣ୍ଟେଇନଳୀ ଗ୍ରାମ । ସେଠାରୁ ଅଧ କିମି ଦୂରରେ ପାହାଡ଼ ପାଦଦେଶରେ ରହିଛି ଏହି ଜଳପ୍ରପାତ ।

ତେଲକୋଇ ବନାଚଳ କଳାପାଟ ସଂରକ୍ଷିତ ଜଙ୍ଗଲର ରାଜା ବନ୍ଦାଣ ପାହାଡ ଓ ବାଘ ବସା ପାହାଡ଼ ମିଳନ ସ୍ଥଳରୁ ଏହି ଜଳପ୍ରପାତ ଉତ୍ପତ୍ତି । ଏହି ଜଳପ୍ରପାତ ୭୦ଫୁଟ ଉଚ୍ଚରୁ ବଣ ଝରଣାର ଜଳ ରାଶି ଝରି ଆସୁଛି । ପ୍ରଶାସନ ଉଦାସୀନତା ମନୋଭାବ ଯୋଗୁଁ ଏହି ମନୋରମା ଜଳପ୍ରପାତଟି ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ପାଇ ପାରିନାହିଁ । ତେବେ ଉକ୍ତ ଜଳପ୍ରପାତଟି ଓଡିଶା ମାନଚିତ୍ରରେ ସମ୍ପୁର୍ଣ୍ଣ ଭିନ୍ନ । ଏହି ଗାଁର ଶତ ପ୍ରତିଶତ ଅଧିବାସୀମାନେ ଆଦିମ ଜନଜାତି ଜୁଆଙ୍ଗ ସଂପ୍ରଦାୟର ଅଟନ୍ତି । ଏହା ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଲେ ଏହା ଏକ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।

Leave A Reply

Your email address will not be published.

ବ୍ରେକିଂ