ଅଭିନେତ୍ରୀ ଆର୍ଯ୍ୟ ବାନାର୍ଜୀଙ୍କ ସନ୍ଦେହଜନକ ମୃତ୍ୟୁ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର

କୋଲକାତା : ଦ ଡର୍ଟି ପିକ୍‌ଚର ଚଳଚ୍ଚିତ୍ରରେ ବିଦ୍ୟା ବାଲାନଙ୍କ ସହ କାମ କରିଥିବା ଜଣାଶୁଣା ଅଭିନେତ୍ରୀ ଆର୍ଯ୍ୟ ବାନାର୍ଜୀଙ୍କ ଦେହାନ୍ତ ହୋଇଛି। ସନ୍ଦେହଜନକ ଅବସ୍ଥାରେ କୋଲକାତାର ତାଙ୍କ ଘରେ ଅଭିନେତ୍ରୀଙ୍କ ମୃତଦେହ ମିଳିଛି । ଦକ୍ଷିଣ କୋଲକାତାର ଯୋଧପୁର ପାର୍କ ସ୍ଥିତ  ବାସଭବନରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ। ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନବିନ ଆରମ୍ଭ କରିଛି ।

ଅଭିନେତ୍ରୀଙ୍କ ଘରେ କାମ କରୁଥିବା ଚାକର ସବୁଦିନ ପରି ଆଜି ମଧ୍ୟ ତାଙ୍କ ଘରେ ପହଞ୍ଚିଥିଲା । ହେଲେ ଅଭିନେତ୍ରୀ ଜଣକ କବାଟ ଖୋଲିନଥିଲେ କି ଫୋନ ମଧ୍ୟ ଉଠାଇନଥିଲେ । ଏହାପରେ ଚାକର  ପୋଲିସକୁ ସୂଚନା ଦେଇଥିଲା ।  ପୋଲିସ କବାଟ ଭାଙ୍ଗି ଅଭିନେତ୍ରୀଙ୍କ ଘର ଭିତରକୁ ପଶିଥିଲା । ତାଙ୍କ ମୃତଦେହ ଶଯ୍ୟାରେ ପଡ଼ିଥିବାର ଦେଖିବାକୁ ମିଳିଥିଲା। ତାଙ୍କ ନାକରୁ ରକ୍ତସ୍ରାବ ହେଉଥିଲା ଏବଂ ସେ ଚାରିଆଡ଼େ ବାନ୍ତି କରିଥିଲେ। ଆର୍ଯ୍ୟ ବାନାର୍ଜୀଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପୋଲିସ ବର୍ତ୍ତମାନ ତଦନ୍ତ କରୁଛି।

୩୩ ବର୍ଷିୟ ଆର୍ଯ୍ୟ ବାନାର୍ଜୀଙ୍କ ପ୍ରକୃତ ନାମ ଦେବଦତ୍ତ ବାନାର୍ଜୀ ।  ସେ ପ୍ରସିଦ୍ଧ ସିତାର ବାଦକ ନିଖିଲ ବାନାର୍ଜୀଙ୍କ ସାନ ଝିଅ। ଲଭ ସେକ୍ସ ଔର ଧୋକା ଫିଲ୍ମ ଜରିଆରେ ଆର୍ଯ୍ୟ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହା ପରେ ସେ ଦ ଡର୍ଟି ପିକ୍‌ଚର ଚଳଚ୍ଚିତ୍ରରେ ବିଦ୍ୟା ବାଲାନଙ୍କ ବିପକ୍ଷରେ ଅଭିନୟ କରିଥିଲେ।

ଚଳିତ ବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ବହୁତ ଖରାପ ବୋଲି ପ୍ରମାଣିତ ହୋଇଛି ।  ଚଳିତ ବର୍ଷ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣାଶୁଣା କଳାକାର ପ୍ରାଣ ହରାଇଛନ୍ତି ।  ଇରଫାନ ଖାନ, ଋଷି କପୁର, ସରୋଜ ଖାନ, ୱାଜିଦ୍ ଖାନ୍, ସୁଶାନ୍ତ ସିଂ ରାଜପୁତଙ୍କ ସମେତ ଅନେକ ପ୍ରସିଦ୍ଧ କଳାକାରଙ୍କୁ ହରାଇଛି ବଲିଉଡ ।

Leave A Reply

Your email address will not be published.

ବ୍ରେକିଂ