ଥାନାରେ ପୁଣି ଥାର୍ଡ ଡିଗ୍ରୀ ଅଭିଯୋଗ: ନାବଳକକୁ ମାରିମାରି ଲୋହୁଲୁହାଣ କଲେ ପୋଲିସ୍ କର୍ମଚାରୀ

କେନ୍ଦୁଝର : ପୋଲିସ୍ ଅପରାଧୀଙ୍କ କବଳରୁ ଜନତାଙ୍କୁ ସୁରକ୍ଷା ଦିଏ । ହେଲେ ଯଦି ସୁରକ୍ଷା ଦେଉଥିବା ସେଇ ପୋଲିସ୍ ଜନତାଙ୍କୁ ଅତ୍ୟାଚାର କରେ ତାହେଲେ ସାଧାରଣ ଜନତାଟିର ଦୁଖଃ ଆଉ କିଏ ବା ବୁଝିବ । ପୋଲିସ୍ ବର୍ବରତାର ଖବର ଏବେ ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ଏପରି ସ୍ଥିତିରେ ରାଜ୍ୟରେ ବିଭିନ୍ନ ଅଞ୍ଚଳରୁ  ପୋଲିସ୍ ବିଭାଗକୁ ନେଇ ଆସୁଛି ସାଙ୍ଘାତିକ୍ ଅଭିଯୋଗ । ଗତ କିଛି ଦିନ ତଳେ ପୁରୀର ବାସେଳିସାହି  ଓ ସୁନ୍ଦରଗଡ଼ର ବୀରମିତ୍ରପୁରର ଅଭିଯୁକ୍ତଙ୍କୁ ଥାନାରେ ପୋଲିସ୍ ମାଡ ମାରି ହତ୍ୟା କରିଛି ବୋଲି ଅଭିଯୋଗ ଆସିଥିଲା । ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଥିଲା । ବିଧାନସଭାରେ ହାଜତ୍ ମୃତ୍ୟୁକୁ ନେଇ ବିରୋଧି ସରକାରଙ୍କୁ କଡା ସମାଲୋଚନା କରିଥିଲେ ।

ତେବେ ଗୋଟିଏ ପଟେ ସେହି ବିବାଦ ଥମି ନଥିବା ବେଳେ ଏବେ ପୋଲିସକୁ ନେଇ ଆସିଛି  ଆଉ ଏକ ସାଙ୍ଘାତିକ ଅଭିଯୋଗ । କେନ୍ଦୁଝର ଜିଲ୍ଲା ପାଟଣା ଥାନାରୁ ଆସିଛି ଥାର୍ଡ ଅଭିଯୋଗ । ଥାନା  ଭିତରେ ଜଣେ ନାବାଳକୁ ଚୋରୀ କରିଥିବା ସନ୍ଦେହରେ ଆଣି ଥାନା ଭିତରେ ପୋଲିସ୍ ନିସ୍ତୁକ ମାଡ ମାରିଥିବା ପରିବାର ଓ ନାବାଳକ ଅଭିଯୋଗ କରିଛନ୍ତି ।

ଅଭିଯୋଗ ଅନୁଯାୟୀ ,  ଗତ ଶନିବାର ଦିନ ନାବାଳକୁ ଚୋରି ସନ୍ଦେହରେ ଥାନାକୁ ଆଣି ଦୁଇ ଜଣ ପୋଲିସ୍ କର୍ମଚାରୀ ଅରୁପ କୁମାର ସାମଲ ଓ ଶିବ ଶଙ୍କର ଆଲଦା ନିର୍ଧୁମ ମାଡ଼ ମାରିଛନ୍ତି । ପୋଲିସ ମାଡ଼ରେ ନାବାଳକ ଜଣଙ୍କ ଆହାତ ହୋଇଥିବା ବେଳେ ଯନ୍ତ୍ରଣା ଯୋଗୁଁ ସେ ଚାଲି ପାରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି । ଏନେଇ ପରିବାର ଲୋକେ କେନ୍ଦୁଝର ଏସ,ପି ଙ୍କୁ ଭେଟି ନ୍ୟାୟ ଭିକ୍ଷା କରିଛନ୍ତି । କେନ୍ଦୁଝର ଏସପି ଏଇ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।  ତେବେ ପୂର୍ବରୁ ଉକ୍ତ ଥାନା ଭିତରେ ମାଡ଼ ମାରି ଆଇଆଇସି ସଂଧ୍ୟାରରାଣୀ ଜେନା ନିଲମ୍ବିତ ହୋଇଥିବା ବେଳେ ଏବେ ପୁଣି ପାଟଣା ଥାନାରେ ମାଡ଼ ହେବା  ଘଟଣାକୁ ନେଇ ଗଣମାଧ୍ୟମଠୁ ଆରମ୍ଭ କରି ସାଧାରଣରେ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.

ବ୍ରେକିଂ