ବିସ୍ଥାପିତ ହେବାର ୫୦ ବର୍ଷ ପରେ ବି ସୁନ୍ଦରଗଡ ଗାଁ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ

କନ୍ଧମାଳ : ବିସ୍ଥାପିତ ହେବାର ବର୍ଷେ କି ୨ବର୍ଷ ନୁହେଁ ପାଖାପାଖି ୫ ଦଶନ୍ଧୀ ବିତି ଗଲାଣି ,ହେଲେ ଏଯାଏଁ ବିସ୍ଥାପିତ ଲୋକଙ୍କ ସମସ୍ୟା ସୁଧୁରୁନି । ରାସ୍ତାଘାଟ, ପାନୀୟ ଜଳ ଆଦି ମୌଳିକ ସୁବିଧା ଟିକକ ନ ପାଇ ଦୁଃଖକଷ୍ଟରେ ଜୀବନ ବିତାଉଛନ୍ତି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ସୁନ୍ଦରଗଡ ଗ୍ରାମବାସୀ ।

ଗତ ୧୯୮୪ ମସିହାରେ ପିଲା ସାଲକୀ ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିଲେ ଏମାନେ । ସେମାନଙ୍କୁ ସୁନ୍ଦରଗଡ  ଅଞ୍ଚଳରେ ଥଇଥାନ କରାଯାଇଥିଲା। ହେଲେ ଗାଁକୁ ଏଯାଏଁ ଭଲ ରାସ୍ତାଟିଏ ନାହିଁ। ପାନୀୟ ଜଳ ସମସ୍ୟା ନ କହିବା ଭଲ । ଘର ଦେବେ କହିଥିଲେ ସରକାର ତାହାମଧ୍ୟ ଦେଲେନି। ଚାଷ ଜମି ବୋଲି ଯାହା ମିଳିଛି ତାହା ପାହାଡିଆ ଜମି ତେଣୁ ଚାଷ କଣ ହେବ ବୋଲି ପ୍ରଶ୍ନ କରିଛନ୍ତି । ବାବୁମାନେ ଗାଁକୁ ଆସୁଛନ୍ତି ସମସ୍ୟାର ସମାଧାନ କରିଦେବେ ବୋଲି ପ୍ରତିଶୃତି ଦେଇ ଚାଲିଯାଉଛନ୍ତି ସିନା କାମ କିଛି ହେଉନି ବିସ୍ଥାପିତମାନେ ଅଭିଯୋଗ କରିଛନ୍ତି l

ସେହିପରି ଚାଷ କରିବାପାଇଁ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଛି ସତ  ହେଲେ କାମରେ ଆସୁନି ବୋଲି ଗ୍ରାମବାସୀ  ଅଭିଯୋଗ କରିଛନ୍ତି ।

ଏନେଇ ଖଜୁରୀପଡ଼ା ବ୍ଲକ ଅଧ୍ୟକ୍ଷ ବୀରେନ୍ଦ୍ର କହଁର ଙ୍କୁ  ପଚାରିବାରୁ ସେ କହିଛନ୍ତି, ପିଏମଏ ୱାଇ. ବିଜୁ ପକ୍କା ଘର ଯୋଗାଇଦେବା ଲାଗି ଉଦ୍ୟମ କରାଯାଉଛି, ଅର୍ଥ ଅନୁଦାନ ମିଳିଲେ ରାସ୍ତା ନିର୍ମାଣ କରାଯିବ, ଆଉ ପ୍ରତିଘରକୁ ପାନୀୟ ଜଳ ଯୋଗାଇଦେବା ଲାଗି ବ୍ୟବସ୍ଥା ହେଉଥିବା କହିଛନ୍ତି। ଏହି ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ସୁନ୍ଦରଗଡ ଏହି ଲୋକଙ୍କ ସମସ୍ୟା କେବେ ସୁଧୁରିବ ତାକୁହିଁ ଅପେକ୍ଷା l

Leave A Reply

Your email address will not be published.

ବ୍ରେକିଂ