ଜମି ବିବାଦକୁ କେନ୍ଦ୍ର କରି ନାବାଳକକୁ ହତ୍ୟା, ୩ ଗିରଫ

ମୋରଡା:  ଗୋଚର ଜମି ଜବରଦଖଲକୁ କେନ୍ଦ୍ର କରି ଜଣେ ନାବାଳକକୁ ହତ୍ୟା ।  ମୟୂରଭଞ୍ଜର ମୋରଡା ମହୁଲଫଣି ଗାଁରରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଘଟଣାରେ ପଣସିଦିଆ ହରିପୁର ଗାଁରୁ ମୁଖ୍ୟ ଅଭିଯୁକ୍ତ ସହ ଅନ୍ୟ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ  କରିଛି । କୋମଳ ଲୋଚନ ମହନ୍ତଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ଟାଙ୍ଗିଆ ମଧ୍ୟ ପୋଲିସ ଜବତ ହୋଇଛି ।

ମୋରଡା ମହୁଲଫଣି ଗାଁର ହାଇସ୍କୁଲରେ ପଢୁଥିବା ହରେକୃଷ୍ଣ ମହନ୍ତଙ୍କୁ ୩ ଜଣ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ମହୁଳଫଣି ଗାଁର ରଘୁନାଥ ମହନ୍ତ ଓ କୋମଲ ଲୋଚନ ମହନ୍ତଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନରୁ ଜମି ବିବାଦ ଲାଗି ରହିଥିଲା । ଏହି ବିବାଦ କାରଣରୁ ହରେକୃଷ୍ଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ ।

Leave A Reply

Your email address will not be published.

ବ୍ରେକିଂ