ରାଜଧାନୀରେ ୩ ବାଇକ ଲୁଟେରା ଗ୍ୟାଙ୍ଗ ଗିରଫ

ଭୁବନେଶ୍ଵର : ରାଜଧାନୀରେ ୩ ଜଣ ବାଇକ୍ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ ।  ଗିରଫ କରିବା ସହ ସେମାନଙ୍କ ନିକଟରୁ ୭ଟି ବାଇକ୍ ଓ ୧୧ଟି ମୋବାଇଲ୍ ଫୋନ୍ ଜବତ କରିଛି । ଏମାନେ କଟକ, ଭୁବନେଶ୍ଵର ଓ ଗଞ୍ଜାମରେ ଲୁଟ୍‌ପାଟ୍ କରୁଥିଲେ। ତେବେ ଏହି ଗ୍ୟାଙ୍ଗରେ ଆଉ କିଏ ରହିଛନ୍ତି, ସେମାନଙ୍କ ସହ ଆଉ କେଉଁମାନେ ସାମିଲ ଅଛନ୍ତି ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

ଲକଡାଉନ୍ ଓ ସଟଡାଉନ୍ ର ସୁଯୋଗ ନେଇ ରାଜଧାନୀରେ ମାତିଛନ୍ତି ଲୁଟେରା । କେତେବେଳେ କାହା ଘରେ କଳାକନା ବୁଲାଇଲେଣି ତ କେତେବେଳେ ଦୋକାନ ପୁଣି କେତେବେଳେ ରାସ୍ତାରେ ଅଟକାଇ ଟଙ୍କା ପଇସା ଛଡାଇନେଲଉଛନ୍ତି ।  ଯାହାକି କମିଶନରେଟ ପୋଲିସ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି।

Leave A Reply

Your email address will not be published.

ବ୍ରେକିଂ