ହାଟରେ ଯୁବକକୁ ପିଟି ହତ୍ୟା ଘଟଣା: ପ୍ରେମ ବ୍ୟାପାରକୁ ନେଇ ହତ୍ୟା, ୩ ଗିରଫ

ସ୍ୱାମପାଟଣା:  କେନ୍ଦୁଝର ଜିଲ୍ଲା ପାଟଣା ଥାନା ଏରେଣ୍ଡେଇ ଗାଁ ରଜାଭାଡ଼ି ସାପ୍ତାହିକ ହାଟରେ ଜଣେ ଯୁବକଙ୍କୁ ବାଡ଼ିରେ ପିଟି ହତ୍ୟା ଘଟଣାରେ ପାଟଣା ପୋଲିସ ୩ ଜଣଙ୍କୁ ଗିରଫ କରିଛି ‌।

ଅଭିଯୁକ୍ତମାନେ ହେଲେ ଏରେଣ୍ଡେଇ ଗାଁର ରଥ ମୁଣ୍ଡା, ଶିବ ମୁଣ୍ଡା ଓ ଟିମା ମୁଣ୍ଡା । ପ୍ରେମ ବ୍ୟାପାରକୁ ନେଇ ଏହି ୩  ଜଣ ଅଭିଯୁକ୍ତ ଗତ ଶୁକ୍ରବାର କୁମୁଳାବାହାଳୀ ଗ୍ରାମର ହେମନ୍ତ ମହାନ୍ତଙ୍କୁ ବାଡ଼ିରେ ପିଟି ହତ୍ୟା କରିଥିଲେ ।

ସୂଚନା ଅନୁଯାୟୀ, ରଥ ମୁଣ୍ଡାଙ୍କର ପ୍ରେମ ସମ୍ପର୍କ ଥିବା ଏରେଣ୍ଡେଇ ଗାଁର ଜଣେ ଯୁବତୀଙ୍କ ସହିତ କୁମୁଳାବାହାଳୀ ଗାଁର ହେମନ୍ତ କଥାବାର୍ତ୍ତା କରିବାରୁ ଏଥିରେ ଉତ୍ୟକ୍ତ ହୋଇ ରଥ ମୁଣ୍ଡା ନିଜର ୨ ଜଣ ସହଯୋଗୀଙ୍କ ସହିତ ମିଶି ହେମନ୍ତଙ୍କୁ ବାଡ଼ିରେ ନିସ୍ତୁକ ପିଟିଥିଲେ । ଫଳରେ ଗୁରୁତର ଆହତ ଅବସ୍ଥାରେ ହେମନ୍ତଙ୍କର ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.

ବ୍ରେକିଂ