ଚେନ୍ନାଇ ସୁପର କିଙ୍ଗ୍‌ସ ଟିମର ୩ ସଦସ୍ୟ କରୋନା ପଜିଟିଭ୍

ଅହମ୍ମଦାବାଦ: କରୋନା ମହାମାରୀ ଧିରେ ଧିରେ ଏବେ ଆଇପିଏଲକୁ ଗ୍ରାସ କରିବାକୁ ଲାଗିଛି । ସୋମବାର କୋଲକାତା ନାଇଟ ରାଇଡର୍ସର ବରୁଣ ଚକ୍ରବର୍ତି ଓ ସନ୍ଦୀପ ୱାରିୟର କରୋନା ସଂକ୍ରମିତ ହେବା ପରେ ଆଜିର ମୁକାବିଲାକୁ ବାତିଲ କରି ଦିଆଯାଇଛି । ଏହା ପରେ ଚେନ୍ନାଇ ସୁପର କିଙ୍ଗ୍‌ସର ୩ ଜଣ ସଦସ୍ୟଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଚିନ୍ତା ବଢ଼ିଛି ।

ଅବଶ୍ୟ ଏଥିରେ କୌଣସି ଖେଳାଳି ସଂକ୍ରମିତ ହୋଇ ନାହାନ୍ତି । ଅନ୍ୟ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି ।  ଚେନ୍ନାଇର ସିଇଓ କାଶୀ ବିଶ୍ୱନାଥ, ଲକ୍ଷ୍ମୀପତି ବାଲାଜୀ ଓ ଜଣେ ସଫେଇ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି ।  ଏହି ତିନି ଜଣ ସଦସ୍ୟଙ୍କୁ ଆଇସୋଲେଟ୍ କରିଦିଆଯାଇଛି ।

ତେବେ କରୋନା ଆକ୍ରାନ୍ତ ଖବର ସାମ୍ନାକୁ ଆସିବା ପରେ ଟିମର ଖେଳାଳିମାନେ ନିଜ ନିଜର ପ୍ରାକ୍ଟିସ୍ ସେସନ୍ ବାତିଲ କରିଦେଇଛନ୍ତି । ଏତେ କଡ଼ାକଡ଼ି କୋଭିଡ୍‌-୧୯ ପ୍ରୋଟୋକଲ ସତ୍ତ୍ୱେ ଆଇପିଏଲରେ କୋଭିଡ୍‌-୧୯ର ଏଣ୍ଟ୍ରୀ ବିସିିସିଆଇର ହୋଶ ଉଡ଼ାଇ ଦେଇଛି ।

Leave A Reply

Your email address will not be published.

ବ୍ରେକିଂ