ନଦୀରେ ଗାଧୋଉଥିବା ବେଳେ ୩ ସାଙ୍ଗ ଭାସିଗଲେ

ଜଗତସିଂହପୁରନଦୀରେ ଗାଧୋଉଥିବା ବେଳେ ଭାସିଗଲେ ୩ ସାଙ୍ଗ । ଜଗତସିଂହପୁର ତିର୍ତ୍ତୋଲ ବ୍ଲକ ଏରାଗାରୀ ଠାରେ ଘଟିଛି ଏଭଳି ଅଘଟଣ । ଦୁଇ ଜଣ ସୁରକ୍ଷିତ ଉଦ୍ଧାର ହୋଇଥିବା ବେଳେ ଏବେ ବି ଜଣେ ନିଖୋଜ ଅଛନ୍ତି ।

ସୂଚନାମୁତାବକ ବୁଧବାର ଅଭିନା ମଲ୍ଲିକଙ୍କ ପୁଅ ସୁମନ ମଲ୍ଲିକ ନିଜ ସାଙ୍ଗ ଦୁଇ ଜଣଙ୍କ ସହିତ ମିଶି ପାଇକନଦୀ ଗାଧୋଇବାକୁ ଯାଇଥିଲେ । ଗାଧୋଇବା ବେଳେ ଖେକୁଦରେ ନଦୀ ପାର ହୋଇ ଆରପଟ ଶଙ୍ଖେଶ୍ୱର ଯିବାକୁ ଚେଷ୍ଟା କରିଥିଲେ ତିନି ସାଙ୍ଗ । ହେଲେ ନଦୀ ସୁଅରେ ତିନି ସାଙ୍ଗ ଭାସି ଯାଇଥିଲେ । ହେଲେ ଦୁଇ ଜଣଙ୍କ ଉଦ୍ଧାର କରାଯାଇଥିବା ବେଳେ ସୁମନ ଏ ପର୍ଯ୍ୟନ୍ତ ନିଖୋଜ ରହିଛି । ଘଟଣା ସ୍ଥଳରେ ତିର୍ତ୍ତୋଲ ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଗ୍ରାମବାସୀ ମାନେ ମିଶି ଖୋଜାଖୋଜି ଜାରି ରଖିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ