ପାଟପୁରରୁ ୩ ମୋବାଇଲ ଚୋର ଗିରଫ, ୨୯ ମୋବାଇଲ ଜବତ

ସାନଖେମୁଣ୍ଡି: ପାଟପୁର ଥାନା ଡେଙ୍ଗାଉତ୍ସା ମୋବାଇଲ ଦୋକାନରୁ ଚୋରି ଘଟଣାରେ  ୩ ଗିରଫ ।  ଗିରଫ କରିବା ସହ ସେମାନଙ୍କଠାରୁ ୨୯ ମୋବାଇଲ ଓ ୨ ବ୍ଲୁ ଟୁଥ ହେଣ୍ଡ ଜବତ କରିଛି ପୋଲିସ ।  ଗିରଫ ଅଭିଯୁକ୍ତମାନେ ହେଲେ କଂସମାରି ଗ୍ରାମର ଏସ ଟୁନା ଦୋରା,ସନ୍ତୋଷ ଦୋରା,ବନଜା ପ୍ରଧାନ।

ସୂଚନାମୁତାବ ଗତ ୩୧.୦୧.୨୧ତାରିଖରେ ଡେଙ୍ଗାଉତ୍ସା ସ୍ଥିତ ସନ୍ତୋଷ ମୋବାଇଲ ଷ୍ଟୋରରୁ ଚୋରି ହୋଇଥିଲା । ଏନେଇ ଦୋକାନ ମାଲିକ ସନ୍ତୋଷ ବିଷୋୟୀ ପାଟପୁର ଥାନାରେ ଏତଲା ଦେଇଥିଲେ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଆଜି ପୋଲିସ କଂସମାରି ଗ୍ରାମର ଏସ ଟୁନା ଦୋରା,ସନ୍ତୋଷ ଦୋରା,ବନଜା ପ୍ରଧାନଙ୍କୁ ମୋବାଇଲ ଦୋକାନରୁ ଚୋରି କରିବା ଅଭିଯୋଗରେ  ଗିରଫ କରି କୋର୍ଟ ଚାଲାଣ କରିଛି।  ପୂର୍ବରୁ ସେମାନଙ୍କ ନାଁ ରେ ଏକାଧିକ ଅପରାଧୀକ ମାମଲା ଥିବା ପୋଲିସ କହିଛି।

Leave A Reply

Your email address will not be published.

ବ୍ରେକିଂ