ନୟାଗଡ଼ ପୋଲିସ କବଜାରେ ତିନି କୁଖ୍ୟାତ ଡକାୟତ

ନୟାଗଡ଼: ନୟାଗଡ଼ ପୋଲିସ କବଜାରେ ତିନି କୁଖ୍ୟାତ ଡକାୟତ । ଏମାନଙ୍କୁ ଗିରଫ କରିବା ସହ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଜବତ  କରିଛି ।

ଗତ ୨୧ ତାରିଖ ସକାଳରେ ରଣପୁର ଥାନା ସଂଖେଇ ଗ୍ରାମର ବ୍ୟବସାୟୀ ଅରୁଣ କୁମାର ସାହୁ ବାଇକ ଯୋଗେ ଯାଉଥିବାବେଳେ ତିନି ଜଣ ଡକାୟତ ମାରଣାସ୍ତ୍ର ଦେଖାଇ ତାଙ୍କ ଠାରୁ ଅଳଙ୍କାର ଭର୍ତ୍ତି ବ୍ୟାଗ୍ ଲୁଟି ନେଇଥିଲେ । ଏନେଇ ରଣପୁର ଥାନାରେ ଅଭିଯୋଗ କରିଥିଲେ ଅରୁଣ ।

ଅଭିଯୋଗକୁ ଭିତ୍ତି କରି ପୋଲିସ ଏହି ଘଟଣାରେ ତଦନ୍ତ କରି ପଦ୍ମପୁର ଗ୍ରାମର ବିଜୟ ରାଉତ, ଖଣ୍ଡୁ ଗାଁର ସୁଶାନ୍ତ ପ୍ରଧାନ, ଏବଂ ଘୋରଡ଼ିଆ ଗ୍ରାମର ସନ୍ତୋଷ ସାହୁଙ୍କୁ ଗିରଫ କରିଛି । ଏମାନଙ୍କ ଠାରୁ ସୁନା, ରୁପା ସହ ମୋବାଇଲ, ଏକ ଭୁଜାଲି ଏବଂ ପଲସର ବାଇକ ଜବତ କରଯାଇଥିବା ସୂଚନା ଦେଇଛନ୍ତି ଏସପି ସିଦ୍ଧାର୍ଥ କଟାରିଆ ।

Leave A Reply

Your email address will not be published.

ବ୍ରେକିଂ