ବାଗଦାଦ ସ୍ଥିତ ଆମେରିକୀୟ ଦୂତାବାସ ଉପରେ ରକେଟ୍ ମାଡ

ବାଗଦାଦ  : ଇରାକର ରାଜଧାନୀ ବାଗଦାଦ ସ୍ଥିତ ଆମେରିକୀୟ ଦୂତାବାସରେ ଗୁରୁବାର ସକାଳେ ତିନିଟି ରକେଟ ମାଡ ହୋଇଛି। ଏହି ରକେଟଗୁଡିକ ଦୂତାବାସର ଅତି ନିକଟରେ ପଡିଥିଲା ।  ଏହି ଆକ୍ରମଣ ସମ୍ପର୍କରେ ଇରାକର ସେନା ସୂଚନା ଦେଇଛି ।  ଏହାର ଗୋଟିଏ ଦିନ ପୂର୍ବରୁ ଆମେରିକାର ସେନା ଆୟୋଜନ କରୁଥିବା ସାମରିକ ବେସକୁ ରକେଟ୍ ଏବଂ ଡ୍ରୋନ୍  ମାଧ୍ୟମରେ ଟାର୍ଗେଟ କରାଯାଇଥିଲା। ଏହି ଆକ୍ରମଣ ଇରାନ ସମର୍ଥିତ ମିଲିସିଆ କରିଥିବା ଅଭିଯୋଗ ହୋଇଥିଲା।

ସୂଚନା ଅନୁଯାୟୀ ବାଗଦାଦର ଗ୍ରୀନ୍ ଜୋନ୍ ଅଞ୍ଚଳରେ ରକେଟ୍ ମାଡ ହୋଇଛି । ଯେଉଁଠିକି ଅନେକ ବିଦେଶୀ ଦୂତାବାସ ଏବଂ ସରକାରୀ କୋଠା ଅଛି । ଏପର୍ଯ୍ୟନ୍ତ କେହି ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିନାହାଁନ୍ତି । କିନ୍ତୁ ବିଶେଷଞ୍ଜ କୁହନ୍ତି ଯେ ଏହି ଆକ୍ରମଣ ଇରାନ ସମର୍ଥିତ ମିଲିସିଆ ଦ୍ୱାରା କରାଯାଇଛି ।

ରାତିରେ ସି-ରାମ୍ ପ୍ରତିରକ୍ଷା ବ୍ୟବସ୍ଥା ସକ୍ରିୟ ଥିବା ଦେଖାଯାଇଥିଲା ଇରାକ ସେନା କହିଛି ଯେ, ଏହି ଆକ୍ରମଣରେ ଦୂତାବାସ କ୍ଷତିଗ୍ରସ୍ତ ହୋଇନାହିଁ କିନ୍ତୁ ବାଗଦାଦର ଦୁର୍ଗିତ ଗ୍ରୀନ୍ ଜୋନରେ ଥିବା ଦୂତାବାସ ଚାରିପାଖରେ ଥିବା ସ୍ଥାନଗୁଡ଼ିକରେ କ୍ଷତି ହୋଇଛି ।  ନିକଟ ଅତୀତରେ, ଇରାକରେ ଥିବା ଆମେରିକୀୟ ବେସ୍ କୁ ନିରନ୍ତର ଟାର୍ଗେଟ କରାଯାଉଛି। ଦୁଇ ଦିନ ପୂର୍ବେ ଆମେରିକାର ଦୂତାବାସ ଉପରେ ଏକ ଡ୍ରୋନ୍ ବୁଲୁଥିବାର ଦେଖାଯାଇଥିଲା

Leave A Reply

Your email address will not be published.

ବ୍ରେକିଂ
ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି ୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ