ଗୁରୁବାର ରାଶିଫଳ

ମେଷ: ପିତାମାତା ଗୁରୁଜନଙ୍କ ଅପ୍ରିୟ ହେବେ । ଦେହ ଅଯତ୍ନରେ କ୍ଳେଶ ବଢ଼ିବ । ଅର୍ଥ  ଆସିଲେ ମଧ୍ୟ ସେ ସବୁର ସଦବିନିଯୋଗ କରି ହେବ ନାହିଁ । କର୍ମ କ୍ଷେତ୍ରରେ ଅବସାଦ, ଈଶ୍ୱର ଚିନ୍ତନ, ପୁଣ୍ୟ କାର୍ଯ୍ୟରେ ଆଗ୍ରହ ଓ ରାଜନୀତିରେ ପ୍ରଶଂସିତ ହେବେ ।

ବୃଷ: ଚନ୍ଦ୍ରଙ୍କର ଶୁଭ ସ୍ଥିତି ଅନେକ ଦୁଃସ୍ଥିତିରୁ ମୁକ୍ତ ରଖିବ । ସ୍ୱାଧୀନ ଚିନ୍ତାଧାରା ନେଇ କାର୍ଯ୍ୟ ସମ୍ପାଦନ କରିବେ । ବସ୍ତ୍ରାଦି ଆଭୂଷଣ ପ୍ରାପ୍ତି, ତଳ ପେଟରେ ଅମ୍ଳ କିମ୍ବା ବାୟୁ ପୀଡ଼ା, ଯାନ କ୍ରୟ ବିକ୍ରୟରେ  ଲାଭ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ନିଷ୍ଠା ବଢ଼ିବ ।

ମିଥୁନ: ଦୂର ଯାତ୍ରାରେ ଆଘାତ ପ୍ରାପ୍ତ ହୋଇପାରନ୍ତି । କର୍ମ କ୍ଷେତ୍ରରେ ବିରୋଧୀଙ୍କ ସଂଖ୍ୟା ବଢ଼ିବ । ଅସହଯୋଗ କିମ୍ବା ବୃଥା ବ୍ୟୟର ଆଶଙ୍କା ଅଛି । କଳା ସଂଗୀତରେ ଆଗ୍ରହ, ଦେବ କାର୍ଯ୍ୟରେ ନିଷ୍ଠା, ପରିବାରରେ ସହଜ ବୁଝାମଣା ଓ ନିର୍ମାଣ କାର୍ଯ୍ୟ ଆଗେଇବ ।

କର୍କଟ: ଦିନଟି ସବୁ ଦିଗରୁ ଶୁଭ । ବନ୍ଧୁବାନ୍ଧବ ମେଳରେ ସମୟ ଅତିବାହିତ କରିବେ । ଦେହ ସୁସ୍ଥ ରହିବ । ପ୍ରାକୃତିକ ପରିବେଶରେ ସୁଖ ଭ୍ରମଣର ସୁଯୋଗ ପାଇବେ । ଗୃହ ସମସ୍ୟାର ସହଜ ସମାଧାନ ଓ ରାଜନୈତିକ କ୍ଷେତ୍ରରେ ଗୁରୁତ୍ୱ ବୃଦ୍ଧି ଘଟିବ ।

ସିଂହ: ସାମାନ୍ୟ କଥାରେ ମାନସିକ ଉତ୍ତେଜନା ବଢ଼ିପାରେ । ଦୁଃଶ୍ଚିନ୍ତା ହେତୁ ଦେହ ମଧ୍ୟ ସମସ୍ୟାମୁକ୍ତ ହେବ ନାହିଁ । ଗଠନମୂଳକ ସତ ପରାମର୍ଶ ପାଇବେ । ଲୋକ ସମ୍ପର୍କ ବଢ଼ିବ । ଅନିଦ୍ରା ଓ ମୁଣ୍ଡବ୍ୟଥାର ସମ୍ଭାବନା ଅଧିକ । ପରିବାରରେ ହସ ଖୁସି ମିଳିବ ।

କନ୍ୟା: କର୍ମ କ୍ଷେତ୍ରରେ ଆକସ୍ମିକ ଅସୁବିଧାର ସାମ୍ନା କରିବେ । ଠିକ ଶେଷ ମୁହୂର୍ତ୍ତରେ କାର୍ଯ୍ୟକ୍ରମ ବଦଳେଇବାର ଆବଶ୍ୟକତା ଆସିବ । ପରିବାରରେ ଅସନ୍ତୋଷ,ମଙ୍ଗଳ କାର୍ଯ୍ୟରେ ବ୍ୟୟ ଓ ଦୂର ସମ୍ପର୍କୀୟମାନଙ୍କ ସହଯୋଗ ଲାଭ କରିବେ ।

ତୁଳା: ପ୍ରତ୍ୟେକ କାର୍ଯ୍ୟ ପ୍ରାୟତଃ ଅସମ୍ପୂର୍ଣ୍ଣ ରହିଯିବ । ଲୋକ ସମ୍ପର୍କରେ ଉନ୍ନତି, ମୂଲ୍ୟବାନ ଦ୍ରବ୍ୟ ଲାଭ, ବ୍ରତ ଉପବାସରେ ନିଷ୍ଠା, ଦୂରଯାତ୍ରାରେ ଆଘାତ ପ୍ରାପ୍ତି ଓ ଯାନବାହନରେ ଆକସ୍ମିକ ବ୍ୟୟ ବରାଦ ଆସିବ । ଗୃହ ନିର୍ମାଣାଦି କର୍ମରେ ଅଶାନ୍ତିର ସମ୍ଭାବନା ।

ବିଛା: ଘାତଚନ୍ଦ୍ର ଭୋଗ ହେବ ରାତି ୧ ଘ. ୪୩ ମି ପର୍ଯ୍ୟନ୍ତ । ଥଣ୍ଡା ସର୍ଦ୍ଦିର ପ୍ରକୋପ ଆସିବ । ନୂତନ କାର୍ଯ୍ୟାରମ୍ଭ ଯୋଜନା ପ୍ରସ୍ତୁତ କରିବେ । ଦୂରଯାତ୍ରା ଗ୍ରହଣୀୟ ନୁହେଁ । ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ । ରାଜନୈତିକ କ୍ଷେତ୍ରରେ ପ୍ରତିଷ୍ଠା ହାନି ଘଟିବ ।

ଧନୁ: ସମସ୍ୟା ଅଧିକ ହେଲେ ମଧ୍ୟ ସେ ସବୁର ସହଜ ସମାଧାନ କରିପାରିବେ । ଦେହ ସୁସ୍ଥ ରହିବ । କାର୍ଯ୍ୟଦକ୍ଷତା ବଢ଼ିବ । କର୍ମ କ୍ଷେତ୍ରରେ ସ୍ୱାଧୀନତା ହ୍ରାସ ହୋଇପାରେ । ଆଧ୍ୟାତ୍ମିକ ଅନୁଚିନ୍ତନ, ଯାତ୍ରାରେ ଶୁଭ ତଥା ଆହାର ବିଶ୍ରାମରେ ଶୃଙ୍ଖଳା ଆସିବ ।

ମକର: ବିଭିନ୍ନ ଦିଗରୁ ଭାଗ୍ୟୋନ୍ନତିର ସମ୍ଭାବନା ଅଛି । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ଦୂର ସମ୍ପର୍କୀୟମାନେ ସହଯୋଗ ପ୍ରଦାନ କରିବେ । ମଧୁର ବ୍ୟବହାର ବିଶେଷ  ଭାବରେ ଗ୍ରହଣୀୟ ହେବ । ତୀର୍ଥ ବ୍ରତରେ ଆଗ୍ରହ ଓ ଗୁରୁ ଦେବତା ବ୍ରାହ୍ମଣ ଭକ୍ତି ବଢ଼ିବ ।

କୁମ୍ଭ: ଭୋଗ ବିଳାସ ଦ୍ରବ୍ୟ କ୍ରୟର ସୁଯୋଗ ପାଇବେ । କର୍ମ କ୍ଷେତ୍ରରେ ପରୋକ୍ଷ ଶତ୍ରୁତା ଲାଗି ରହିବ । ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରେ ବାୟୁ ପୀଡ଼ା ପ୍ରାୟତଃ ଭୋଗ ହେବ । ବାଣିଜ୍ୟ ବ୍ୟବସାୟରେ ସଫଳତା, ସଜ୍ଜନ ପ୍ରିୟ ଓ ଭାତୃବର୍ଗରୁ  ଅସନ୍ତୋଷ ଆସିପାରେ ।

ମୀନ: ବସ୍ତ୍ରାଦି ଆଭୂଷଣ ଲାଭ ହେବ । ପାରିବାରିକ କ୍ଷେତ୍ରରେ ଶାନ୍ତି ସନ୍ତୋଷ ପାଇବେ । ଅର୍ଥାଗମ, ସୁଖ ଭ୍ରମଣ, ବିବାହାଦି ମଙ୍ଗଳ କାର୍ଯ୍ୟାରମ୍ଭ, ଅମ୍ଳ ଅର୍ଶର ବ୍ୟଥା ଓ କର୍ମ କ୍ଷେତ୍ରରେ ଅସହଯୋଗ ଆସିପାରେ । ମନରେ ଉତ୍ତେଜନା ମଧ୍ୟାହ୍ନ ପରେ ବଢ଼ିବ ।

Leave A Reply

Your email address will not be published.

ବ୍ରେକିଂ