ଗୁରୁବାର ରାଶିଫଳ

ମେଷ: ଗଠନମୂଳକ କାର୍ଯ୍ୟରେ ଶିଥିଳତା ଆସିବା କାରଣରୁ ଅବଶୋଷ ବଢିବ । କର୍ମ କ୍ଷେତ୍ରରେ ସୁଖ ସନ୍ତୋଷ ଓ ପରିବାରର ସ୍ୱାସ୍ଥ୍ୟ ସମସ୍ୟା ପାଇଁ ବ୍ୟୟ ବୃଦ୍ଧି ହେବ । ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟ କ୍ରୟ, ଈଶ୍ୱର ନିଷ୍ଠା ଓ ସାମୁହିକ କାର୍ଯ୍ୟରେ ପ୍ରଶଂସା ପାଇବେ ।

ବୃଷ: କର୍ମ କ୍ଷେତ୍ରରେ ସୁକୃତି ପାଇଁ ପ୍ରୋତ୍ସାହିତ ହେବେ । ଉଚ୍ଚ କର୍ତ୍ତୃପକ୍ଷ ସନ୍ତୋଷ ଭାଜନ ହୋଇପାରନ୍ତି । ସାମାଜିକ ପ୍ରତିଷ୍ଠା, ବସ୍ତ୍ରାଦି ଆଭୂଷଣ ପ୍ରାପ୍ତି, ଶତ୍ରୁ ବିଜୟ ଯାନବାହନ ସୁଖ, ଆଧ୍ୟାତ୍ମିକ ଭାବନା, ଅଣ୍ଟା ଓ ନିତମ୍ବ ପୀଡା ସାମୟିକ ଭୋଗହେବ ।

ମିଥୁନ: ଅନ୍ୟ ଉପରେ ବିଶେଷ ଭାବରେ ନିର୍ଭରଶୀଳ ହେବେ । ଗୃହ ନିର୍ମାଣାଦି କର୍ମରେ ମନ୍ଥରତା ଆସିପାରେ । କର୍ମ କ୍ଷେତ୍ରରେ ବିରୋଧ, କୁଟୁମ୍ବ ସୁଖ, ସତ ପରାମର୍ଶ ପ୍ରାପ୍ତି, ଯାନବାହନ ଉପଭୋଗ, ଭୂ ସଂପତ୍ତି ପାଇଁ ଦ୍ୱନ୍ଦ୍ୱ ବିବାଦର ଆଶଙ୍କା ଅଛି ।

କର୍କଟ: ପରସ୍ପର ବିରୋଧ ଚିନ୍ତାଧାରା ପ୍ରାୟତଃ ଲାଗି ରହିବ । କର୍ମ କ୍ଷେତ୍ରରେ ଉତ୍ସାହ, ଅପରିବର୍ତ୍ତିତ ଆୟ, ଗୃହରେ ଶୁଭ କାର୍ଯ୍ୟାରମ୍ଭ, ପୂଜାପାର୍ବଣରେ ନିଷ୍ଠା ଓ ଉଚ୍ଚବର୍ଗ ସହିତ ସୁ ସଂପର୍କ ରହିବ । ନିର୍ମାଣ ମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହେବ ।

ସିଂହ: କ୍ରୋଧ ଓ ବିରକ୍ତିଭାବକୁ ଯଥାସମ୍ଭବ ନିୟନ୍ତ୍ରଣ ମଧ୍ୟରେ ରଖିବା ଉଚିତ ହେବ । ବନ୍ଧୁ ସହଯୋଗ ଓ ଆଦୃତି କମ ମିଳିବ । ପିତୃମାତୃ ପ୍ରଦାୟକ ହେବେ । ବାଣିଜ୍ୟ ବ୍ୟବସାୟରେ ଉନ୍ନତି, ସତ ପରାମର୍ଶ ଓ ଆଧ୍ୟାତ୍ମିକ ଚିନ୍ତା ଚେତନାର ବିକାଶ ଘଟିବ ।

କନ୍ୟା: କର୍ମ କ୍ଷେତ୍ରରେ ନିରୁତ୍ସାହିତ ହେବେ । ଉଚ୍ଚ କର୍ତ୍ତୃପକ୍ଷଙ୍କ ଅସନ୍ତୋଷ, ଆର୍ଥିକ କ୍ଷତି, ଦୈହିକ ସ୍ୱାସ୍ଥ୍ୟରେ ଅବନତିର ଆଶଙ୍କା ଅଛି । ପରିବାରରେ ସ୍ନେହ ସଦ୍ଦିଚ୍ଛା, ଯାନବାହନ ସୁଖ, ଦେବାଦେବୀ ନିଷ୍ଠା ଓ ରାଜନୀତିରେ ବିପୁଳ ଲୋକ ସମର୍ଥନ ମିଳିବ ।

ତୁଳା: ଅନେକାଂଶରେ ମନୋଦବେଗରୁ ମୁକ୍ତ ରହିବେ । ଉଚ୍ଚ ସଂପର୍କରୁ ଆଦୃତି, ଯାତ୍ରା ସଫଳ, ପରିବାରରେ ମନାନ୍ତର, ଅଧିକ ବ୍ୟୟ, ପରୋପକାରରେ ଆତ୍ମସନ୍ତୋଷ, କର୍ମ କ୍ଷେତ୍ରରେ ଗୁରୁତ୍ୱବୃଦ୍ଧି ଓ ରାଜନୈତିକ କ୍ଷେତ୍ରରେ ସ୍ଥିତି ସଜାଡି ପାରିବେ ।

ବିଛା: ଧନ-ମାନ-ସମ୍ମାନ ପ୍ରଦାୟକ ହେବ ଦିନଟି । ପାରିବାରିକ ହସ ଖୁସି ମିଳିବ । ନିଷ୍ପତ୍ତି ମୂଳକ ପଦକ୍ଷେପ ନେବାରେ ସଫଳ ହେବେ । ବସ୍ତ୍ରାଦି ଆଭୂଷଣ ପ୍ରାପ୍ତି, ଲୋକ ସଂପର୍କ ଓ ବୈଷୟିକ କ୍ଷେତ୍ର ପରିସର ବଢିବ । ରାଜନୀତିରେ ଆଦୃତି ଲାଭ ।

ଧନୁ: ରାତି ୯ଘ.୪୮ମି. ପର୍ଯ୍ୟନ୍ତ ଘାତଚନ୍ଦ୍ରର ଅବଧି। ମନରେ ଉତ୍ସାହ କମ ମିଳିବ । ଦୂର ଯାତ୍ରାରେ କ୍ଷତି, କର୍ମ କ୍ଷେତ୍ରରେ ଅସହଯୋଗ, ଆଧ୍ୟାତ୍ମିକ ଭାବଧାରାର ବିକାଶ, ଦ୍ରବ୍ୟନଷ୍ଟ, କର୍ମକ୍ଳାନ୍ତି, ବନ୍ଧୁ ସହୃଦୟତା ପ୍ରାପ୍ତି ଓ ଶାସକୀୟ କାର୍ଯ୍ୟ ସଫଳତା ମିଳିବ ।

ମକର: ଉତ୍ସାହ ଉଦ୍ଦୀପନା ମଧ୍ୟରେ ଦିନଟି ଅତିବାହିତ କରିବେ । କ୍ଷମତାସୀନ ବ୍ୟକ୍ତିଙ୍କ ଠାରୁ ସହଯୋଗ ମିଳିବ । ଆହାର ବିହାର ନିୟମିତ ହେବ । ନୂତନ ଉଦ୍ୟୋଗ କିମ୍ବା ବୈଷୟିକ ସଂପ୍ରସାରଣ ସହଜ ହେବ । ଗୃହ ନିର୍ମାଣ କାର୍ଯ୍ୟ ଆଗେଇବ ।

କୁମ୍ଭ: ପରୋକ୍ଷରେ ଶତ୍ରୁ ବଢିବେ । ସାମୟିକ ଭାବରେ ବାଧା ପ୍ରତିରୋଧ ମଧ୍ୟ ସୃଷ୍ଟି କରିବେ । ଆତ୍ମୀୟ ବିରୋଧ, ମନୋମାଳିନ୍ୟ, ଯୁକ୍ତିତର୍କରେ ସଫଳ, ସ୍ବାସ୍ଥ୍ୟ ପାଇଁ ଖର୍ଚ୍ଚାନ୍ତ ହୋଇପାରନ୍ତି । ସନ୍ତାନ ସନ୍ତତିଙ୍କ ଉନ୍ନତିରେ ଆତ୍ମସନ୍ତୋଷ ପାଇବେ । ଯାତ୍ରା ଶୁଭ ।

ମୀନ: ଶୁଭ ଚନ୍ଦ୍ର ସ୍ଥିତି ପାଇଁ କିଛି ଅନୁକୂଳ ପରିବେଶ ମିଳିବ । ପ୍ରାକୃତିକ ଉପାୟରେ ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ କରିବେ । ଯୁକ୍ତିରେ ନ୍ୟାୟିକ ଭାବ, କର୍ମ କ୍ଷେତ୍ରରେ ପ୍ରେରଣା, ଗୁରୁଜନ ବର୍ଗରୁ ଆଶୀର୍ବାଦ ଓ ମାନସିକ ଉଦବେଗ ହ୍ରାସ ହୋଇପାରେ ।

Leave A Reply

Your email address will not be published.

ବ୍ରେକିଂ