ଗୁରୁବାର ରାଶିଫଳ

ମେଷ: କେତେକ ବିଶେଷ ସମସ୍ୟାର ସହଜ ସମାଧାନ କରିପାରିବେ । ପ୍ରିୟଜନଙ୍କ ସହିତ ଉତ୍ତମ ବୁଝାମଣା, କର୍ମ କ୍ଷେତ୍ରରେ ନେତୃତ୍ବ ପ୍ରାପ୍ତି, ନିୟମିତତା, ପରିମିତ ଆୟ, ପୂଜା ପାର୍ବଣରେ ଋଚି ଓ ଗୁରୁ ଦେବତା ଭକ୍ତି ରହିବ ।

ବୃଷ: କଥା ଓ କାର୍ଯ୍ୟରେ ସମନ୍ବୟ ରଖିବା ଆବଶ୍ୟକ । ବେଳେବେଳେ ପଥରୋଧକର ସ୍ଥିତି ଆସିପାରେ । ଉଦର ସଂପର୍କୀୟ ସ୍ବାସ୍ଥ୍ୟ ସମସ୍ୟା, ସୌଖୀନ ଦ୍ରବ୍ୟ କ୍ରୟରେ ବ୍ୟୟ, ବନ୍ଧୁ ପ୍ରିୟଜନଙ୍କ ସହଯୋଗ ଓ ରାଜନୀତିରେ ସ୍ଥାନ ଆସନ ଲାଭ କରିବେ ।

ମିଥୁନ: ପରସ୍ପର ବିରୋଧ ଚିନ୍ତାଧାରା ମନକୁ ଅସ୍ତବ୍ୟସ୍ତ କରିପାରେ । ପିଲାମାନଙ୍କ ପାଇଁ ଦୁଃଶ୍ଚିନ୍ତା ବଢିବ । କର୍ମ କ୍ଷେତ୍ରର ସ୍ଥିତି ଆଦୌ ଉତ୍ସାହଜନକ ନୁହେଁ । ଦୂର ଯାତ୍ରାରେ କ୍ଷତି, ବନ୍ଧୁ ବିରୋଧ ଓ ଅର୍ଥ କ୍ଷୟର ସମ୍ଭାବନା ଅଧିକ ।

କର୍କଟ: ଶୁଭାଶୁଭ ମିଶ୍ରିତ ଫଳ ଆଜି ଦିନରେ ଭୋଗ ହେବ । ଅର୍ଥ ବୃତ୍ତିରେ ନିଷ୍ଠା, ସାମାଜିକ କ୍ଷେତ୍ରରେ ଆଦୃତି, ଗୃହରେ ଅତିଥି ଚର୍ଚ୍ଚା, ନିର୍ମାଣ କାର୍ଯ୍ୟରେ ବିଳମ୍ବ ଆସିବ । ଥଣ୍ଡା ସର୍ଦ୍ଦି କିମ୍ବା ପାର୍ଶ୍ବପୀଡା ପରି ସ୍ବାସ୍ଥ୍ୟ ସମସ୍ୟା ଆସିବ ।

ସିଂହ: ଘାତଚନ୍ଦ୍ର ଭୋଗ ଆଜି ବି ହେଉଛି । ପ୍ରତିଶ୍ରୁତି ପୂରଣରେ ବିଫଳ ହେବେ ପୂଜା ପାଠରେ କମ ନିଷ୍ଠା ରହିବ । ପାରିବାରିକ ମନାନ୍ତର, ଅର୍ଥ କ୍ଷୟ, ପଡ଼ୋଶୀ ସଂପର୍କରେ ଅବନତି ଓ ଭୁଲ ବୁଝାମଣାର ଆଶଙ୍କା ଅଧିକ ।

କନ୍ୟା: କର୍ମ କ୍ଷେତ୍ରରେ ନିଜକୁ ଅଦରକାରୀ ମନେ କରିବେ । ଦାୟିତ୍ୱ କମ ହେବା ଯୋଗୁ ବିଶ୍ରାମ ଅଧିକ ମିଳିବ । ରକ୍ତ ପ୍ରଦୂଷଣ ସମସ୍ୟା ବଢିବ । ଅର୍ଥାଗମ ପର୍ଯ୍ୟାପ୍ତ ନୁହେଁ । ପରିବାର ସହିତ ସୁ ସଂପର୍କ ରହିବ । ଆଧ୍ୟାତ୍ମିକ କର୍ମରେ ନିଷ୍ଠା ।

ତୁଳା: ଅନ୍ୟ ଉପରେ ବେଶୀ ନିର୍ଭରଶୀଳ ହେବେ । ପରିବାରରେ ଉତ୍ତମ ବୁଝାମଣା, ମାଙ୍ଗଳିକ କର୍ମରେ ଅଗ୍ରଗତି, ବସ୍ତ୍ରାଳଙ୍କାର ପ୍ରାପ୍ତି, ନିର୍ମାଣ କାର୍ଯ୍ୟରେ ପ୍ରଗତି, ଆଧ୍ୟାତ୍ମିକ ଅନୁଷ୍ଠାନ ସହ ସଂପର୍କ ଓ ବ୍ୟବସାୟିକ ଅଭିବୃଦ୍ଧିର ସମ୍ଭାବନା ଅଛି ।

ବିଛା: ସାଂଗଠନିକ କାର୍ଯ୍ୟରେ ସ୍ବକୀୟ ଦକ୍ଷତା ପ୍ରତିପାଦନ କରିବେ । ଗୁରୁଜନଙ୍କ ଆଶୀର୍ବାଦ ମିଳିବ । କର୍ମ କ୍ଷେତ୍ର ଯଥା ପୂର୍ବ ସ୍ଥିତିରେ ରହିବ । ଦେବାଦେବୀ କାର୍ଯ୍ୟରେ ନିଷ୍ଠା, ରାଜନୀତିରେ ସମସ୍ୟା ବୃଦ୍ଧ଄ ଓ ଦୂର ଯାତ୍ରାରେ ସଫଳ ହେବେ ।

ଧନୁ: ପ୍ରିୟଜନଙ୍କ ପାଇଁ ବ୍ୟସ୍ତତା ବଢିବ । ସାମାଜିକ ସମ୍ମାନ ପ୍ରାପ୍ତି, ବିଳାସ ଦ୍ରବ୍ୟ କ୍ରୟ, ପ୍ରତିଯୋଗିତାରେ ବିଜୟ, ପରିବାରରେ ସ୍ନେହ ସଦ୍ଦିଚ୍ଛା ଓ ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ । ରାଜନୈତିକ କ୍ଷେତ୍ରରେ ଉତ୍ତମ ବୁଝାମଣା ରହିବ ।

ମକର: ଶ୍ରୀ ଚନ୍ଦ୍ର ଭୋଗ ହେତୁ ଦିନଟି ମଙ୍ଗଳ ପ୍ରଦାୟକ ହେବ । ଗୃହ ଜମି ସମସ୍ୟାର ଆପୋଷ ସମାଧାନ କରିବେ । ମାଙ୍ଗଳିକ କର୍ମରେ ପ୍ରେରଣା, କୁଟୁମ୍ବରେ ସୁଖ, ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ । ଆଣ୍ଠୁଗଣ୍ଠି କିମ୍ବା ମେରୁଦଣ୍ଡରେ ପୀଡା ଭୋଗର ଆଶଂକା ଅଛି ।

କୁମ୍ଭ: ମାନସିକ ଅଶାନ୍ତି ଅସନ୍ତୋଷ ଓ ବିରକ୍ତି ଭାବ ପ୍ରାୟତଃ ଭୋଗ ହେବ । ବ୍ୟୟ ଅଧିକ ହେବାର ସମ୍ଭାବନା ଅଛି । ଅଜୀର୍ଣ୍ଣ ଶିରୋପୀଡା ଆଦି ସ୍ବାସ୍ଥ୍ୟ ସମସ୍ୟା, ସଜ୍ଜନ ସଂପର୍କ, ବ୍ୟବସାୟରେ ଉନ୍ନତି ଓ ରାଜନୀତିରେ ପ୍ରତିଷ୍ଠା ପାଇବେ ।

ମୀନ: ଚନ୍ଦ୍ରଙ୍କର ଏକାଦଶ ସ୍ଥିତି ବିଶେଷ ଶୁଭ ପ୍ରଦାୟକ ହେବେ । ପରିସ୍ଥିତିର ଆବଶ୍ୟକତା ଅନୁସାରେ କାମ କରିବେ । କୁଟୁମ୍ବ ସୁଖ, ମନରେ ଉତ୍ସାହ, ଯାନବାହାନ କ୍ରୟ ବିକ୍ରୟରେ ଲାଭ ଓ ଶୁଭ ମଙ୍ଗଳ କାମରେ ସଫଳତା ପାଇବେ ।

Leave A Reply

Your email address will not be published.

ବ୍ରେକିଂ