ଗୁରୁବାର ରାଶିଫଳ

ମେଷ: ଗତାନୁଗତିକ ଭାବରେ ଦିନଟି ଅତିବାହିତ କରିବେ । ଜିଦ୍ କିମ୍ବା କ୍ଷଣକୋପ ଯୋଗୁ ପରିବାରରେ ଅଶାନ୍ତି ଆସିବ । ବିବାହାଦି ଶୁଭ କାର୍ଯ୍ୟ ଆରମ୍ଭ କରିପାରିବେ । ଅର୍ଥର ଅସଦବ୍ୟୟ ହୋଇପାରେ । ଧର୍ମ କର୍ମରେ ନିଷ୍ଠା ବଢେ ।

ବୃଷ: ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଦିନଟି ପ୍ରତିକୂଳ ଫଳ ଦାୟକ ହେବ୤ ମାନସିକ ଅସ୍ଥ଄ରତା, କର୍ମରେ ବିଶୃଙ୍ଖଳା, ବାୟୁପୀଡ଼ା ଓ ଯୋଜନାବଦ୍ଧ କାର୍ଯ୍ୟକ୍ରମରେ ବିଳମ୍ବ ହୋଇପାରେ୤ ବନ୍ଧୁ ପ୍ରିୟ ତଥା ସହଯୋଗ ପାଇବେ । ଦୂର ଯାତ୍ରା ଅଶୁଭ ।

ମିଥୁନ: କର୍ମକ୍ଷେତ୍ର ସାମାନ୍ୟ ଶୃଙ୍ଖଳିତ ହେବ । ଶତ୍ରୁମାନଙ୍କୁ ଯଥା ସମ୍ଭବ କରଗତ କରି ପାରିବେ । ନିଷ୍ପତ୍ତିମୂଳକ ପଦକ୍ଷେପ ନେବା କଷ୍ଟକର ହୋଇପାରେ । ଯାତ୍ରା ଶୁଭ, ଉଚ୍ଚ ବର୍ଗ ସହିତ ସୁସଂପର୍କ ଓ ବ୍ୟବସାୟରେ ଲାଭବାନ ହେବେ ।

କର୍କଟ: ଦେହପୀଡ଼ାରେ କିଛି ପରିମାଣରେ ଉପଶମ ଆସିବ । କର୍ମ କ୍ଷେତ୍ରରୁ ସାହାଯ୍ୟ ସହଯୋଗ ଅବ୍ୟାହତ ରହିବ । ପାରିବାରିକ ପରିବେଶରେ ଉତ୍ତମ ବୁଝାମଣା ଆର୍ଥିକ ସ୍ୱଚ୍ଛଳତା ବନ୍ଧୁ ପ୍ରିୟ ଓ ଅଭିଳଷିତ ବସ୍ତୁ ଲାଭର ସମ୍ଭାବନା ଅଛି ।

ସିଂହ: ବନ୍ଧୁ ବର୍ଗରୁ ହତୋତ୍ସାହିତ ହେବେ । ଆଧ୍ୟାତ୍ମିକ କ୍ଷେତ୍ରରେ ଏକାଗ୍ରତାର ଅଭାବ ରହିବ । ଅଣ୍ଟା କିମ୍ବା ପାଦ ବ୍ୟଥାର ସମ୍ଭାବନା ଅଛି । ପରିବାରରେ ବୁଝାମଣା ସଠିକ ହେବ । ଗୁରୁଜନଙ୍କ ଆର୍ଶୀବାଦ ଓ ଯାତ୍ରା ଶୁଭର ସମ୍ଭାବନା ଅଛି ।

କନ୍ୟା: ଶୁଭାଶୁଭ ମିଶ୍ରିତ ଫଳ ଆଜି ଦିନରେ ଭୋଗ କରିବେ । ଦୂର ଗ୍ରସ୍ତ କାର୍ଯ୍ୟକ୍ରମ ସ୍ଥଗିତ ରଖିବା ଭଲ । ଦେହ ପ୍ରାୟତଃ ଅସୁସ୍ଥ ରହିବ । ମାନସିକ ଅସ୍ଥିରତାରୁ ମଧ୍ୟ ମୁକ୍ତ ହେବେ ନାହିଁ । କର୍ମରେ ଉନ୍ନତି ଓ ପରୋପକାରରେ ଖୁସି ହେବେ ।

ତୁଳା: ଘାତଚନ୍ଦ୍ର ସାରାଦିନ ଭୋଗ ହେବ । ଅର୍ଥ ଅପବ୍ୟୟ କିମ୍ବା ଅପଚୟ ହୋଇପାରେ । ନିମ୍ନ ଅଙ୍ଗରେ ପୀଡ଼ା, ଗୁରୁଜନଙ୍କ ସ୍ୱାସ୍ଥ୍ୟ ଚିନ୍ତା, ଉଚ୍ଚବର୍ଗ ସହିତ ସୁସଂପର୍କ, ତୀର୍ଥ ବ୍ରତରେ ଆଗ୍ରହ, ସ୍ୱାଧୀନତା ହ୍ରାସ ଓ ଶୁଭ କାର୍ଯ୍ୟରେ ଅଂଶଗ୍ରହଣ କରିବେ ।

ବିଛା: ମାନସିକ ଅସ୍ଥିରତା ଆସିବ । ବନ୍ଧୁ ବାନ୍ଧବରେ ଅପ୍ରିୟ ହେବେ । ଅଣ୍ଟା ପିଠିରେ ବ୍ୟଥା, ଦୂର ଯାତ୍ରାରେ ବ୍ୟୟ,ବ୍ୟବସାୟରେ ଲାଭ ପ୍ରାପ୍ତି ଓ ଧର୍ମୀୟ ଅନୁଷ୍ଠାନ ସଂପର୍କିତ ହେବେ । ରାଜନୀତିରେ ସଂଗଠନ ଦୃଢ କରିପାରିବେ ।

ଧନୁ: କଲ୍ୟାଣ ଚନ୍ଦ୍ର ଭୋଗ ହେତୁ ଦିନଟି ଶୁଭଫଳ ପ୍ରଦାୟକ ହେବ । ଦେହ ସୁସ୍ଥ ରହିବ । ଅଭିଳଷିତ ବସ୍ତୁ ପାଇବେ । ଆର୍ଥିକ ପ୍ରଗତି, ନିୟମନିଷ୍ଠା, ବ୍ୟବହାର କୁଶଳତାରେ କାର୍ଯ୍ୟ ସାଧନ ଓ ରାଜନୀତିରେ ସମାଦୃତି ଲାଭ କରିବେ ।

ମକର: ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଥିଲେ ମଧ୍ୟ ଅଧିକ ବ୍ୟୟ ପାଇଁ ବ୍ୟସ୍ତତା ବଢିବ । ଥଣ୍ଡା ସର୍ଦ୍ଦି ଓ ଗଣ୍ଠିବ୍ୟଥାର ଆଶଙ୍କା ଅଛି । କର୍ମ କ୍ଷେତ୍ରରେ ନିଜର ସ୍ଥିତି ଦୃଢ କରିବେ । ପ୍ରତିଯୋଗିତାରେ ବିଜୟି ଓ ପାରିବାରିକ ସୁଖ ପାଇବେ ।

କୁମ୍ଭ: ଘାତଚନ୍ଦ୍ର ଦିନସାରା ଭୋଗ ହେବ । ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟନଷ୍ଟ, ଯାତ୍ରାରେ କ୍ଷତି । ପାରିବାରିକ ମନାନ୍ତର ଓ ବିବାଦୀୟ କ୍ଷେତ୍ରକୁ ଆପେ ଟାଣି ହୋଇଯିବେ । ଲୋକ ସଂପର୍କରେ ଅଭିବୃଦ୍ଧି ଘଟିବ । ଅପରାହ୍ନ ପରେ ଶୁଭ ସଂବାଦ ପ୍ରାପ୍ତି ।

ମୀନ: ସନ୍ତାନ ସନ୍ତତିଙ୍କ ପାଇଁ ସାମୟିକ ମନଉଣା ଆସିବ । ଧର୍ମାନୁଷ୍ଠାନ କିମ୍ବା ଲୋକ କଲ୍ୟାଣ ସଂସ୍ଥା ସହ ସଂପୃକ୍ତ ରହିବେ । ଅମ୍ଳ ଅର୍ଶ ପରି ଦୀର୍ଘସ୍ଥାୟୀ ଅସୁସ୍ଥତା ଭୋଗ ହେବ । କର୍ମ କ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ ସହଯୋଗ ଉଲ୍ଲେଖନୀୟ ହେବ ।

Leave A Reply

Your email address will not be published.

ବ୍ରେକିଂ