ଗୁରୁବାର ରାଶିଫଳ

ମେଷ : ସାମୟିକ ଭାବରେ ମାନସିକ ଦ୍ୱନ୍ଦ୍ୱ ଆସିପାରେ । କାର୍ଯ୍ୟ ସାଧନ ପାଇଁ ଆକସ୍ମିକ ବ୍ୟୟ ବରାଦ ଆସିବ । ଅଣ୍ଟା ପିଠିରେ ବ୍ୟଥା, ଦୂର ଯାତ୍ରାରେ  କ୍ଳାନ୍ତି, କର୍ମକ୍ଷେତ୍ରରେ ଦାୟିତ୍ୱର ସଠିକ ନିର୍ବାହ ଓ ପାରିବାରିକ ଉତ୍ତମ ବୁଝାମଣା ରଖିପାରିବେ ।

ବୃଷ : ଚନ୍ଦ୍ରଙ୍କର ଏକାଦଶ ସ୍ଥିତି ଦିନଟିକୁ ସାଫଲ୍ୟ ମଣ୍ଡିତ କରିବେ । ସମସ୍ୟା ସବୁର ସହଜ ସମାଧାନ, ବନ୍ଧୁ ହିତୈଷୀମାନଙ୍କ ଶୁଭେଚ୍ଛା, ମୂଲ୍ୟବାନ ଗୃହୋପକରଣ କ୍ରୟ ଓ ମାନସିକ ପ୍ରଶାନ୍ତି ପାଇବେ । ଭୂମି ସଂପର୍କୀୟ ବିବାଦ ଅଯଥାରେ ଆସିବ ।

ମିଥୁନ : ବ୍ୟୟ ଭରଣା କରିବାକୁ ସଞ୍ଚୟ ଜମା ହ୍ରାସ ହୋଇପାରେ । କର୍ମକ୍ଷେତ୍ରରେ ଶତ୍ରୁ ବଢିବେ । କର୍ମର ଧାରା ଗତାନୁଗତିକ ରୀତିରେ ଚାଲିବ । ଦେହ ସୁସ୍ଥ ନିରୋଗ ରହିବ । ଗୁରୁଦେବତା ବ୍ରାହ୍ମଣ ଭକ୍ତି ଓ ଆଇନ ଅଦାଲତରେ ବିଫଳତା ମିଳିବ ।

କର୍କଟ : ଆୟ ଦିଗଟି ପ୍ରଶସ୍ତ ରହିବ । ପାରିବାରିକ ଉତ୍ତମ ବୁଝାମଣା, ଗୃହ ନିର୍ମାଣାଦି କର୍ମରେ ଅଗ୍ରଗତି, ବନ୍ଧୁ ସହଯୋଗ ଓ ଶୁଭ ମଙ୍ଗଳ କାର୍ଯ୍ୟରେ ସଂପୃକ୍ତି ବଢିବ । ଦୈହିକ ସ୍ୱାସ୍ଥ୍ୟରେ ଅବନତି । ବ୍ୟବସାୟରେ ଲାଭାଂଶ ହ୍ରାସ ଓ ଯାତ୍ରାରେ ଅଶୁଭ ଫଳ ପାଇବେ ।

ସିଂହ : ସମସ୍ୟା ସବୁର ସହଜ ସମାଧାନ ମିଳିବ ନାହିଁ । ମନରେ ଅସ୍ଥିରତା ବଢିବ । ସତ ସଂପର୍କରୁ ସୁପରାମର୍ଶ ପାଇବେ । ଦେବ କାର୍ଯ୍ୟରେ ନିଷ୍ଠା, କର୍ମକ୍ଷେତ୍ରରେ ପ୍ରେରଣା , ଧାର କରଜ ପରିଶୋଧ ଓ ବିଶେଷ ଦୂର ଯାତ୍ରାରେ ଅବସାଦ ଆସିପାରେ ।

କନ୍ୟା : ଧୈର୍ଯ୍ୟ ଓ ସାହାସକୁ ପାଥେୟ କରି ବିଶେଷ ସମସ୍ୟାର ସମାଧାନ କରିପାରିବେ । ଦେହ ଭଲ ରହିବ ନାହିଁ । କାର୍ଯ୍ୟ ବ୍ୟସ୍ତତା ହେତୁ ଆହାର ବିଶ୍ରାମ ଅନିୟମିତ ହୋଇପାରେ । ପାରିବାରିକ କ୍ଷେତ୍ରରେ ଉତ୍ତମ ବୁଝାମଣା, ଅର୍ଥାଭାବ ପ୍ରାୟତଃ ନାହିଁ ।

ତୁଳା : ପ୍ରତିଯୋଗିତାରେ ଶୁଭଫଳ ପାଇବେ । କର୍ମକ୍ଷେତ୍ରରେ ସଂସ୍ଥାର ମୂଳକ ପରିବର୍ତ୍ତନ  କରିବେ । ପରିବାରରେ ଗୁରୁତ୍ୱ ବୃଦ୍ଧି, ପୂଜାର୍ଚ୍ଚନାରେ କ୍ଷତି, ସନ୍ତାନ ସଂପର୍କ ଓ ଦୂର ଯାତ୍ରାରେ ସଫଳ ହେବେ । ରାଜନୀତିରେ ସ୍ଥିତି ବିଶୃଙ୍ଖଳିତ ହେବାର ସମ୍ଭାବନା ।

ବିଛା : ଦୈହିକ କ୍ଳାନ୍ତି ଅବସାଦ ସହିତ ମାନସିକ ଅସ୍ଥିରତା ଭୋଗ ହେବ । ଲକ୍ଷ୍ୟପୂରଣ ବିଳମ୍ବିତ ହୋଇପାରେ । ଗୃହୋପକରଣ କ୍ରୟର ସୁଯୋଗ ପାଇବେ । କର୍ମକ୍ଷେତ୍ରରେ କାର୍ଯ୍ୟର ଚାପ ଅଧିକ ରହିବ । ଅର୍ଥାଗମ ସହିତ କୁଟୁମ୍ବ ସୁଖ ମିଳିବ ।

ଧନୁ : ଘାତଚନ୍ଦ୍ର ସାରାଦିନ ଭୋଗ ହେବ । ପରୋକ୍ଷରେ ଶତ୍ରୁ ବଢିବେ । କର୍ମକ୍ଷେତ୍ରରେ ଅସହଯୋଗ , ଅଧିକ ପରିଶ୍ରମରେ କମ ପାରିଶ୍ରମିକ ଓ ଦୂର ଯାତ୍ରାରେ ଅସଫଳ ହେବାର ସମ୍ଭାବନା ଅଛି । କୁଟୁମ୍ବ ସୁଖ ସହିତ ଧର୍ମ କର୍ମରେ ଋଚି ରଖିବେ ।

ମକର : ନିୟମ ଅନୁସରଣ କରି କର୍ମକ୍ଷେତ୍ରରେ କର୍ତ୍ତବ୍ୟ ନିର୍ବାହ କରିବେ । କର୍ତ୍ତୃପକ୍ଷଙ୍କ ସାହାଯ୍ୟ ସଦ୍ଦିଚ୍ଛା ଅବ୍ୟାହତ ରହିବ । ପାରିବାରିକ ପରିବେଶରେ ଛୋଟ ଛୋଟ ସମସ୍ୟା ଆସିପାରେ । ପରମାର୍ଥ ଚିନ୍ତା ଅଧିକ ରହିବ । ଦୂର ଯାତ୍ରାରେ ଶୁଭ ପ୍ରାପ୍ତି ।

କୁମ୍ଭ : କର୍ମକ୍ଷେତ୍ରରେ ଉନ୍ନତିମୂଳକ ପଦକ୍ଷେପ ନେଇ ସଫଳ ହେବେ । ଅର୍ଥ ଭାଗ୍ୟ ସନ୍ତୋଷଜନକ ହେବ । ମାନସିକ ସୁଖ ସନ୍ତୋଷ ସାମାନ୍ୟ କାରଣରୁ ବ୍ୟାହତ ହୋଇପାରେ । ବ୍ୟବସାୟରେ ଲାଭ ଓ ରାଜନୀତିରେ ସମାଦୃତି ମିଳିବ ।

ମୀନ : ଶ୍ରୀଚନ୍ଦ୍ର ଭୋଗ ହେତୁ ଦିନଟି ଶୁଭ ଅଟେ । ପ୍ରାପ୍ୟ ଅଟକିବ ନାହିଁ । ଶତ୍ରୁ ବିଜୟ କରିବେ । କର୍ମକ୍ଷେତ୍ରରେ ସହଯୋଗ । ସାମାଜିକ ପ୍ରତିଷ୍ଠା, ଆତ୍ମୀୟ ସ୍ୱଜନଙ୍କ ଆନ୍ତରିକତା ଓ ସୁଖ ଭ୍ରମଣର ସୁଯୋଗ ପାଇବେ । ବାଣିଜ୍ୟରେ ସଫଳ ହେବେ ।

Leave A Reply

Your email address will not be published.

ବ୍ରେକିଂ