ଦେବଗଡ଼ରୁ ବାଘଛାଲ ଜବତ, ୪ ଗିରଫ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ରେଞ୍ଜରୁ ବାଘ ଛାଲ ଜବତ ।  ଏଥିରେ ସଂପୃକ୍ତି ଥିବା ୪ ଜଣଙ୍କୁ ଗିରଫ କରାଛି ବନ ବିଭାଗ । ଗିରଫ ଅଭିଯୁକ୍ତମାନେ ହେଲେ ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଫାସିମାଲ ନିକଟସ୍ଥ ଟୁଲୁପ ଗ୍ରାମର ମନୋହର ମାଝି, ଗୁରୁଜିପାଲି ଗ୍ରାମର ପଦ୍ମନାଭ ଦଣ୍ଡପାଳ, ନାକଟିଦେଉଳ ଥାନା ଶିମିଳିପାଳ ନିକଟସ୍ଥ ତିଲେଇମାଳ ଗ୍ରାମର ରାତିଆ କିଡୋ ଓ ଅଜିତ କୁମାର ଲାକ୍ରା ।

ସୁଚନା ଅନୁସାରେ, ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଦେବଗଡ଼ ଡିଏଫଓ କ୍ଷମା ଷଡ଼ଙ୍ଗୀଙ୍କ ନିର୍ଦ୍ଦେଶରେ ଉକ୍ତ ବାଘ ଛାଲ ବିକ୍ରି ରାକେଟକୁ ଧରିବାର ଯୋଜନା ହୋଇଥିଲା । ପୂର୍ବ ପ୍ରସ୍ତୁତି ଅନୁସାରେ ବାଘଛାଲ କିଣିବା ବାହାନା କରି ଅଭିଯୁକ୍ତଙ୍କୁ ରିଆମାଳ-ନାକଟିଦେଉଳ ରାସ୍ତା ସିନ୍ଦରକଲି ପାଖକୁ ଡକାଯାଇଥିଲା । ବାଘଛାଲ ଧରି ଚାରି ଅଭିଯୁକ୍ତ ଉକ୍ତ ସ୍ଥାନକୁ ୧୯ ତାରିଖ ଅପରାହ୍ଣ ରେ ଆସିଥିଲେ । ବାଘଛାଲ କିଣାବିକା ବାହାନାରେ କିଛି ସମୟ ଅଟକାଇ ରଖିବା ପରେ ସ୍ୱତନ୍ତ୍ର ଟିମ ଚଢ଼ାଉ କରି ବାଘଛାଲ ସହିତ ଅଭିଯୁକ୍ତଙ୍କୁ ଅଟକରଖି ରେଂଜ କାର୍ଯ୍ୟାଳୟକୁ ଆଣି ପଚରାଉଚରା କରିଥିଲେ । ସେମାନେ ବାଘଟିକୁ ନାକଟିଦେଉଳ ରେଞ୍ଜ ଲାଣ୍ଡିମାଳ ରିଜର୍ଭ ଜଙ୍ଗଲରେ ଶିକାର କରିଥିଲେ ବୋଲି କହିଥିଲେ । ସେମାନଙ୍କୁ ଗିରଫ ପରେ ଆଜି ସଂଧ୍ୟା ୫ଟା ୩୦ରେ ରିଆମାଳ ଜେଏମଏଫ୍‌ସି କୋର୍ଟରେ ହାଜର କରାଯାଇଥିଲା । ଜାମିନ ନମିଳିବାରୁ ଜେଲହାଜତକୁ ପଠାଇଦିଆ ଯାଇଥିବା ଜଣାପଡିଛି ।

Leave A Reply

Your email address will not be published.

ବ୍ରେକିଂ
ଆର୍‍.କେ. ଶର୍ମାଙ୍କୁ ସ୍ୱାସ୍ଥ୍ୟ ବିଭାଗର ଏସିଏସ୍ ଦାୟିତ୍ୱ ଚତୁର୍ଥ ଥର ମଧ୍ୟ ଇଡି ସମନ୍‌ ଏଡ଼ାଇଲେ ବଲିଉଡ୍‌ ଅଭିନେତ୍ରୀ ଜାକ୍‌ଲିନ୍‌ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ବିଜେପିରେ ସାମିଲ୍ ଦେଶରେ ୨୪  ଘଣ୍ଟା ମଧ୍ୟରେ ୧୩,୫୯୬ କରୋନା ସଂକ୍ରମିତ ଚିହ୍ନଟ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ଚଢାଉ ଘଟଣା : ୧୪୪୦ ଗ୍ରାମ୍ ସୁନା ଅଳଙ୍କାର ଜବତ ପୋଲିସ ହେପାଜତରୁ ସନ୍‌ସାଇନ୍ ପବ୍ଲିକ୍ ସ୍କୁଲ ସଭାପତି ଚମ୍ପଟ; ୩ କନେଷ୍ଟବଳ ନିଲମ୍ବିତ ରାଜ୍ୟରେ ୨୪ ଘଣ୍ଟାରେ ୩୪୦ କରୋନା ସଂକ୍ରମିତ ଚିହ୍ନଟ; ୫ ମୃତ ସୁରଟର ଏକ ପ୍ୟାକେଜିଂ କମ୍ପାନୀରେ ଅଗ୍ନିକାଣ୍ଡ; ୨ ମୃତ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସର ୨୩ ଘଣ୍ଟା ମାରାଥନ୍ ରେଡ୍ ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ