କଳାହାଣ୍ଡିରେ ବାଘ ଛାଲ ଜବତ, ଜଣେ ଗିରଫ

କଳାହାଣ୍ଡି :  କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ କେ. ଗାଁ ରେଞ୍ଜ ଟିଙ୍ଗିପଦରରେ ବାଘ ଛାଲ ଜବତ ହୋଇଛି  । ବାଘ ଛାଲ ଓ ନଖ ଜବତ କଲା କେ. ଗାଁ ବନ ବିଭାଗ । ଘଟଣାରେ ଜଣଙ୍କୁ ଗିରଫ କରାଯାଇଛି  । ଟିଙ୍ଗିରିପଦରରେ ବିକ୍ରି ବେଳେ ଚଢାଉ କରି ଜବତ କଲା ବନ ବିଭାଗ  । ବାଘ ଛାଲ ବିକ୍ରି କରୁଥିବା ଅଭିଯୁକ୍ତ ଝାଡ଼ଖଣ୍ଡର ହୋଇଥିବା ସୂଚନା ମିଳିଛି  ।

ଟିଙ୍ଗିପଦରରେ ବାଘ ଛାଲି ବିକ୍ରି ହେଉଥିବା ନେଇ ପୋଲିସକୁ ସୂଚନା ମିଳିଥିଲା । ସୂଚନା ଆଧାରରେ ବନବିଭାଗର ଏକ ଟିମ୍‌ ଉକ୍ତ ସ୍ଥାନରେ ଚଢାଉ କରିଥିଲା । ଏହି ଚଢାଉରେ ବନବିଭାଗ ଟିମ୍‌ ଏକ ବାଘ ଛାଲ ସହ ଝାଡ଼ଖଣ୍ଡର ଜଣେ ବେପାରୀଙ୍କୁ ଅଟକ ରଖିଛି ।

Leave A Reply

Your email address will not be published.

ବ୍ରେକିଂ