କାଠ ବୋଝେଇ ପିକଅପ୍ ଭ୍ୟାନ୍ ଜବତ୍ , ଘଟଣାସ୍ଥଳରୁ ୨ ଗିରଫ

ଠାକୁରମୁଣ୍ଡା: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜ ଅଧିନସ୍ଥ ଖପରଖାଇ ଗ୍ରାମରୁ ୧୫ତାରିଖ ରବିବାର ରାତିରେ କାଠ ପଟା ବୋଝେଇ କରି ନେଉଥିବା ଏକ ପିକଅପ ଭ୍ୟାନକୁ ବନ ବିଭାଗ ଜବତ କରିଛି ।ଏହି ଘଟଣା ରେ ଭ୍ୟାନ ଡ୍ରାଇଭର ସମେତ ୨ ଜଣ କୁ ଗିରଫ କରିଛି।ଗିରଫ ୨ ଜଣଙ୍କ ମଧ୍ୟରୁ ଜଣେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କର୍ମୀ ଥିବାର ଜଣାପଡିଛି ।ଏଥି ସହିତ ଘଟଣା ସ୍ଥଳ ରୁ ଏକ ବାଇକ ଜବତ ହୋଇଛି।

ସୂଚନାଯୋଗ୍ୟ, ସାଲେଇବେଡା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଖପରଖାଇ ଗ୍ରାମରେ ବନ୍ୟପ୍ରାଣୀ ବନାଞ୍ଚଳ ପକ୍ଷରୁ ନିର୍ମାଣ ହେବାକୁ ଥିବା ବିଟ ଗୃହ ନିର୍ମାଣ କାର୍ଯ୍ୟ ପାଇଁ ରଖା ଯାଇଥିବା ବାଲି ଗଦା ଭିତରେ ଲୁଚାଇ ରଖା ଯାଇଥିବା କିଛି କଷି ଗଛ ର ପଟା କୁ ରାତି ପ୍ରାୟ ୯ଟା ସମୟରେ ଏକ ପିକ ଅଫ ଭେନ୍ ରେ ପଟା ଗୁଡିକୁ ବୋଝେଇ କରି ସ୍ଥାନାନ୍ତରିତ କରିବା ସମୟରେ ଗ୍ରାମବାସୀ ମାନଙ୍କ ନଜର କୁ ଆସିଥିଲା ।

ଗ୍ରାମବାସୀମାନେ ଏକଜୁଟ ହୋଇ କାଠ ବୋଝେଇ ହୋଇ ଥିବା ଭ୍ୟାନକୁ ଅଟକାଇବା ସହିତ ଠାକୁରମୁଣ୍ଡା ସ୍ଥିତ ବନବିଭାଗର ରେଞ୍ଜ ଅଫିସକୁ ଖବର ଦେଇଥିଲେ।ଖବରପାଇ ବନ କର୍ମଚାରୀ ମାନେ ପହଞ୍ଚି କାଠ ପଟା ବୋଝେଇ ହୋଇଥିବା ପିକ୍ଅପ ଭ୍ୟାନ ଗାଡିକୁ ଜବତ କରିଥିଲେ। ଉକ୍ତ ଭ୍ୟାନ ଟି ହାତିଗୋଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଧିରୋଳ ଗ୍ରାମ ର କ୍ଷୀରୋଦ କୁମାର ନାୟକ ଙ୍କ ର ବୋଲି ଜଣାପଡିଛି ।

ଘଟଣା ସ୍ଥଳରୁ ବନବିଭାଗ  ବ୍ୟାଘ୍ର ସଂରକ୍ଷଣର ଜଣେ କର୍ମଚାରୀ କୁଞ୍ଜ ବିହାରୀ ସୟ ଓ ଭ୍ୟାନ ଡ୍ରାଇଭର ଶିବାନନ୍ଦ ନାୟକକୁ ଗିରଫ କରିବା ସହିତ ଘଟଣାସ୍ଥଳରୁ ଆଉ ଏକ ବାଇକକୁ ବନବିଭାଗ ଜବତ କରିଥିବା ଜଣାପଡିଛି । ଜବତ ହୋଇଥିବା ବାଇକ ଟି କାଠ ଚୋରୀ କାର୍ଯ୍ୟ ରେ ବ୍ୟବହାର ହୋଇଥିବାର ସନ୍ଦେହ କରାଯାଉଛି ଏବଂ ଉକ୍ତ ବାଇକଟି ଜଣେ ବନ୍ୟପ୍ରାଣୀ ରେଞ୍ଜ କର୍ମଚାରୀ ଙ୍କର ବୋଲି ସ୍ଥାନୀୟ ଲୋକମାନେ ଆଲୋଚନା କରୁଛନ୍ତି। ଠାକୁରମୁଣ୍ଡା ରେଞ୍ଜ କେଶ ନମ୍ବର ୨୪୦ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

 

Leave A Reply

Your email address will not be published.

ବ୍ରେକିଂ