ହୋଲି ଖେଳିବା ପୂର୍ବରୁ ଆପଣାନ୍ତୁ ଏହି ଟିପ୍ସ

ରଙ୍ଗର ପର୍ବ ହୋଲି। ହୋଲି ଖେଳିବା ସମୟରେ ଯେତିକି ମଜା ଲାଗିଥାଏ ସେତିକି କଷ୍ଟ ରଙ୍ଗ ଛଡ଼ାଇବାରେ ହୋଇଥାଏ। ହୋଲିରେ ସବୁଠୁ ଅଧିକ କ୍ଷତି କେଶ ଓ ତ୍ୱଚାକୁ ପହଞ୍ଚିଥାଏ। କାରଣ କେମିକାଲ୍‌ର ମିଶ୍ରଣ ଯୋଗୁ ତ୍ୱଚାରେ ରଙ୍ଗ ଅଧିକ ଦିନ ପର୍ୟ୍ୟନ୍ତ ଲାଗି ରହେ ଓ ଅନେକଙ୍କ ଠାରେ ଏଥିଯୋଗୁ ଆଲର୍ଜି ବି ଦେଖାଯାଏ। ସେଥିପାଇଁ ଆସନ୍ତୁ ଜାଣିବା କିଛି ସହଜ ଉପାୟ, ଯେଉଁଗୁଡ଼ିକୁ ବ୍ୟବହାର କଲେ ରଙ୍ଗକୁ ସହଜରେ ମୁଣ୍ଡ ଓ ତ୍ୱଚାରୁ ସଫା କରିପାରିବେ।

  •  ହୋଲି ଖେଳିବା ପୂର୍ବରୁ କେଶରେ ଭଲ ଭାବେ ସୋରିଷ ତେଲ ଲଗାଇ ଦିଅନ୍ତୁ। ଏହା ଦ୍ୱାରା କେଶରୁ ସହଜରେ ରଙ୍ଗ ଛାଡ଼ିଯାଏ। ସୋରିଷ ତେଲ ନ୍ୟାଚୁରାଲ୍‌ କଣ୍ଡିସନର ଭଳି କାର୍ୟ୍ୟ କରିଥାଏ।
  •  ଓଠ, ଆଖି ଓ ମୁହଁକୁ ରଙ୍ଗରୁ ରକ୍ଷା କରିବା ପାଇଁ ହୋଲି ଖେଳରେ ସାମିଲ ହେବା ପୂର୍ବରୁ ଭେସଲିନ୍ ଓ ପେଟ୍ରୋଲିୟମ୍‌ ଜେଲି ଲଗାନ୍ତୁ। ମନେ ରଖନ୍ତୁ ମୁହଁରେ କୌଣସି ପ୍ରକାର ତେଲ ବ୍ୟବହାର ନକରି ସନ୍‌ସ୍କ୍ରିନ୍‌ ଲୋଶନ୍‌ ବ୍ୟବହାର କରନ୍ତୁ।
  •  ହୋଲି ଖେଳିବା ସମୟରେ ନଖରେ ରଙ୍ଗ ରହିଯାଏ। ଏଣୁ ଖାଇବା ସମୟରେ ସେହି ରଙ୍ଗ ପେଟକୁ ଯାଇଥାଏ। ତେଣୁ ହୋଲି ଖେଳିବା ପୂର୍ବରୁ ନଖ କାଟି ଦିଅନ୍ତୁ।
  •  ହୋଲି ଖେଳି ସାରି ଗାଧୋଇବା ପରେ ତ୍ୱଚାରେ କୌଣସି ମଶ୍ଚୁରାଇଜର୍‌ ନଲଗାଇ ନଡ଼ିଆ ତେଲ ଲଗାନ୍ତୁ। ଏପରି କଲେ ତ୍ୱଚାକୁ ପୋଷଣ ମିଳିବ ଏବଂ ନଡ଼ିଆ ତେଲ ଦ୍ୱାରା ଦେହରେ ଲାଗିଥିବା ବାକି ରଙ୍ଗ ମଧ୍ୟ ଛାଡ଼ିଯିବ। ନଡ଼ିଆ ତେଲରେ ଆଣ୍ଟି-ପଙ୍ଗଲ୍‌ ଓ ଆଣ୍ଟି-ବ୍ୟାକ୍ଟେରିଆଲ୍‌ ଗୁଣ ରହିଥିବାରୁ ଆଲର୍ଜି ଓ ଇନ୍‌ଫେକସନ୍‌ ମଧ୍ୟ ହେବ ନାହିଁ।

Leave A Reply

Your email address will not be published.

ବ୍ରେକିଂ