ପୋଲିସ କବଜାରେ ମୋବାଇଲ ଲୁଟେରା ଗ୍ୟାଙ୍ଗ

ଟିଟିଲାଗଡ଼ : ପୋଲିସ କବଜାରେ ମୋବାଇଲ ଲୁଟେରା ଗ୍ୟାଙ୍ଗ । ଆଖି ପିଛୁଳାକେ ମୋବାଇଲ ଲୁଟ୍ କରି ଚମ୍ପଟ ମାରୁଥିବା ଏକ ମୋବାଇଲ ଗ୍ୟାଙ୍ଗକୁ ଠାବ କରିବା ସହ ୮ ଅଭିଯୁକ୍ତକୁ ଗିରଫ କରିଛି ଟିଟିଲାଗଡ ପୋଲିସ । ଏଥିସହ ସେମାନଙ୍କ ଠାରୁ ୧୬ ଟି ମୋବାଇଲ ଫୋନ୍ ,ଚାରୋଟି ବାଇକ,ଏକ ପିକ୍ଅପ୍ ଭ୍ୟାନ ସହ ଚୋରି ସାମଗ୍ରୀ ସ୍କ୍ରାପକୁ ଜବତ କରିଛି ପୋଲିସ । ଅଭିଯୁକ୍ତ ୮ ଜଣଙ୍କ ମଧ୍ୟରୁ ୪ଜଣଙ୍କୁ କୋର୍ଟ ଚାଲଣ କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସେମାନଙ୍କ ମଧ୍ୟରୁ ୪ ଜଣ ନାବାଳକ ରହିଥିବାରୁ ଜୁଭେନାଇଲ କୋର୍ଟକୁ ପଠାଇଦିଆଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଟିଟିଲାଗଡ଼ ଉପଖଣ୍ଡ ଆରକ୍ଷୀ ଅଧିକାରୀ ସୁରେନ୍ଦ୍ର ନାଥ ଶତପଥୀ ସୂଚନା ଦେଇଛନ୍ତି । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ ମାନେ ଟିଟିଲାଗଡରୁ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.

ବ୍ରେକିଂ