ମନ୍ତ୍ରୀ ଅଶ୍ୱିନୀଙ୍କ ହାତରୁ ଟିଏମସି ସାଂସଦ ରିପୋର୍ଟ ଛଡ଼ାଇ ଚିରି ଫିଙ୍ଗିଦେଲେ

ନୂଆଦିଲ୍ଲୀ: ପେଗାସସ୍ ଫୋନ୍ ହ୍ୟାକିଂ ଘଟଣାକୁ ନେଇ ରାଜ୍ୟସଭାରେ ହଟ୍ଟଗୋଳ । ପେଗାସସ ସ୍ନୁପିଂକୁ ନେଇ ଆଜି ରାଜ୍ୟସଭାରେ କେନ୍ଦ୍ର ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ବିବୃତି ରଖୁଥିବାବେଳେ ବିରୋଧୀଙ୍କ ହଙ୍ଗାମା ।

ତୃଣମୂଳ କଂଗ୍ରେସର ସଦସ୍ୟମାନେ କାଗଜ ଫିଙ୍ଗୁଥିବା ଦେଖିବାକୁ ମିଳିଥିଲା । ଜଣେ ସାଂସଦ ତାଙ୍କ ହାତରୁ ଏହି ବିବୃତି ପେପରକୁ ଛଡ଼ାଇ ନେଇ ଚିରି ଦେଇଥିଲେ । ଏହାସହ ବିରୋଧୀ ଦଳର ସଦସ୍ୟମାନେ ଗୃହ ମଧ୍ୟ ଭାଗକୁ ଆସି ହୋ-ହଲ୍ଲା କରିଥିଲେ । ସରକାରଙ୍କ ବିରୋଧରେ ବିରୋଧୀ ସଦସ୍ୟମାନେ ନାରାବାଜି ଦେବା ସହ ବିବୃତି କାଗଜ ଚିରିକି ଫିଙ୍ଗିଥିଲେ ।

କାଗଜ ଉଡିବାରୁ ମନ୍ତ୍ରୀ ତାଙ୍କ ବିବୃତି ପୂରା କରିପାରିନଥିଲେ । ତେଣୁ ସେ ନିଜର ବିବୃତି ପେପରକୁ ଗୃହରେ ଉପସ୍ଥାପନ କରିଥିଲେ । ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ଏଭଳି ଆଚରଣରୁ ବିରତ ରହିବାକୁ ସାଂସଦମାନଙ୍କୁ ପରାମର୍ଶ ଦେଇଥିଲେ । ପରେ ଗୃହକୁ ଆସନ୍ତାକାଲି ସକାଳ ୧୧ ଯାଏଁ ମୁଲତବି ଘୋଷଣା କରିଥିଲେ ।

Leave A Reply

Your email address will not be published.

ବ୍ରେକିଂ