ଆଜି ୟୁପିଏସ୍‌ସି ପ୍ରିଲିମିନାରୀ ପରୀକ୍ଷା

ନୂଆଦିଲ୍ଲୀ  : ଆଜି ୟୁପିଏସ୍‌ସିର ପ୍ରିଲିମିନାରୀ ପରୀକ୍ଷା। କେନ୍ଦ୍ରୀୟ ଲୋକ ସେବା ଆୟୋଗ ୟୁପିଏସ୍‌ସି ଦ୍ଵାରା ୨୦୨୧ ବର୍ଷର ସିଭିଲ୍ ସର୍ଭିସେସ୍ ପ୍ରିଲିମିନାରୀ ପରୀକ୍ଷା ଆଜି ଓଡ଼ିଶାର ୨ଟି ସହର ସମେତ ଦେଶର ୮୩ଟି ସହରରେ ଅନୁଷ୍ଠିତ ହେବ। ଓଡ଼ିଶାର କଟକ ଓ ସମ୍ବଲପୁର ସହରରେ ପରୀକ୍ଷା କେନ୍ଦ୍ର କରାଯାଇଛି।

ପ୍ରାରମ୍ଭିକ ପରୀକ୍ଷା ଚଳିତ ବର୍ଷ ଜୁନ୍ ୨୭ରେ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ କରୋନା ପାଇଁ ଏହାକୁ ସ୍ଥଗିତ ରଖାଯାଇଥିଲା। ପ୍ରାରମ୍ଭିକ ପରୀକ୍ଷା ପାଇଁ ପ୍ରାୟ ୧୦ ଲକ୍ଷ ପ୍ରାର୍ଥୀ ଆବେଦନ କରିଥିବା ଜଣାପଡ଼ିଛି। କୋଭିଡ୍ ନିୟମ ମାନି ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଉଛନ୍ତି।

Leave A Reply

Your email address will not be published.

ବ୍ରେକିଂ