ଜୁଲାଇ ୧୭ରେ ଭାରତୀୟ ଅଲମ୍ପିକ ଟିମର ଜାପାନ ଯାତ୍ରା

ନୂଆଦିଲ୍ଲୀ: ଜୁଲାଇ ୧୭ରେ ଟୋକିଓ ଅଭିମୁଖେ ଉଡାଣ ଭରିବ ଭାରତୀୟ ଅଲମ୍ପିକ ଟିମ । ଏନେଇ ଆଜି  ସ୍ପଷ୍ଟ କରିଛି ଭାରତୀୟ ଅଲମ୍ପିକ ଆସୋସିଏସନ(IOA) । ଟୋକିଓରେ ଭାରତୀୟ ଅଲମ୍ପିକ ଟିମ ପହଞ୍ଚିବାନେଇ ସ୍ପଷ୍ଟୀକରଣ ରଖିବାକୁ ଟୋକିଓ ଅଲମ୍ପିକ ଆୟୋଜକ କମିଟି(TOCOG)କୁ ଅନୁରୋଧ କରିଛି ଭାରତୀୟ ଅଲମ୍ପିକ ଆସୋସିଏସନ ।

ଜାପାନ ସରକାର ଭାରତୀୟ ଆଥଲେଟଙ୍କୁ ନେଇ ନୂଆ ନିୟମ ଲାଗୁ କରିଛନ୍ତି । ଟୋକିଓରେ ପହଞ୍ଚିବାର 3 ଦିନ ପର୍ଯ୍ୟନ୍ତ ଅନ୍ୟ କୌଣସି ଟିମର ସଦସ୍ୟ, ପ୍ରତିନିଧିଙ୍କ ସହ ପ୍ରତ୍ୟେକ୍ଷ ଭେଟିବାକୁ ଭାରତୀୟ ଆଥଲେଟଙ୍କୁ ବାରଣ କରାଯାଇଛି ।ଜୁଲାଇ ୧୭, ୨୦୨୧ରେ ଭାରତୀୟ ଅଲମ୍ପିକ ଟିମ ଟୋକିଓ ଯାତ୍ରା କରିବ ଓ ୧୮ ଜୁଲାଇରେ ପହଞ୍ଚିବ । ତେବେ ଏଯାବତ TOCOG ପକ୍ଷରୁ ଆବଶ୍ୟକୀୟ ଅନୁମୋଦନ ମିଳିନଥିବା IOA ସ୍ପଷ୍ଟ କରିଛି ।ଜୁଲାଇ ୨୩ରୁ ଅଗଷ୍ଟ ୮ପର୍ଯ୍ୟନ୍ତ ବିଶ୍ବ କ୍ରୀଡାର ମହାକୁମ୍ଭ ଅଲମ୍ପିକ୍ସ ଖେଳ ଅନୁଷ୍ଠିତ ହେବ । ଗତବର୍ଷ ଏହି ମେଗା ଇଭେଣ୍ଟ ହେବାନେଇ ସୂଚୀ ରହିଥିଲା ମାତ୍ର କରୋନା ମହାମାରୀ ଯୋଗୁଁ ସ୍ଥଗିତ ରହିଥିଲା ।

Leave A Reply

Your email address will not be published.

ବ୍ରେକିଂ