ଟୋକିଓ ଅଲିମ୍ପିକ୍ସ ବିନା ଦର୍ଶକରେ ଆୟୋଜିତ ହେବ

ଟୋକିଓ:  ବିନା ଦର୍ଶକରେ ଆୟୋଜିତ ହେବ ଟୋକିଓ ଅଲିମ୍ପିକ୍ସ ।  ଚଳିତ ମାସରେ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଦର୍ଶକଙ୍କୁ ଅନୁମତି ଦିଆଯିବ ନାହିଁ। ଟୋକିଓ ଅଲିମ୍ପିକ୍ ମନ୍ତ୍ରୀ ତାମାୟୋ ମାରୁକାୱା ଆଜି ଏହା ଘୋଷଣା କରିଛନ୍ତି। ଜାପାନରେ କରୋନା ମହାମାରୀ ଦ୍ରୁତ ବେଗରେ ବଢ଼ୁଥିବାରୁ ଦେଶରେ ଏମରଜେନ୍ସି ଲଗାଇ ଦିଆଯାଇଛି । ଏହି ଭଳି ପରିସ୍ଥିତିରେ ଅଲିମ୍ପିକ୍ସ ଅୟୋଜିତ ହେବାକୁ ଯାଉଥିବାରୁ ଦର୍ଶକଙ୍କ ଉପସ୍ଥିତି ସମ୍ଭବପର ନୁହେଁ ବୋଲି ସେ କହିଛନ୍ତି ।

ପୂର୍ବରୁ ବିଦେଶୀ ଦର୍ଶକଙ୍କ ଉପରେ ରୋକ ଲଗାଇଥିଲା ଆୟୋଜକ କମିଟି । ତେବେ ଘରୋଇ ଦର୍ଶକଙ୍କୁ ଅନୁମତି ମିଳିବାର ଆଶା କରାଯିବା ସହିତ ଟିକେଟ ବିକ୍ରି କରାଯାଇଥିଲା । ଅଲିମ୍ପିକ୍ସ କମିଟି ସଭାପତି ସେଇକୋ ହାଶିମୋଟୋ ଦର୍ଶକଙ୍କ ନିକଟରୁ କ୍ଷମାପ୍ରାର୍ଥନା କରିଛନ୍ତି ।

ଟୋକିଓ ଅଲିମ୍ପିକ୍ସ ୨୩ ଜୁଲାଇରୁ ୮ ଅଗଷ୍ଟ ମଧ୍ୟରେ ଅନୁଷ୍ଠିତ ହେବ।  କରୋନା କାରଣରୁ ଟୋକିଓ ସହରରେ ଜୁଲାଇ ୧୨ ତାରିଖରୁ ଚତୁର୍ଥ ଥର ପାଇଁ ଜରୁରୀକାଳୀନ ପରିସ୍ଥିତି ଲାଗୁ ହୋଇଛି, ଯାହାକି ଅଗଷ୍ଟ ୨୨ ପର୍ଯ୍ୟନ୍ତ ଚାଲିବ ।

ଜାପାନର ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗା କରୋନା ଜୀବାଣୁ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଟୋକିଓରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତେବେ ଜରୁରୀକାଳୀନ ପରିସ୍ଥିତିରେ ଅଲିମ୍ପିକ୍ ଗେମ୍ସ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ଅଲିମ୍ପିକ୍ ଗେମ୍ସ ସମୟରେ ଦର୍ଶକଙ୍କୁ ପଡ଼ିଆରେ ଅନୁମତି ଦିଆଯିବ ନାହିଁ ବୋଲି ସ୍ପଷ୍ଟ ହୋଇଛି।

Leave A Reply

Your email address will not be published.

ବ୍ରେକିଂ