ସୁନ୍ଦର ତ୍ଵଚା ପାଇଁ ଟମାଟୋ ଫେସ୍ ପ୍ୟାକ୍

ତ୍ବଚାକୁ ସୁନ୍ଦର ରଖିବା ପାଇଁ ମହିଳାମାନେ ତତ୍ପର ରହିଥାନ୍ତି।  ଏଥିପାଇଁ ବିଭିନ୍ନ ଦାମୀ କ୍ରିମଠାରୁ ଆରମ୍ଭ କରି ଫେସପ୍ୟାକ୍ ଓ ଫେସ ୱାସ ଆଦି ବ୍ୟବହାର କରନ୍ତି୤ ଏମିତିରେ ଆଣ୍ଟି ଏଜିଂକୁ ଦୂର କରିବା ଲାଗି ଆଜିର ମହିଳାମାନେ ଖୁବ୍ ଚିନ୍ତିତ ହୋଇପଡୁଛନ୍ତି।  ମହିଳାଙ୍କ ଆଣ୍ଟି ଏଜିଂକୁ ଦୂର କରିବା ଲାଗି ଆପଣ ଘରେ ତିଆରି ଟମାଟୋ ଫେସ୍ ପ୍ୟାକ୍ ବ୍ୟବହାର କରନ୍ତୁ।

ପ୍ୟାକ୍ ପ୍ରସ୍ତୁତି ପ୍ରଣାଳୀ

ଏକ ବଡ ପାତ୍ରରେ ୧ ବଡଚାମଚ ଗ୍ରାଇଣ୍ଡିଂ ଟମଟୋ, ୧ ଛୋଟ ଚାମଚ ଚିନି ଓ ଲେମ୍ବୁ ରସ ୩/୪ ବୁନ୍ଦା ନିଅନ୍ତୁ।  ଏହି ସବୁ ଜିନିଷକୁ ଏକାଠି ଭଲ ଭାବରେ ଫେଣ୍ଟି ଦିଅନ୍ତୁ।   ପ୍ରସ୍ତୁତ ଟମାଟୋ ପ୍ୟାକକୁ ମୁହଁରେ ଲଗାନ୍ତୁ।  ୧୫-୨୦ ମିନିଟ ପରେ ପ୍ୟାକ ମୁହଁରେ ଶୁଖି ଯିବା ପରେ ମୁହଁକୁ ସଫା ପାଣିରେ ଧୋଇ ଦିଅନ୍ତୁ।

ଡେଡ୍ ସ୍କିନ୍ ଦୂର କରିବ

ଏହି ଟମାଟୋ ଫେସ୍ ପ୍ୟାକ୍ ଡେଡ ସ୍କିନ୍ ସେଲକୁ ସଫା କରିଦେବ।  ଏଥିସହିତ ତ୍ବଚାର ଡ୍ରାଇନେସକୁ ଦୂର କରିବା ସହିତ ତ୍ବଚା ଦୀର୍ଘ ସମୟ ପର୍ଯ୍ୟନ୍ତ କୋମଳ, ଉଜ୍ବଳ ରହିବ।  ଏଥିସହିତ କଳା ଓ ଡଲ ତ୍ବଚା ଗୋରା ଦେଖାଯିବ।

ଟମାଟୋ ଓ ଲେମ୍ବୁ ପ୍ୟାକ୍

ଯଦି ଆପଣଙ୍କ ତ୍ବଚା ଅଏଲୀ ତେବେ ଟମାଟୋ –ଲେମ୍ବୁ ଫେସପ୍ୟାକ୍ ଲଗାଇ ପାରିବେ। ଏହା ତ୍ବଚା ଉପରେ ଲାଗିଥିବା ଏକ୍ସଟ୍ରା ଅଏଲକୁ ସଫା କରିଦେବ।  ଏହି ପ୍ୟାକ୍ ସ୍କିନ୍ ପାଇଁ କ୍ଲିଞ୍ଜର ପରି କାମ କରିଥାଏ। ଏହି ପ୍ୟାକ୍ ପାଇଁ ଏକ ପାତ୍ରରେ ଗୋଟିଏ ଟମାଟୋ ପେଷ୍ଟ ନେଇ ଏଥିରେ ୨ଚାମଚ ଲେମ୍ବୁ ରସ ଓ ମହୁ ମିଶାଇ ପ୍ୟାକ୍ ପ୍ରସ୍ତୁତ କରନ୍ତୁ ।  ପ୍ରସ୍ତୁତ ପ୍ୟାକକୁ ୨୫ ମିନିଟ ରଖିବା ପରେ ଫେସକୁ ସଫା ପାଣିରେ ଧୋଇ ଦିଅନ୍ତୁ।  ତ୍ବଚା ମୁଲାୟମ ଓ ସାଇନିଂ କରିବ।

Leave A Reply

Your email address will not be published.

ବ୍ରେକିଂ