ତ୍ୱଚା ପାଇଁ ଉପକାରୀ ଟୁଥପେଷ୍ଟ

ଜୀବନଚର୍ଯ୍ୟା: ଖାସକରି ଦାନ୍ତ ସଫା କରିବାରେ ଟୁଥପେଷ୍ଟ ବ୍ୟବହାର କରାଯାଏ । ହେଲେ ଅନେକଙ୍କୁ ଏହା ଜଣାନଥିବ ଯେ, ତ୍ୱଚା ପାଇଁ ମଧ୍ୟ ଏହା ବହୁତ୍ ଲାଭଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ସବୁ ତ୍ୱଚା ଜନିତ ସମସ୍ୟାର ସମାଧାନ କରେ ଟୁଥ୍ ପେଷ୍ଟ ।

ବ୍ଲାକହେଡସ୍‌ ସମସ୍ୟାର ସମ୍ମୁଖୀନ କରୁଥିଲେ, ଟୁଥପେଷ୍ଟ ବ୍ୟବହାର କରି ପାରିବେ । ଯେ କୌଣସି ସ୍କ୍ରବ୍ ସହିତ ଅଳ୍ପ ଟୁଥପେଷ୍ଟ ମିଶାଇ, ଏକ ପେଷ୍ଟ ପ୍ରସ୍ତୁତ କରିବେ । ତାପରେ ଏହି ମିଶ୍ରଣକୁ ନେଇ ବ୍ଲାକହେଡସ ବାହାରି ଥିବା ସ୍ଥାନ ଉପରେ ଲଗାଇ ରଖିବେ । ଏହା ଶୁଖିବା ପରେ, ହାତରେ ମସାଜ୍ କରି ଧୋଇବେ । ଏହା ଦ୍ବାରା ବ୍ଲାକହେଡସ ସମସ୍ୟା ଦୂର ହୋଇଥାଏ ।

ମୁହଁରେ ବାହାରୁଥିବା ଛୋଟଛୋଟ ଚୁଟିକୁ ହଟାଇବାକୁ ଚାହୁଁଥିଲେ, ଟୁଥପେଷ୍ଟରେ ଅଳ୍ପ ଲେମ୍ବୁ ରସ ଓ ଚିନି ମିଶାଇ ତ୍ୱରେ ଲଗାଇ  ୫ ରୁ ୧୦ ମିନିଟ ରଖିବେ । ତାପରେ ଧିରେଧିରେ ତାକୁ ଘଷି ସଫା କରିବେ । ଏପରି କରିବା ଦ୍ୱାରା, ଏହି ସମସ୍ୟା ଦୂର ହେବା ସହିତ, ତ୍ୱଚା ବେଦାଗ ମଧ୍ୟ ହୋଇଥାଏ ।

ରାତିରେ ଚେହେରାରେ ଟୁଥପେଷ୍ଟ ଲଗାଇ ସକାଳେ, ଏହାକୁ ଧୋଇ ସଫା କରିବା ଦ୍ବାରା, ତ୍ବଚାରୁ କଳାଦୂର ହୋଇ ଚମକ ଆସିଥାଏ ।

ଟୁଥପେଷ୍ଟରେ ଟମାଟୋ ରସ ମିଶାଇ, ତ୍ୱବଚାରେ ଲଗାଇବେ ଦ୍ୱାରା, ତ୍ୱାଚାରେ କୁଞ୍ଚନ ପଡିବା ସମସ୍ୟା ଦୂର ହୋଇଥାଏ ।

Leave A Reply

Your email address will not be published.

ବ୍ରେକିଂ