ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣାରେ ହସ୍ତକ୍ଷେପ କଲେ ରାଜ୍ୟ ମାନବାଧିକାର କମିସନ

ମାଲକାନଗିରି : ମାଲକାନଗିରି ଚିତ୍ରକୋଣ୍ଡା ଥାନାରେ ନାବାଳକଙ୍କୁ ଥାର୍ଡ ଡିଗ୍ରୀ ଘଟଣାରେ ରାଜ୍ୟ ମାନବାଧିକାର କମିସନ ନିଜ ଆଡୁ ମାମଲାରେ ହସ୍ତକ୍ଷେପ କରିଛନ୍ତି । ଗଣାମାଧ୍ୟମରେ ପ୍ରକାଶିତ ଖବର ଆଧାରରେ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ମାନବାଧିକାର କମିସନ  । ତେବେ ମାର୍ଚ୍ଚ ୩୦ ସୁଦ୍ଧା ତଦନ୍ତ ଶେଷ କରି ରିପୋର୍ଟ ଦେବାକୁ ଏସପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସେପଟେ ଜିଲ୍ଲା ପ୍ରଶାସନ ଏହି ଘଟଣାକୁ ଗୁରୁତର ସହ ନେଇଥିବା ବେଳେ ଚିତ୍ରକୋଣ୍ଡା ଏସଡିପିଓ ସୁନାରାମ୍ ହେମମ୍ରମ ଏହି ଘଟଣାରେ ମୁହଁ ଖୋଲିଛନ୍ତି । ଥାନାରେ ଜୁଭେନାଇଲ୍ ଜଷ୍ଟିସ୍ ଆକ୍ଟକୁ ସଂପୂର୍ଣ୍ଣ ସମ୍ମାନ ଦିଆଯାଇଛି । କୌଣସି ଆଇନ୍ ଉଲଂଘନ କରାଯାଇନାହିଁ । ଥାନା ଭିତରେ ନାବାଳକ ଅଭିଯୁକ୍ତଙ୍କ ଉପରେ ଥାର୍ଡ ଡିଗ୍ରୀ କରାଯାଇନାହିଁ ବୋଲି ସେ କହିଛନ୍ତି । ମାଲକାନଗିରି ଜିଲ୍ଲା ପ୍ରଶାସନ ମଧ୍ୟ ଏହି ମାମଲାକୁ ଗୁରୁତର ସହ ନେଇଛନ୍ତି । ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ  ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଚିତ୍ରକୋଣ୍ଡା ଯାଇ ତଦନ୍ତ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଏକ ଚୋରୀ ଅଭିଯୋଗରେ ୪ ଜଣ ନାବାଳକଙ୍କୁ ପୋଲିସ  ଥାନାକୁ ଆଣି  ଥାନା ଭିତରେ ସେମାନଙ୍କୁ ୩ ଦିନ ଧରି ମାଡ ମାରିବା ସହ ଇଲେକ୍ଟ୍ରିକ୍ ସକ୍ ଦେଇଥିବା ଅଭିଯୋଗ ହୋଇଥିଲା ।

Leave A Reply

Your email address will not be published.

ବ୍ରେକିଂ