ବ୍ରାହ୍ମଣକୁଣ୍ଡକୁ ପର୍ଯ୍ୟଟନ ବିଭାଗର ଅଣଦେଖା
ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକର ନୂତନ ଭାବେ ହୋଇଥିବା ଚାକିଡି ଫଚାୟତରେ ଅବସ୍ଥିତ ବ୍ରାହ୍ମଣକୁଣ୍ଡ । ଏହା ବାଙ୍ଗିରିପୋଷି ବ୍ଲକର ଏକ ଦର୍ଶନୀୟ ସ୍ଥାନ ମଧ୍ୟରୁ ଗୋଟିଏ । ଏଠାରେ ଦେଖିବାକୁ ମିଳେ ଏକ ଗଣ୍ଡରେ ବହୁ ବଡ ବଡ ମାଛ ସହିତ ପ୍ରାକୃତିକ ସୌନ୍ଦଯ୍ୟ ଭରା ଝରଣା, ଜଙ୍ଗଲ ଓ ପାହାଡ । ପାହାଡି ଝରଣାର ଜଳ ରାଶି ଉପରୁ ପଡି ତଳେ ଜମା ହୋଇ ସୃଷ୍ଟି କରୁଛି ଏକ ବିରାଟକାୟ ପାଣି କୁଣ୍ଡ । ପର୍ଯ୍ୟଟନ ସ୍ଥଳଟି ଝରଣା ପାଣିରେ ସୂର୍ଯ୍ୟ ଙ୍କ ରଶ୍ମୀ ପଡି ଝଲକୁଛି । ପାଣିକୁଣ୍ଡରେ କାହିଁ କେତେ ବର୍ଷ ଧରି ସଂରକ୍ଷିତ ଭାବେ ରହିଛନ୍ତି ଅନେକ ବଡ ବଡ ମାଛ । ଯାହାକି ପର୍ଯ୍ୟଟକଙ୍କ ନ କୁ ଆକୃଷ୍ଟ କରିଛି । ଝରଣା ଏବଂ ନୀଳ ରଙ୍ଗର ଶୀତଳ ଜଳ ରାଶି ମଧ୍ୟରେ ବଡ ମାଛ ମାନଙ୍କର ପହଁରୁଥୁବା ଦୃଶ୍ୟ ଦେଖଣାହାରୀଙ୍କ ମନରେ ଏକ ଅଭୁଲା ସୃତି ସୃଷ୍ଟିକରେ ।
ବ୍ରାହ୍ମଣକୁଣ୍ଡ ନିକଟସ୍ଥ ପାହାଡ ମଧ୍ୟରେ ରହିଛି ଆରାଧ୍ୟା ଦେବଦେବୀଙ୍କ ଏକ ପୂଜା ସ୍ଥଳୀ । ଆଦିବାସୀ ଦେହୁରୀ ପରମ୍ପରାରେ ସେଠାରେ ପ୍ରତ୍ୟେକ ଦିନ ପୂଜା କରାଯାଏ । ସେଠାରେ ପ୍ରତିଷ୍ଠା ହୋଇଛି ଏକ ବିରାଟକାୟ ହନୁମାନ ପ୍ରତିମୁର୍ତ୍ତୀ । ବାଙ୍ଗିରିପୋଷି ବଜାର ଠାରୁ ୨ ଟି ଗାସ୍ତା ଦେଇ ଏହି ସ୍ଥାନକୁ ପର୍ଯ୍ଯଟକ ମାନେ ପିକନିକ କରିବା ପଇଁ ଆସିଥାନ୍ତି । ବିଶେଷ କରି ଡିସେମ୍ବର ଓ ଜାନୁଆରୀ ମାସରେ ଭିଡ ପରିଲକ୍ଷିତ ହୋଇଥାଏ । ମାତ୍ର ଚଳିତ ବର୍ଷ କରୋନା ହେବା ଦିନଠାରୁ ପର୍ଯ୍ୟଟକମାନଙ୍କ ସଂଖ୍ୟା କମିଥିଲେ ମଧ୍ୟ କରୋନା ମହାମାରୀ ଏହାକୁ ରୋକିପାରି ନାହିଁ ।
ସ୍ଥାନୀୟ କିଛି ସମାଜସେବୀ ଓ ନେତାଙ୍କ ସ୍ବଳ୍ପ ଅବଦାନ ସମୁଦ୍ରକୁ ଶଙ୍ଖେ ପାଣି । ଦିନକୁ ଦିନ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ୁଥୁବା ବେଳେ ଏହାର ସୌନ୍ଦର୍ଯ୍ୟକରଣ ଦିଗରେ ବିଭାଗ ଓ ପ୍ରଶାସନ ଧ୍ୟାନ ଦେଉ ନଥିବାର ଅଭିଯୋଗ ହେଉଛି । ଏହି ସ୍ଥାନକୁ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ସହ ଉନ୍ନତିକରଣ ଦିଗରେ ସରକାର ହାତ ବଢାନ୍ତୁ ବୋଲି ଦାବି ହୋଇଛି । ତତ୍କାଳୀନ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମିନାଙ୍କ ନିର୍ଦ୍ଦେଶରେ ତତ୍କାଳୀନ ଉପ ଜିଲ୍ଲାପାଳ ମହମ୍ମଦ୍ ଅବଦୁଲ ଅକତାର ବ୍ରାହ୍ମଣକୁଣ୍ଡ ଯାଇ ପର୍ଯଟନ ବିଭାଗ ତରଫରୁ ଉନ୍ନତି କରଣ ପାଇଁ ୨୦ ଲକ୍ଷରୁ ଉର୍ଦ୍ଧ ଟଙ୍କା ଆଟିଡିଏ ତରଫରୁ ଦିଆଯାଇଥିଲା । ତେବେ ବନବିଭାଗ ନିଜର ସ୍ଥାନ ଦାବି କରି ଉନ୍ନତିକରଣରେ ବାଧକ ସାଜିଥିଲା। ଫଳରେ ସେହି ଦିନଠାରୁ ଉନ୍ନତିକରଣ ହୋଇ ପାରୁନାହିଁ କି ପର୍ଯ୍ୟଟନ ବିଭାଗର ମାନ୍ୟତା ପାଇ ପାରୁନାହିଁ ଏନେଇ ସନ୍ଦେହ ଉପୁଜିଛି । ତେବେ ପ୍ରଶାସନ ବ୍ରହ୍ମଣକୁଣ୍ଡର ଉନ୍ନତିକରଣ ପାଇଁ ପଦକ୍ଷେପ ନେଉ ବୋଲି ଜନ ସାଧାରଣ ଦାବି କରିଛନ୍ତି।