ରାଜ୍ୟରେ ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଟିପିସିଓଡିଏଲ୍ ପକ୍ଷରୁ ପ୍ରସ୍ତୁତି ଆରମ୍ଭ

ଭୁବନେଶ୍ୱର: ଓଡିଶାରେ ସାମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଏହାର ମୁକାବିଲା ପାଇଁ ଟିପିସିଓଡିଏଲ୍ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।  ଓଡ଼ିଶା ସ୍ୱତନ୍ତ୍ର ରିଲିଫ୍ କମିସନର୍ ସୂଚାନା ଆଧାର ବନ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଅଂଚଳଗୁଡ଼ିକୁ ଟିପିସିଓଡିଏଲ୍ ପକ୍ଷରୁ ଆଗୁଆ ଚିହ୍ନଟ କରାଯାଇଛି ।

ଟିପିସିଓଡିଏଲ୍ ସିଇଓ ଏମ୍ ସେନ୍‌ବାଗମ୍‌ କହିଛନ୍ତି ଯେ, ବନ୍ୟା ବିପଦର ମୁକାବିଲା କରିବା ଲାଗି ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ ଓ ନିବରଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବା ଲାଗି ପ୍ରତିବଦ୍ଧ ରହିଛୁ । ରେକର୍ଡ ସମୟ ଭିତରେ ପ୍ରଭାବିତ ଅଂଚଳରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପ୍ରଦାନ କରିବା ଏବଂ ତାହା ଯେଭଳି ଗ୍ରାହକଙ୍କୁ ସର୍ବନିମ୍ନ ପ୍ରଭାବିତ କରିବ ସେ ଦିଗର ଆମ ଟିମ୍ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଛନ୍ତି । ବନ୍ୟା ସମୟରେ ଯେକୌଣସି ପ୍ରକାର ଦୁର୍ଘଟଣାକୁ ଏଡ଼ାଇବା ଲାଗି ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବା ନିମନ୍ତେ ଲୋକମାନଙ୍କୁ ଆମେ ନିବେଦନ କରୁଛୁ ।

ସୁରକ୍ଷା ଓ ସତର୍କତା ସହ ଟିପିସିଓଡିଏଲ୍ ଟିମ୍ ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରିବା ଲାଗି ପର୍ଯ୍ୟାୟକ୍ରମେ ଚବିଶ ଘଣ୍ଟା କାର୍ଯ୍ୟ କରୁଛି । ଉଭୟ ବଣ୍ଟନ ସମେତ ଗ୍ରାହକ ସବ୍‌-ଷ୍ଟେସନ୍‌ରେ କଂପାନି ପକ୍ଷରୁ ଉପକରଣର ସବୁ ପ୍ରକାର ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣ କରାଯାଉଛି । ଯେକୌଣିସି ପ୍ରକାର ଜରୁରୀ ସ୍ଥିତିର ମୁକାବିଲା ଲାଗି ଉତ୍ସର୍ଗୀକୃତ ଟିମ୍ ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ମୂତୟନ କରାଯାଇଛି । ଆବଶ୍ୟକ ସ୍ପେୟାର୍ ପାଟ୍‌ର୍ସ, ଟୁଲ୍‌ସ ଓ ଉପକରଣ ଯଥା ଟ୍ରାନ୍ସଫର୍‌ମର୍‌, ସ୍ୱିଚ୍‌ଗିୟର୍ ଆଦିର ପର୍ଯ୍ୟାପ୍ତ ଷ୍ଟକ୍ ରଖାଯାଇଛି ଯାହା ବିଦ୍ୟୁତ ବିଭ୍ରାଟ ସମୟରେ ବିଦ୍ୟୁତ ଯୋଗାଣ ସ୍ୱାଭାବିକ କରିବା ଲାଗି ଦରକାର ହେଉଥିବା ସମୟ ହ୍ରାସ କରିବ । ହସ୍ପିଟାଲ୍ ଓ ଅକ୍ସିଜେନ୍ ପ୍ଲାଂଟ୍‌କୁ ବିଦ୍ୟୁତ ଯୋଗାଣ କରିବା ଲାଗି ସ୍ୱତନ୍ତ୍ର ଟିମ୍ କାର୍ଯ୍ୟ କରିବ ।

ଟିପିସିଓଡିଏଲ୍ ପକ୍ଷରୁ ଅକ୍ସିଜେନ୍ ପ୍ଲାଣ୍ଟକୁ ୨୪ ଘଂଟିଆ ବିଦ୍ୟୁତ ଯୋଗାଣ ନିଶ୍ଚିତ କରିବା ଲାଗି ଏକ ଉତ୍ସର୍ଗୀକୃତ ଟିମ୍ ଗଠନ କରାଯାଇଛି । ଲାଇସେନ୍ସପ୍ରାପ୍ତ ଅଂଚଳର ବିଭିନ୍ନ ସ୍ଥାନର ଗୁରୁତ୍ୱପୂର୍ଣ୍ଣ ସ୍ଥଳରେ ଦ୍ରୁତ ପ୍ରଶମନ ଦଳ ମୂତୟନ କରାଯାଇଛି । ଯେକୌଣସି ପ୍ରକାର ଜରୁରୀକାଳୀନ ସେବା ଲାଗି ଯେକୌଣସି ବ୍ୟକ୍ତି ୨୪ ଘଂଟିଆ କଲ୍ ସେଂଟର ନମ୍ବର ୧୯୧୨ କିମ୍ବା ୧୮୦୦୩୪୫୭୧୨୨କୁ କଲ୍ କରିପାରିବେ ।

ସେହିପରି ସୁରକ୍ଷା ପଦକ୍ଷେପ ଭାବେ, ପ୍ରଭାବିତ ଅଂଚଳର ଲୋକମାନେ ଏହି ସବୁ କାର୍ଯ୍ୟ ନକରିବା ଲାଗି ଟିପିସିଓଡିଏଲ୍ ପକ୍ଷରୁ ନିବେଦନ କରାଯାଇଛି:-

  • ବଜ୍ରପାତ ସମୟରେ ଘର ଭିତରେ ଥିବା କୌଣସି ତାର କିମ୍ବା ପାଇପ୍‌କୁ ସ୍ପର୍ଶ କରନ୍ତୁ ନାହିଁ। କାରଣ ଟେଲିଫୋନ୍ ତାର/ଧାବତ ପାଇପ୍‌ରେ ବିଦ୍ୟୁତ ପ୍ରବାହିତ ହୁଏ
  • ଅତ୍ୟଧିକ ପବନ ବହିବା, ବଜ୍ରପାତ ଓ ବୃଷ୍ଟିପାତ ସମୟରେ କୌଣସି ଗଛ କିମ୍ବା ଯେକୌଣସି ଅସ୍ଥାୟୀ ଢ଼ାଂଚା ତଳେ ଆଶ୍ରୟ ନିଅନ୍ତୁ ନାହିଁ
  • ଓଦା ହାତରେ କିମ୍ବା ହାଣ୍ଡ୍ ଗ୍ଲୋଭ୍‌ସ, ସୁରକ୍ଷା ଜୋତା କିମ୍ବା ଇନ୍‌ସୁଲେଟେଡ୍ ପ୍ଲାଟ୍‌ଫର୍ମ ବ୍ୟବହାର ନକରି କୌଣସି ବିଦ୍ୟୁତ ବ୍ୟବସ୍ଥାକୁ ସ୍ପର୍ଶ କରନ୍ତୁ ନାହିଁ
  • ବର୍ଷା ପରବର୍ତୀ ସମୟରେ ଦ୍ରୁତ ଗତିରେ ପ୍ରଭାବିତ ହେଉଥିବା ଡ୍ରେନ୍ ପାଖରେ ପିଲାମାନଙ୍କୁ ଖେଳିବାକୁ ଦିଅନ୍ତୁ ନାହିଁ
Leave A Reply

Your email address will not be published.

ବ୍ରେକିଂ