ଶ୍ରମିକଙ୍କୁ ନେଉଥିବା ଟ୍ରାକ୍ଟର ଓଲଟିଲା: ୧ ମୃତ,୧୫ରୁ ଉର୍ଦ୍ଧ୍ୱ ଆହତ  

ପାତ୍ରପୁର: ଜରଡା ଥାନା ପାତ୍ରପୁର ବ୍ଳକ ଅନ୍ତର୍ଗତ ରାଜପୁର ଗ୍ରାମ ନିକଟରେ ଏକ ଟ୍ରାକ୍ଟର ଦୁର୍ଘଟଣା ଘଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା  ବେଳେ ୧୫ରୁ ଉର୍ଦ୍ଧ୍ୱ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ସମସ୍ତ ଶ୍ରମିକ ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଜଗଦେବପୁର ଗାଁର ବୋଲି ଜଣାପଡ଼ିଛି ।  ମୃତ ଶ୍ରମିକ ଜଣକ ହେଉଛନ୍ତି  ବନିତା ସାହୁ(୪୦) । ଗୁରୁତର ଶ୍ରମିକ ମାନଙ୍କ ମଧ୍ୟରେ ଖଡିକା ସାହୁ, ସୁଦଷ୍ଣା ଗୈାଡ, ସରିତା ସାହୁ, ବୃନ୍ଦାବନ ସାହୁ, ନାରାୟଣ ସାହୁ, କାଦମ୍ବରୀ ପାଇକ, ତପି ସାହୁ, ବନଲତା ସାହୁ, ଇନ୍ଦୁ ସାହୁ, ସବା ଚଣ୍ଡ, ଏ ନାଗା, ଶିବନୀ ସାହୁ, ଏ ଲକ୍ଷ୍ମୀ, ଅନୁସାୟା ଚଣ୍ଡ ବୋଲି ଜଣାପଡିଛି।

ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶକ୍ରମେ ପ୍ରଥମେ ପାତ୍ରପୁର ବିଡ଼ିଓ ପ୍ରକାଶ କୁମାର ଦାସ ଓ ବ୍ରହ୍ମପୁର ଉପ-ଜିଲ୍ଲାପାଳ ଭି.କିର୍ତ୍ତିଭାସନ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ଼ହଞ୍ଚି ଗୁରୁତର ଶ୍ରମିକ ମାନଙ୍କୁ  ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ।

ଘଟଣାରୁ ପ୍ରକାଶ ଯେ, ଚିକିଟି ବ୍ଳକ ବୀରସିଂହପୁର ଗାଁ ନିକଟରେ ଚାଲିଥିବା ଏକ ରାସ୍ତା କାର୍ଯ୍ୟ ରେ  ଖାରିଆଗୁଡା ପଞ୍ଚାୟତ  ଜଗଦେବପୁର ଗ୍ରାମର  ଶ୍ରମିକ ମାନେ ନିୟୋଜିତ ଥିଲେ । କାମ ସାରି ସନ୍ଧ୍ୟା ସମୟରେ ଏକ ଟ୍ରାକ୍ଟର ଯୋଗେ ଗ୍ରାମକୁ ଫେରୁଥିଲେ । ଟ୍ରାକ୍ଟର ଇଞ୍ଜିନରୁ ଏକ ସାପ ବାହାରି ଯିବାରୁ ଭୟରେ ଡ୍ରାଇଭର ଗାଡ଼ିର ବ୍ରେକ୍  ଦେଇ ଦେଇଥିଲେ ।

ଯାହାରି ଫଳରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ରାଜପୁର ଗାଁ ନିକଟରେ ଥିବା ଏକ ବନ୍ଧ ମଧ୍ୟରେ ଓଲଟି ପଡ଼ିଥିଲା। ଯାହାରି ଫଳରେ ଟ୍ରାକ୍ଟର ଡାଲାରେ ବସିଥିବା ସମସ୍ତ ଶ୍ରମିକ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରି ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରି ଚିକିତ୍ସା କରାଇଥିଲେ।

ପରେ  ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପାତ୍ରପୁର ବିଡ଼ିଓ  ଓ ବ୍ରହ୍ମପୁର ଉପ-ଜିଲ୍ଲାପାଳ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ଼ହଞ୍ଚି ଗୁରୁତର ମାନଙ୍କୁ ବ୍ରହ୍ମପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ