କୋଭିଡ ଯୋଦ୍ଧାଙ୍କ ଚିକିତ୍ସାରେ ଦିଆଯାଉ ଗୁରୁତ୍ୱ: ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: କୋଭିଡ୍ ଯୋଦ୍ଧାଙ୍କ ଚିକିତ୍ସାରେ ଗୁରୁତ୍ୱ ଦେବାକୁ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦେଶ। ଭୁବନେଶ୍ୱର ସ୍ଥିତ ଆଦିତ୍ୟ ଅଶ୍ୱିନୀ ହସପିଟାଲରେ କରୋନା ସଂକ୍ରମିତ ହେଉଥିବା ଡାକ୍ତର ଓ ଅନ୍ୟ କୋଭିଡ୍ ଯୋଦ୍ଧାଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ନିର୍ଦେଶନାମା ଜାରି କରାଯାଇଛି।

ରାଜ୍ୟରେ କରୋନା ରୋଗୀଙ୍କ ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତର ଓ ଅନ୍ୟ କୋଭିଡ ଯୋଦ୍ଧାମାନେ ନିଜ ଜୀବନକୁ ବାଜି ଲଗାଇ ଚିକିତ୍ସା କରୁଛନ୍ତି।  କିନ୍ତୁ ଏହି ଯୋଦ୍ଧାମାନେ ନିଜେ କରୋନା ଆକ୍ରାନ୍ତ ହେଲେ ସେମାନଙ୍କୁ ଉପଯୁକ୍ତ ଚିକିତ୍ସା କି ଡାକ୍ତରଖାନାରେ ଶଯ୍ୟା ମିଳୁ ନାହିଁ।  ଫଳରେ ଅନେକ ସମୟରେ ଏହି ଯୋଦ୍ଧାମାନେ ମୃତ୍ୟୁ ମୁଖରେ ପଡୁଛନ୍ତି।
କୋଭିଡ ଯୋଦ୍ଧାଙ୍କ ଚିକିତ୍ସା ପାଇଁ ଏକ ସ୍ୱତନ୍ତ୍ର ହସପିଟାଲର ବ୍ୟବସ୍ଥା କରିବାକୁ ଓଡ଼ିଶା ଡାକ୍ତରୀ ସେବା ସଂଘ ଓ ଭାରତୀୟ ମେଡିକାଲ ସଂଘ (ଆଇଏମଏ) ପକ୍ଷରୁ ଦାବି ହୋଇଆସୁଥିଲା । ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୋଭିଡ୍ ଯୋଦ୍ଧାଙ୍କ ଚିକିତ୍ସାରେ ଗୁରୁତ୍ୱ ଦେବାକୁ ନିର୍ଦେଶ ଦିଆଯାଇଛି।

 

Leave A Reply

Your email address will not be published.

ବ୍ରେକିଂ