ଘର ଭିତରେ ପଶିଗଲା ଟ୍ରକ, ୩ ଗୁରୁତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଟାଉନ୍‌ ଥାନା ଷଠିଘର ସାହି ନିକଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଘର ଭିତରକୁ ଏକ ଟ୍ରକ ପଶିଯିବା ଫଳରେ ପରିବାରର ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସେପଟେ ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଛି ।

ସୂଚନା ଅନୁଯାୟୀ, କେନ୍ଦୁଝର ଟାଉନ୍ ଥାନା ଷଠଘର ସାହିରେ ଥିବା ଏକ ଘର ଭିତରେ ସ୍ୱାମୀ, ସ୍ତ୍ରୀ ଓ ୭ବର୍ଷର ଶିଅ ଶୋଇଥିଲେ । ଏହି ସମୟରେ ଘର ନିକଟ ଦେଇ ଯାଇଥିବା ରାସ୍ତାରେ ଏକ ଟ୍ରକ ଭାରସାମ୍ୟ ହରାଇ ଘର ଭିତରକୁ ପଶିଯାଇଥିଲା । ଦୁର୍ଘଟଣାରେ ବାପା, ମାଆ ଓ ଝିଅ ଗୁରୁତର ଆହତ ହୋଇଛନ୍ତି । ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

ସେପଟେ ଦୁର୍ଘଟଣା ପରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଦାବି କରିଛନ୍ତି ସ୍ଥାନୀୟଲୋକଙ୍କ ପକ୍ଷରୁ ରାସ୍ତ ଅବରୋଧ କରାଯାଇଛି ।

Leave A Reply

Your email address will not be published.

ବ୍ରେକିଂ