ଟ୍ରକ ଧକ୍କାରେ ଜଣେ ମୃତ, ୨ ଗୁରୁତର

କଳାହାଣ୍ଡି :  କଳାହାଣ୍ଡି ଜିଲ୍ଲା ଜାତୀୟ ରାଜପଥ ୨୬ କୋକସରା କେନାଲ ପୋଲ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଦ୍ରୁତଗାମୀ ଟ୍ରକ୍ ରାସ୍ତାକଡ଼ରେ ଠିଆ ହୋଇଥିବା ୩ ଜଣଙ୍କୁ ଧକ୍କା ଦେଇ ଜଣଙ୍କୁ ବାଇକ୍ ସହ ଘୋଷାଡି ନେଇଛି। ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି ।  ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲେକ ଏନ୍ଏଚ୍ ଅବରୋଧ କରିଛନ୍ତି ।

ଆଜି ସକାଳ ସମୟରେ କୋକସରା କେନାଲ ପୋଲ ନିକଟରେ ଏକ ମାଲ ବୋଝେଇ ଟ୍ରକ୍ ଦ୍ରୁତ ଗତିରେ ଆସୁଥିଲା  ଏହି ସମୟରେ ରାସ୍ତା କଡ଼ରେ ଥିବା ୩ ଜଣଙ୍କୁ ଧକ୍କା ଦେଇଥିବା ବେଳେ ଜଣକୁ ବାଇକ୍ ସାଙ୍ଗରେ ଘୋଷାଡି ନେଇଥିଲା। ଫଳରେ ଟ୍ରକ ଚାପାରେ ଆସି ଜଣଙ୍କର ମୃତ୍ୟୁ ହୋଇଛି ମୃତକ ଜଣକ ଚିକିଲି ଗ୍ରାମର ଯୋଗେନ୍ଦ୍ର ବେମାଲଙ୍କ(୨୫) । ଘଟଣାରେ ବଙ୍ଗୋମୁଣ୍ଡା ଗ୍ରାମର ଅନ୍ତ ଗହୀର ଓ କୋକସରାର ଜଣେ ମହିଳା ରାମବତୀ ଦୀପ ଗୁରୁତର ହୋଇଛନ୍ତି। ତାଙ୍କୁ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରି କୋକସରା ହସ୍ପିଟାଲରେ ଭର୍ତ୍ତି କରିଛି।

ସେପଟେ ଘଟଣାସ୍ଥଳରେ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା ଜାରି ରହିଛି। ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହିଥିବା ବେଳେ ଲୋକମାନେ ଜାତୀୟ ରାଜପଥ ୨୬ ଅବରୋଧ କରିଛନ୍ତି।

 

Leave A Reply

Your email address will not be published.

ବ୍ରେକିଂ