ପୁଲୱାମା ସହିଦଙ୍କ ସ୍ମରଣରେ ନରେନ୍ଦ୍ରଙ୍କ ମାଗଣା ଅଟୋ ସେବା   

ଆନନ୍ଦପୁର: ଗତ ୨୦୧୯ମସିହା ଫେବୃୟାରୀ ୧୪ ତାରିଖରେ ପୁଲୱାମା ଠାରେ ପାକିସ୍ଥାନ ଆତଙ୍କବାଦୀ ଙ୍କ ଆକ୍ରମଣ ର ଶିକାର ହୋଇ ୪୦ଜଣ ଭାରତୀୟ ସୈନ୍ୟ ବିର ଗତି ହୋଇଥିଲେ ।

ସେହି ଅମର ଯବାନ ମାନଙ୍କ ସ୍ମୃତି ପାଇଁ ଉକ୍ତ ଦିନକୁ ସହିଦ ଦିବସ ଭାବେ ପାଳନ କରାଯାଉଥିବା ବେଳେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ର ଅଟୋ ଚାଳକ ନରେନ୍ଦ୍ର ଯେନା ସହିଦମାନଙ୍କ ସମ୍ମାନାର୍ଥେ ଉକ୍ତ ଦିନ ମାଗଣା ଅଟୋ ସେବା ଯୋଗାଇ ଦେଇ ଏକ ଉଦାହରଣ ପାଲଟିଛନ୍ତି । ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ତାଙ୍କର ଏହି ମହତ ପୂର୍ଣ୍ଣ କାର୍ଯ୍ୟକଳାପ କୁ ନେଇ ଚର୍ଚ୍ଚା ଜୋର ଧରିଛି ।

ଫେବୃୟାରୀ ୧୪ ଭାରତ ଇତିହାସ ପାଈଁ ଥିଲା କଳା ଦିନ ପ୍ରତି ଭାରତୀୟ ଙ୍କ ଆଖିରୁ ଝରି ଆସିଥିଲା ଲୁହ ୪୦ଜଣ ବିର ଯୋଦ୍ଧା ଙ୍କୁ ହରାଇଥିଲା ଭାରତ ମାତା ସେହି ସହିଦ ମାନଙ୍କୁ ମନେ ପକାଇ ଅନ୍ତରରୁ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇବା ସହିତ ଜନ ସାଧାରଣ ରେ ଏହି କଥା ମନେ ପକାଇଦେବା ପାଇଁ ଏହା ମୋର ଛୋଟିଆ ପ୍ରୟାସ ବୋଲି ଶ୍ରୀ ଜେନା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.

ବ୍ରେକିଂ