ମଙ୍ଗଳବାର ରାଶିଫଳ

ମେଷ: ଲୋକ ସଂପର୍କରେ ଉନ୍ନତି ଓ କର୍ମକ୍ଷେତ୍ରରେ ଉଚ୍ଚ କର୍ମକର୍ତ୍ତାଙ୍କ ସାହାଯ୍ୟ ସହଯୋଗ ଅବ୍ୟାହତ ରହିବ । ସାଂସ୍କୃତିକ କାର୍ଯ୍ୟରେ ସକ୍ରିୟ ଅଂଶଗ୍ରହଣ କରିବେ । ଦୂର ଯାତ୍ରାରେ ଶୁଭ, ଆର୍ଥିକ ପ୍ରଗତି ଓ ରାଜନୀତିରେ ସଂଗଠନ ଦୃଢ ହେବ ।

ବୃଷ: ମାନସିକ ସ୍ତରରେ ଶାନ୍ତି ସନ୍ତୋଷ ପାଇବେ । କାର୍ଯ୍ୟମାନ ଶୃଙ୍ଖଳିତ ହେବ । କର୍ମକ୍ଷେତ୍ରରେ ଉଦଯୋଗ ସଫଳ, ଯାନ ବାହନ ସୁଖ, ମୂଲ୍ୟବାନ ଗୃହୋପକରଣ କ୍ରୟ, ଗୁରୁଜନେ ଭକ୍ତି ଓ ବନ୍ଧୁବର୍ଗରୁ ବିଭିନ୍ନ ସହଯୋଗ ଲାଭ କରିବେ ।

ମିଥୁନ : ଅପରାହ୍ନ ୪ଘ. ୫୬ମି. ପର୍ଯ୍ୟନ୍ତ ଘାତଚନ୍ଦ୍ର ଭୋଗ ହେବ । ଅଣ୍ଟା ଓ ମେରୁଦଣ୍ଡରେ ପୀଡା ଓ ଯାନବାହନରେ କ୍ଷତିର ଆଶଙ୍କା ଅଛି । କର୍ମକ୍ଷେତ୍ର॥ରେ ଅସମ୍ମାନ କିମ୍ବା ପ୍ରତିବନ୍ଧକ ଆସିପାରେ । ଆର୍ଥିକ ସ୍ବଚ୍ଛଳତା ବଜାୟ ରହିବ । ଦେବ, ଗୁରୁ ଆଶୀର୍ବାଦ ପ୍ରାପ୍ତି ।

କର୍କଟ : ପ୍ରତ୍ୟେକ କାର୍ଯ୍ୟରେ ନିଷ୍ଠାର ଅଭାବ ପରିଲକ୍ଷିତ ହେବ । ଥଣ୍ଡା ସର୍ଦ୍ଦି ଜନିତ ଅସୁସ୍ଥତା ଭୋଗ ହୋଇପାରେ । ପରିବାରରେ ଉତ୍ତମ ବୁଝାମଣା, ଉଚ୍ଚବର୍ଗରୁ ସହଯୋଗ, ଆର୍ଥିକ ସ୍ବଚ୍ଛଳତା, ରାଜନୀତିରେ ସମାଲୋଚନା ଓ ବ୍ୟବସାୟରେ କ୍ଷତିର   ସୂଚନା ।

ସିଂହ : ନିଜସ୍ବ ଚିନ୍ତାଧାରାରେ କର୍ମକ୍ଷେତ୍ରରେ ସଂସ୍କାର ମୂଳକ ପରିବର୍ତ୍ତନ ଆଣିପାରିବେ । ଆୟ ଉପାର୍ଜନ ବଢିବ । ଯକୃତ ପୀଡା କିମ୍ବା ମୁଣ୍ଡ ବ୍ୟଥାର ଆଶଂକା ଅଛି । ପରିବାରରେ ସ୍ନେହ ସଦ୍ଦିଚ୍ଛା ମିଳିବ । ଗୁରୁଜନଙ୍କ ସ୍ବାସ୍ଥ୍ୟ ସମସ୍ୟା ବଢିପାରେ ।

କନ୍ୟା : ପରୋକ୍ଷରେ ଶତ୍ରୁମାନେ କ୍ଷତି ସାଧନ କରିପାରନ୍ତି । ଉଚ୍ଚବର୍ଗରୁ ସହଯୋଗ ପାଇବେ । ଜମି ଜମା ସମସ୍ୟାର ସହଜ ସମାଧାନ ଘଟିବ । ଆଧ୍ୟାତ୍ମିକ କାର୍ଯ୍ୟରେ ନିଷ୍ଠା, ସାଂଗଠନିକ ଦକ୍ଷତା, ବିଳାସ ଦ୍ରବ୍ୟ କ୍ରୟ ଓ ଦୂର ଯାତ୍ରାରେ ଶୁଭ ।

ତୁଳା : ମାନସିକ ଶାନ୍ତି ସନ୍ତୋଷ ପାଇବେ । ଅତୀତର ଅସହାୟ ବୋଧ ଅନେକାଂଶରେ ଦୂର ହେବ । ପରିବାରରେ ସୁଖ, ଧର୍ମ ପରାୟଣତା, ସଜ୍ଜନ ସଂପର୍କ ଓ ବନ୍ଧୁ ମିଳନର ଯୋଗ ଅଛି । ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ ଓ ଦୂର ଯାତ୍ରାରେ ଶୁଭ ।

ବିଛା : ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳିବ ନାହିଁ । ଯାତ୍ରା ଜନିତ କ୍ଳାନ୍ତି ବଢିବ । ପରିବାର ପରିଜନରେ ଆତ୍ମସନ୍ତୋଷ ପାଇବେ । ମନୋବଳ, କର୍ମକ୍ଷେତ୍ରରେ ବିଶେଷ ସହାୟକ ହେବ । ସାମାଜିକ ପ୍ରତିଷ୍ଠା ଓ ଲୋକ ସପର୍କରେ ଉନ୍ନତି ଯୋଗ ।

ଧନୁ : କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କର ସମର୍ଥନ ଓ ସହଯୋଗ ଲାଭ କରିବେ । ବସ୍ତ୍ରାଦି ଆଭୂଷଣ ପ୍ରାପ୍ତି, ଆଧ୍ୟାତ୍ମିକ କାର୍ଯ୍ୟରେ ନିଷ୍ଠା, ପରିବାରରେ ଆଦୃତି, ଯାନବାହନ ଲାଭ, ବ୍ୟବସାୟରେ ଉନ୍ନତି ଓ ରାଜନୀତିରେ ପ୍ରତିଷ୍ଠା ପ୍ରାପ୍ତି ଯୋଗ ।

ମକର : କେତେକ ବିଶେଷ କାର୍ଯ୍ୟ ଅଧାରେ ଅଟକି ଯାଇପାରେ । ପରୋକ୍ଷରେ ଶତ୍ରୁ ବଢିବେ । ଚିହ୍ନିବା କଷ୍ଟକର ହେବ । ପରିବାରରେ ଗୁରୁଜନଙ୍କ ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିବ । ପ୍ରାପ୍ୟ ପାଇବାରେ ବିଳମ୍ବ ଓ ଦେବାଦେବୀ ପୂଜନରେ ଏକ ନିଷ୍ଠ ହେବେ ।

କୁମ୍ଭ : ଅପରାହ୍ନ ୪ଘ. ୫୬ ମି. ପର୍ଯ୍ୟନ୍ତ ସମୟ ଶୁଭଃ ବାଞ୍ଛିତ ଫଳ ଲାଭ ହୋଇପାରେ । କର୍ମ ପ୍ରେରଣା ପାଇବେ । ଉଚ୍ଚ କର୍ମକର୍ତ୍ତାଙ୍କ ସୁ-ନଜରରେ ରହିବେ । ଅର୍ଥାଗମ, ଯାନବାହନ ସୁଖ, ପରିବାରରେ ଉତ୍ତମ ବୁଝାମଣା ଓ ନିମ୍ନବର୍ଗରୁ ଅସହଯୋଗ ପାଇବେ ।

ମୀନ : ଦିବା ୪ଘ. ୫୬ମି. ପର୍ଯ୍ୟନ୍ତ ଘାତଚନ୍ଦ୍ର ଭୋଗର ସମୟ । କାର୍ଯ୍ୟଧାରାରେ ପରିବର୍ତ୍ତନ ସୁଫଳ ଦାୟକ ହେବ । ବାଣିଜ୍ୟ ବ୍ୟବସାୟରେ କ୍ଷତି, କର୍ମକ୍ଷେତ୍ରରେ ବିରୋଧ, ପରିବାରରେ ଅଶାନ୍ତି ଓ ଦୂର ଯାତ୍ରାରେ ଅସଫଳ ହୋଇପାରନ୍ତି ।

Leave A Reply

Your email address will not be published.

ବ୍ରେକିଂ