ମଙ୍ଗଳବାର ରାଶିଫଳ

ମେଷ: ଦୂର ଦୃଷ୍ଟି ରଖି କାର୍ଯ୍ୟ କଲେ ଅଧିକ ସଫଳ ହେବେ । ବନ୍ଧୁ ପ୍ରିୟଜନଙ୍କ ଠାରୁ କୁ ମନ୍ତ୍ରଣା ମିଳିପାରେ । ଗୃହରେ ଅତିଥି ଚର୍ଚ୍ଚା, ଉଚ୍ଚବର୍ଗ ସହିତ ମଧୁର ସଂପର୍କ, ଗୁରୁ ଦେବତା ଭକ୍ତି, ଆଣ୍ଠୁ ଗଣ୍ଠି ଓ ବାୟୁପୀଡା ପ୍ରତି ସତର୍କତା ଲୋଡା ।

ବୃଷ: ପରିବାର କିମ୍ବା କର୍ମ କ୍ଷେତ୍ରରେ ଧର୍ମ ସଂକଟରେ ପଡି ପାରନ୍ତି । ନିମ୍ନ ଅଙ୍ଗରେ ବ୍ୟଥା, ବ୍ୟବସାୟରେ କ୍ଷତି, ସମୟ ଅପଚୟ, ସ୍ବାଧୀନତା ହାନୀ ସହିତ ବନ୍ଧୁ ବିରୋଧୀ ହେବେ । ରାଜନୀତିରେ ଅସ୍ଥିରତା ବଢିବ । ଆଧ୍ୟାତ୍ମିକ କ୍ଷେତ୍ରରେ ନିଷ୍ଠା ।

ମିଥୁନ: ଜଟିଳ ପରିସ୍ଥିତିରେ ମଧ୍ୟ ନିଜକୁ ଶାନ୍ତ ସଂଯତ ରଖିପାରିବେ । ବନ୍ଧୁମାନଙ୍କ ଠାରୁ ଅସହଯୋଗ ହିଁ ମିଳିବ । ଯାନବାହାନ ସୁଖ ସୌଭାଗ୍ୟ ପ୍ରାପ୍ତି, କଳା କ୍ଷେତ୍ରରେ ଋଚି, ଧର୍ମ କାର୍ଯ୍ୟରେ ସକ୍ରିୟ ଅଂଶ ଗ୍ରହଣ ତଥା ମନୋବଳ ବଢିବ ।

କର୍କଟ: ଦେହ ଓ ମନରେ ସୁସ୍ଥ ରହିବେ । କର୍ମ କ୍ଷେତ୍ରରେ ଉତ୍ସାହ, ପ୍ରିୟଜନଙ୍କର ଶୁଭେଚ୍ଛା, ଗଠନମୂଳକ ଯୋଜନା ଓ ଆର୍ଥିକ ସ୍ବଚ୍ଛଳତା ଅବ୍ୟାହତ ରହିବ । ବ୍ୟବସାୟରେ ଗ୍ରାହକ ସଂପର୍କ ବଢିବ । ଯାତ୍ରା କାର୍ଯ୍ୟକ୍ରମ ସ୍ଥଗିତ ରଖିବା ଉଚିତ ।

ସିଂହ: ଶୁଭ ମଙ୍ଗଳ କାର୍ଯ୍ୟରେ ଅଗ୍ରଣୀ ଭୂମିକା ଗ୍ରହଣ କରିବେ । ବସ୍ତ୍ରାଳଙ୍କାର ପ୍ରାପ୍ତି, ବୌଦ୍ଧିକ କ୍ଷମତା ବୃଦ୍ଧି, କର୍ମ କ୍ଷେତ୍ରରେ ପ୍ରେରଣା, ସାମାଜିକ ପ୍ରତିଷ୍ଠା ଓ ନିର୍ମାଣାଧୀନ କର୍ମରେ ଅଗ୍ରଗତି କରିବେ । ପରିବାରରେ ହସଖୁସି ମିଳିବ ।

କନ୍ୟା: ନିର୍ଦ୍ଧାରିତ ସମୟରେ କାମ ସାରିବା ସହଜ ହେବ ନାହିଁ । କର୍ମ କ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ ତାଗିଦ ଆସିବ । ଆହାର ବିଶ୍ରାମ ଅନିୟମିତ ହେବ । ଉଦର ସମସ୍ୟା କିମ୍ବା ପୁରୁଣା ରୋଗ ପୀଡା ଆସିପାରେ । ପାରିବାରିକ ସ୍ନେହ ସଦ୍ଦିଚ୍ଛା ମିଳିବ ।

ତୁଳା: ଘାତଚନ୍ଦ୍ର ଭୋଗ ହେବ ସାରା ଦିନ । ବିନା କାରଣରେ ମନ ଭାରାକ୍ରାନ୍ତ ରହିବ । ଗୁରୁଜନଙ୍କ ଦେହପୀଡା, ଯାତ୍ରାରେ ଆଘାତ, ସାମାଜିକ ପ୍ରତିଷ୍ଠା ହାନୀ, ଦୂର ସଂପର୍କୀୟ ମାନଙ୍କ ସହଯୋଗ, ଗୁରୁ ଦେବତା ଭକ୍ତି ଓ ବାଜେ ଖର୍ଚ୍ଚ ବଢିବ ।

ବିଛା: ଅନେକ କଷ୍ଟକର କାମ କରିବା କ୍ରମେ ସହଜ ହେବ । ବନ୍ଧୁମାନଙ୍କ ଠାରୁ ନିରୁତ୍ସାହିତ ହେବେ । ଆୟ ଉପାର୍ଜନରେ ସନ୍ତୁଷ୍ଟ ରହିବେ । ଲୋକ ସଂପର୍କ ବଢିବ । ଶ୍ଳେଷ୍ମା ପୀଡା ପ୍ରାୟତଃ ଲାଗି ରହିବ । ରାଜନୀତିରେ ମାନ ସମ୍ମାନ ଲାଭ ହେବ ।

ଧନୁ: କଲ୍ୟାଣ ଚନ୍ଦ୍ର ଭୋଗ ହେତୁ ଦିନଟି ମଙ୍ଗଳ ପ୍ରଦ ହେବ । ପୂଜା ପାଠରେ ନିଷ୍ଠା, ମାନ ସମ୍ମାନ ପ୍ରାପ୍ତି, ପ୍ରିୟଜନଙ୍କ ସହଯୋଗ, ମାନସିକ ସନ୍ତୋଷ ଓ ଲକ୍ଷ୍ୟ ପୂରଣ କରିବେ । ପ୍ରାପ୍ୟ ଅଟକିବ ନାହିଁ । ଉଚ୍ଚ ସଂପର୍କରୁ ଲାଭବାନ ହେବେ ।

ମକର: ପରିବାର କିମ୍ବା ବନ୍ଧୁ ବାନ୍ଧବଙ୍କ ପାଇଁ ବ୍ୟୟ ହୋଇପାରେ । ସମସ୍ୟା ଘେରରେ ବାଦ୍ଧି ହେବା ପରି ଅନୁଭବ ଆସିବ । ଜମି ଗୃହ ନିର୍ମାଣ କାମ ଆଗେଇବ । ଅମ୍ଳ କୋଷ୍ଠ କାଠିନ୍ୟ ଆଦି ସ୍ବାସ୍ଥ୍ୟ ସମସ୍ୟା ବଢିବ । ଦୂର ଯାତ୍ରା ଶୁଭଙ୍କର ନୁହେଁ ।

କୁମ୍ଭ: ଘାତଚନ୍ଦ୍ର ଭୋଗ ହେତୁ ଦିନଟି ପ୍ରତିକୂଳ ଫଳ ପ୍ରଦାୟକ ହେବ । ଭୋଗ ବିଳାସ ଦ୍ରବ୍ୟ କ୍ରୟରେ ବ୍ୟୟ, ଈଶ୍ୱର ନିଷ୍ଠା,ଭାବ ପ୍ରବଣତା, ଶତ୍ରୁ ବେଷ୍ଟିତ, କର୍ମ କ୍ଷେତ୍ରରେ ସଂସ୍କାର, ରାଜନୀତିରେ ସମାଲୋଚନା ଓ ଦୂରଯାତ୍ରାରେ କ୍ଷତି ।

ମୀନ: ଅର୍ଥାଗମ ସହିତ ସଞ୍ଚୟର ମାର୍ଗ ମଧ୍ୟ ମିଳିବ । କର୍ମ କ୍ଷେତ୍ରରେ ଦୁରୁହ କାର୍ଯ୍ୟ ସଂପାଦନ କରି ଯଶ ପ୍ରଶଂସାର ଅଧିକାରୀ ହେବେ । ଘର ତିଆରି କିମ୍ବା ଜମି କ୍ରୟର ଯୋଜନା ପ୍ରସ୍ତୁତ କରିବେ । ଧର୍ମ କାର୍ଯ୍ୟରେ ନିଷ୍ଠା ଓ ସଦ ସଂପର୍କ ବଢିବ ।

Leave A Reply

Your email address will not be published.

ବ୍ରେକିଂ