ମଙ୍ଗଳବାର ରାଶିଫଳ

ମେଷ: ଦିନଟି ସେପରି ଅନୁକୂଳ ପ୍ରଦ ନୁହେଁ । ବନ୍ଧୁମାନଙ୍କ ଠାରୁ ପ୍ରତାରଣା ମିଳିବ । ମାନସିକ ଅଶାନ୍ତି, ଅଯଥାରେ କାର୍ଯ୍ୟ ବିଳମ୍ବ ଓ ବୈଷୟିକ କ୍ଷତିର ସମ୍ଭାବନା ଅଛି । ପ୍ରାପ୍ୟ ହାତକୁ ଆସିବ । କର୍ତ୍ତବ୍ୟରେ ଏକ ନିଷ୍ଠ ହେବେ ।

ବୃଷ: ମାନସିକ ଦୁଃଶ୍ଚିନ୍ତା ବଢିବ । ଅମ୍ଲ କିମ୍ବା ବାୟୁ ବିକାର ଜନିତ ଅସୁସ୍ଥତା ଆସିପାରେ । ଭାତୃ ଅସନ୍ତୋଷ କର୍ମ କ୍ଷେତ୍ରରେ ପରୋକ୍ଷ ବିରୋଧ, ନେତୃତ୍ବ ହ୍ରାସ ଓ ଧର୍ମ କର୍ମରେ ନିଷ୍ଠାର ଅଭାବ ରହିବ । ଯାତ୍ରା ଅସଫଳ ହେବ ।

ମିଥୁନ: ପାରିବାରିକ ସୁଖ ସୌଭାଗ୍ୟ ଲାଭ କରିବେ । ପବିତ୍ର କର୍ମରେ ଆଗ୍ରହ, ନୂତନ ଉଦ୍ୟୋଗ ପ୍ରତିଷ୍ଠା, କର୍ମକ୍ଷେତ୍ରରେ ସମ୍ମାନ, ସହଯୋଗ ପାଇବେ । ଦୂର ସଂପର୍କରୁ ଲାଭ ମିଳିବ । ଆହାର ବିହାର ଅନିୟମିତ ହୋଇପାରେ ।

କର୍କଟ: କର୍ମ କ୍ଷେତ୍ରରେ ନିୟମାନୁବର୍ତ୍ତିତା ଓ ନିଷ୍ଠା ରଖିବେ । ଉଚ୍ଚ ସଂପର୍କରୁ ଲାଭ, ଦୈହିକ ସ୍ୱାସ୍ଥ୍ୟରେ ଉନ୍ନତି, ବିବାଦ ଜୟ, ଯାନବାହନରେ ସମୃଦ୍ଧି, ଗୃହ ଜମି ସମସ୍ୟାର ସହଜ ସମାଧାନ କରିବେ । ଯାତ୍ରା ଅଶୁଭ ସୂଚନା ।

ସିଂହ: ଧର୍ମ କର୍ମରେ ପ୍ରଗାଢ ବିଶ୍ୱାସ ଆସିବ । ସଠିକ ଅନୁପ୍ରେରଣା ମିଳିବ । ପାରିବାରିକ କ୍ଷେତ୍ରରେ ବୁଝାମଣାର ଅଭାବ, ଅଧ୍ୟବସାୟ, ଆର୍ଥିକ ଉନ୍ନତି, ମହତ ଆକାଂକ୍ଷା, ବସ୍ତ୍ରାଳଙ୍କାର ପ୍ରାପ୍ତି ଓ ଲୋକ ସଂପର୍କରେ ଉନ୍ନତି ଘଟିବ ।

କନ୍ୟା: ଦିନଟି ଶୁଭାଶୁଭ ମିଶ୍ରିତ ଫଳ ଦାୟକ ହେବ । କର୍ମ କ୍ଷେତ୍ରରେ ଆତ୍ମସନ୍ତୋଷ ମିଳିବ ନାହିଁ । ଉଚ୍ଚ ବର୍ଗ ସହିତ ସଂପର୍କ ହାନୀ ଓ କାର୍ଯ୍ୟରେ ବିଳମ୍ବ ଯୋଗ ଭୋଗ ହେବ । ରାଜନୀତିରେ ସମ୍ମାନଜନକ ସ୍ଥିତି ରହିବ ।

ତୁଳା: ସକାଳ ୭ ଘ ୪୯ ମି. ଠାରୁ ଘାତଚନ୍ଦ୍ର ଭୋଗାରମ୍ଭ ହେବ । ପରିବାରରେ ପିଲାମାନଙ୍କ ପାଇଁ ଦୁଃଶ୍ଚିନ୍ତା ବଢିବ । ଅର୍ଥ ଅପବ୍ୟୟ, ନିମ୍ନ ଅଙ୍ଗରେ ଆଘାତ ଓ ଯାତ୍ରା ଅଶୁଭର ସମ୍ଭାବନା ଅଛି । ଧର୍ମ କର୍ମରେ ନିଷ୍ଠା, ଅନୁପ୍ରେରଣା ପାଇବେ ।

ବିଛା: ପ୍ରିୟ ପରିଜନ ମାନେ ବିରୋଧୀ ହେବେ । ଆୟ ହ୍ରାସ ପାଇବ । ପାରିବାରିକ ସଂପର୍କ କମ ରଖିବେ କାର୍ଯ୍ୟ ବ୍ୟସ୍ତ କାରଣରୁ ଶ୍ଳେଷ୍ମା କିମ୍ବା ଗଣ୍ଠିବ୍ୟଥା ଭୋଗର ଆଶଙ୍କା ଅଛି । ପରୋପକାରରେ ସନ୍ତୋଷ ଓ ଯାତ୍ରାରେ ଶୁଭ ।

ଧନୁ: କଲ୍ୟାଣ ଚନ୍ଦ୍ର ସକାଳ ୭ ଘ ୪୯ ମି. ଠାରୁ ଭୋଗ ହେବ । ମାନସିକ ସନ୍ତୋଷ ପାଇବେ । ନିଜର କର୍ମ ଉପରେ ଆତ୍ମବିଶ୍ୱାସ ବଢିବ । ଦୈହିକ ସ୍ୱାସ୍ଥ୍ୟରେ ଉନ୍ନତି, ବିବାଦ ଜୟ, ଗଠନମୂଳକ ପରାମର୍ଶ ଉଚ୍ଚ ବର୍ଗରୁ ଲାଭ ହେବ ।

ମକର: ଧର୍ମାନୁରାଗ ବଢିବ । ବିଶେଷ କାର୍ଯ୍ୟ ସଂପାଦନ ପାଇଁ ବ୍ୟୟର ଆବଶ୍ୟକତା ପଡିପାରେ । ପାରିବାରିକ ସ୍ନେହ ସଦ୍ଦିଚ୍ଛା, ଲୋକ ସଂପର୍କରେ ଅଭିବୃଦ୍ଧି, ଯାତ୍ରାରେ କ୍ଷତି, ପତିତ ଅର୍ଥ ଉଦ୍ଧାର ଓ ଉଦାର ସ୍ୱଭାବ ବିଶେଷ ହେବେ ।

କୁମ୍ଭ: ସକାଳ ୭ ଘ ୪୯ ମି. ଠାରୁ ଘାତଚନ୍ଦ୍ର ଭୋଗ ହେତୁ ସମୟ ଅଶୁଭ ଅଟେ । ପରିବାରରେ ସ୍ୱାସ୍ଥ୍ୟ ସମସ୍ୟା ଲାଗି ରହିବ । କର୍ମକ୍ଷେତ୍ରରେ ଅମନ ଯୋଗ, ଉନ୍ନତିମୂଳକ ଯୋଜନାରେ ପ୍ରତିବନ୍ଧକ ଓ ଉଚ୍ଚ ସଂପର୍କରେ ଅବନତି ଆସିବ ।

ମୀନ: କେତେକ ବିଶେଷ ସମସ୍ୟାର ସହଜ ସମାଧାନ କରିବେ । ଅର୍ଥାଗମରେ ପ୍ରତିବନ୍ଧକ ନାହିଁ । ଉଚ୍ଚ କର୍ତ୍ତୃପକ୍ଷଙ୍କ ଅନୁଗ୍ରହ କର୍ମକ୍ଷେତ୍ରରେ ପାଇବେ । କଳା ସଂଗୀତରେ ଋଚି, ଯାତ୍ରା ଶୁଭ, ପାରିବାରିକ ମନାନ୍ତର ଦୂର କରିବେ ।

Leave A Reply

Your email address will not be published.

ବ୍ରେକିଂ